SERVICES

Latest Story

Tuesday, 14 April 2020

April 14, 2020

ମିଷ୍ଟର୍ ହ୍ୟାକର୍ PART-2


ମିଷ୍ଟର୍ ହ୍ୟାକର୍ 

PART-2

************

ପ୍ରୀତି ରାଜା ର କଥା ମାନି ହୋଟେଲ କୁ ଯାଇଥାଏ.ହେଲେ ସେଠି ରାଜା ନଥାଏ.
ରାଜା ବଦଳରେ ପ୍ରଦୀପ ଥାଏ.

ରାଜା ପ୍ରୀତି କୁ ଡାକିଥିଲା ସତ କିନ୍ତୁ ପର ମୁହୂର୍ତ ରେ ତାକୁ କଷ୍ଟ ଏତେ ହେଇଥିଲା ଜେ ସେ ଆଉ ତା ମୁହଁ ଦେଖିବାକୁ ବି ଘୃଣା କରୁଥିଲା.
.
ଏ କଥା ପ୍ରଦୀପ ଜାଣିଥିଲା .
ପ୍ରଦୀପ ଜଣେ Hacker ଆଉ hacking କରି ସେ ବହୁତ ଟଙ୍କା ରୋଜଗାର କରୁଥିଲା.
ହେଲେ ତାର ଲୋଭ ମଣିଷ ରୁ ପଶୁ ପାଲଟି ଯାଇଥିଲା .
ସେ blackmail କରି ଟଙ୍କା ରୋଜଗାର କରିବ ବୋଲି ଏ ସବୁ ଷଡଯନ୍ତ୍ର କରିଥିଲା.
ଆଉ ସେ ଷଡଯନ୍ତ୍ର ରେ ପ୍ରୀତି ଫସିଯାଇଥିଲା.
.
ପ୍ରୀତି ସେଠି ପହଁଞ୍ଚିବା ପରେ ରାଜା କୁ ନପାଇବାରୁ ଫେରି ଆସିବା ସମୟରେ ...
ପ୍ରଦୀପ ପ୍ରୀତି କୁ ଷଡଯନ୍ତ୍ର କରି ହୋଟେଲ ର ରୁମ ଭିତରକୁ ନେଇଗଲା .
.
ପ୍ରୀତି ଯେତେ କାନ୍ଦି ନେହୁରା ହେଉଥିଲେ ବି ସେ ରାକ୍ଷସ କାହିଁକି ବୁଝିବ.

ପ୍ରୀତି ନିଜର ଦୁଃଖ କୁ ନା କାହାକୁ କହିପାରିଥାଏ ନା ସହିପାରିଥାଏ .
କିଛି ଦିନ ପରେ ...
ପ୍ରୀତି ପାଖକୁ ଗୋଟେ ଭିଡିଓ ଆସିଲା .ପ୍ରୀତି ସେ ଭିଡିଓ ଦେଖି ବହୁତ ଡରିଗଲା .ସେହି ସମୟରେ ଗୋଟେ କଲ ଆସିଲା

"5 ଲକ୍ଷ ଟଙ୍କା ଦେ ,ନହେଲେ ତୋ ଭିଡିଓ କୁ ତୋ bf ରାଜୀବ କୁ ଦେଇଦେବି"
ପ୍ରୀତି ବି ଦୃଢ ମନରେ କହିଦେଲା କି
ତୁ ଦେଇଦେ ...
ସେ ମତେ ବହୁତ ଭଲ ପାଆନ୍ତି.ଆଉ ଏ ଭିଡିଓ ଦେଖି ମତେ ଛାଡି ଯିବେନି  .
.
ପ୍ରଦୀପ ସେହି ଭିଡିଓ ରାଜୀବ କୁ ପଠେଇଲା
"5 ଲକ୍ଷ ଟଙ୍କା ଦେ...ନହେଲେ ତୋର ହେବାକୁ ଯାଉଥିବା ସ୍ତ୍ରୀ ର ଭିଡିଓ ପୁରା ଦୁନିୟା ଦେଖିବ"
.
ରାଜୀବ ବଡ ଲୋକ ଘର ର ପିଲା .ସେ ଟିକେ ମାନ ଇଜ୍ଜତ କୁ ଡରି ପ୍ରୀତି ସହ ସମ୍ପର୍କ ରଖିବନି ବୋଲି ସ୍ଥିର କରିଦେଲା.
.
ପ୍ରୀତି ରାଜୀବ ପାଖକୁ ଆସି.
ଏହି ସବୁ କଥା କୁହେ .
.
ହେଲେ ରାଜୀବ ରୋକ  ଠୋକ ମନା କରିଦେଇଥାଏ .ମୁଁ ତତେ ବାହା ହେଇପାରିବିନି.
.
ପ୍ରୀତି-(କାନ୍ଦିକି) ତମେ ତ ଏମିତି ନଥିଲ. ପ୍ଲିଜ଼ ମତେ ନିଜର କର.
ମୁଁ ତ ସବୁ କହିଲି
ଏଥିରେ ମୋର ଭୁଲ କଣ.
କାହିଁକି ମତେ ଛାଡି ଚାଲିଯାଉଛ .
ରାଜୀବ- ମୁଁ ଯଦି ତୋ ସହ ସମ୍ପର୍କ ରଖିଲି .ତେବେ ମତେ ତା କହିବା ମୁତାବକ 5 ଲକ୍ଷ ଟଙ୍କା ଦେବାକୁ ପଡିବ .
ଆଉ ଯଦି ନଦେଲି ତେବେ ସେ ତମ ଭିଡିଓ viral କରିଦେବ.
ଆଉ ଥରେ ତୋ ଭିଡିଓ viral ହେଲାମାନେ .ମୁଁ ତତେ ଗ୍ରହଣ କରିପାରିବିନି କାହିଁକି ନା ଆମର ସମାଜ ରେ ଗୋଟେ status ଅଛି.
.
ଯୋଉ status ପାଇଁ ତୁ ମତେ ଭଲ ପାଇଥିଲୁ .
.
ପ୍ରୀତି-(କାନ୍ଦିକି) ତମେ ସେମିତି କାହିଁକି କହୁଛ.
ପ୍ଲିଜ଼ ଧନ ମତେ ଟିକେ ବୁଝିବାକୁ ଚେଷ୍ଟା କର .ମୋର ତୁମ status ଦରକାର ନାହିଁ . ମୋ ସାଥି ଦରକାର ମୋ ଭଲ ରେ ମୋ ମନ୍ଦ ରେ ମୋ ସହ ହାତ ମିଶାଇ ଚାଲୁଥିବ.
.
ରାଜୀବ- ଯଦି ସେମିତି ସାଥି ଖୋଜୁଥିଲୁ ତେବେ ସେ ରାଜା କୁ କଣ ପାଇଁ ଭଲ ପାଇଲୁନି.
.
ପ୍ରୀତି ମୁହଁ ରୁ କିଛି ଶବ୍ଦ ବି ବାହାରୁ ନଥିଲା .
ସେ ପଶ୍ଚାତାପ କଲାଜା ପାଇଁ
ତମେ ଠିକ କହିଛ ..ଭାବିଥିଲି ତମକୁ ଭଲପାଇ ବାହା ହେଲେ ମୋର କିଛି ଅଭାବ ରହିବନି .
ହେଲେ ଏହା ଜାଣିନଥିଲି
ଜୀବନ ର ଖୁସି କେବଳ ତାରି ପାଖରେ ଥାଏ ଯିଏ ସବୁ ସମୟରେ ପାଖରେ ଥାଏ .
ସେ ଅଭାବ ରେ ଥିଲେ ମଧ୍ୟ ଛୋଟ ଛୋଟ ଖୁସି ମିଳିଯାଏ .
.
ସବୁ ମୋ ଭୁଲ
ହେଲେ ଏବେ ମୁଁ କଣ କରିବି .
.
.
କିଛି ବର୍ଷ ପରେ ....
ପ୍ରୀତି ଅନ୍ୟ ଗୋଟେ ଜାଗାରେ ବାହା ହେଇଯାଏ .
.
ହେଲେ ସେ ଆଜି ପର୍ଯ୍ୟନ୍ତ ବି ଜାଣିପାରିଲାଣି ଯିଏ viral କରିବ ବୋଲି କହୁଥିଲା ତାର ଫୋନ କଣ ପାଇଁ ଆସିଲାନି.
କେମିତି ବା ସେ ଜାଣିବ ପ୍ରକୃତ ଭଲପାଇବା କଣ .
.
ସେ 5 ଲକ୍ଷ ଟଙ୍କା ରାଜା ପ୍ରଦୀପ କୁ ଦେଇଥିଲା.

ଭଲପାଉଥିବା ଲୋକ ଭିତରେ ଯେତେବେଳେ ତା ପ୍ରତି ଘୃଣା ଆସିଯାଏ ନା ସେତେବେଳେ ତାକୁ ନିଜର କରିବାର ଇଛା ହିଁ ମରିଯାଏ ହେଲେ ମନ କୁହେ ସେ ଯୋଉଠି ରହୁ ଖୁସି ରେ ରହୁ.
.
Msg for u -
1- ସୋସିଆଲ ମିଡ଼ିଆ ରେ ନିଜର personal କଥା କିଛି ବି ସେୟାର କରନ୍ତୁନି.
2- ଯିଏ ପ୍ରକୃତ ଭଲପାଉଥିବ ନା ସେ କେବେ ବି ଅଶ୍ଳୀଳ ଫୋଟୋ ତୁମକୁ ମାଗିବା କଥା ବି ଚିନ୍ତା କରିବନି.
3- ଟଙ୍କା ,ପଇସା ,status ଦେଖି ଭଲ ପାଇଗଲେ କଣ ହେବ .
କିଛି ଭଲ ଥିଲେ କିଛି ଖରାପ ବି ଅଛି .
ଆଜି ଯିଏ ଗରିବ ଅଛି କାଲି ସିଏ ଧନୀ ହେଇପାରେ
ହେଲେ ଯାହାର ଆଜି ପ୍ରକୃତି ଖରାପ ଅଛି କାଲି କେବେ ତାହା ବଦଳି ନଥାଏ .
ପିଲା ର ଚରିତ୍ର ,ମନ ଓ ଯୋଗ୍ୟତା ଦେଖି ଭଲ ପାଅ.
କଥାରେ ଅଛି
"ମଣିଷ ର ପ୍ରକୃତି ମରିଲା ପର୍ଯ୍ୟନ୍ତ ଥାଏ"

ଆଶା କରୁଛି ମୋର cute cute ଛୋଟ ବଡ ସାଙ୍ଗ ମାନେ ସେୟାର କରିବେ.
.

Monday, 2 March 2020

March 02, 2020

ମିଷ୍ଟର୍ ହ୍ୟାକର୍ PART-1

Credit:-Image by Gerd Altmann from Pixabay 


ମିଷ୍ଟର୍ 
ହ୍ୟାକର୍ 

PART-1

************
ଦେଖ ତମେ ଆଉ କୁଆଁରୀ (virgin) ହେଇକି ନାହଁ.ମୁଁ ତମକୁ ବାହା ହେଇପାରିବିନି.ପ୍ଲିଜ଼ ମୋ ପିଚ୍ଛା କରିବା ଛାଡି ଦିଅ.
ଏ କଥା ରାଜୀବ ତା gf (ପ୍ରୀତି)କୁ କହୁଥିଲା.
ପ୍ରୀତି- (ଆଶ୍ଚର୍ଯ୍ୟ ହେଇ) What ! କଣ ତମେ ଏମିତି କହୁଛ.
ରାଜୀବ- କାଲି ଗୋଟେ ତୋର ଭିଡିଓ ମୋ ପାଖକୁ ଆସିଥିଲା.
ପ୍ରୀତି- କୋଉ ଭିଡିଓ.
ରାଜୀବ- ଛି ,ତୁ ଶେଷରେ ଏତେ ତଳକୁ ଖସିଗଲୁ .
ପ୍ରୀତି- ଏଥିରେ ମୋର କିଛି ଭୁଲ ନାହିଁ.
ଯାହା କିଛି ବି ହେଇଛି ତମରି ପାଇଁ.
ରାଜୀବ- (ରାଗିକି)ମୋ ପାଇଁ କଣ.ମୁଁ ତୁମକୁ ଆଜି ପର୍ଯ୍ୟନ୍ତ touch ବି କରିନି.
ପ୍ରୀତି- ହେଲେ ତମେ ତ ଫୋଟୋ ମାଗିଥିଲ ନା.
ରାଜୀବ-ନିଜ ଦୋଷ କୁ ଅନ୍ୟ ଉପରେ ଲଦିବାକୁ ଚେଷ୍ଟା କରନି. ଛି ,ସବୁ ଝିଅ ସେମିତି ତୁ କେମିତି ବାଦ ପଡିବୁ.
ପ୍ରୀତି(କାନ୍ଦିକି) -ପ୍ଲିଜ଼ ମତେ ଟିକେ ବୁଝିବାକୁ ଚେଷ୍ଟା କର ,ମୁଁ ସେମିତିକା ଝିଅ ନୁହଁ.
ରାଜୀବ- କଣ ଟା ବୁଝିବି.
ପ୍ରୀତି-(କାନ୍ଦିକି) ଶୁଣ ମୁଁ କହୁଛି.
.
5ବର୍ଷ ତଳର କଥା ...
.
ରାଜା ,ସେ ଆମ କଲେଜ ରେ ପଢୁଥିଲା.ସେ ମୋ ପଛରେ ପାଗଳ ଭଳି ପଡିଥିଲା .ମୋର କଲେଜ ଯିବା କଷ୍ଟ ହେଇପଡିଥିଲା .
.
ସେଦିନ....
.
ରାଜା- (ମନ ଦୁଃଖରେ ) ତମେ ମୋ ପାଇଁ କଲେଜ ଆସିବା ବନ୍ଦ କରିଦେଇଛ ନା.
ପ୍ରୀତି- ଦେଖ ,ମୁଁ ସେ love fove ଚକ୍କର ରେ ପଡିବା ପିଲା ନୁହଁ.
ପ୍ଲିଜ଼ ମତେ ଟିକେ ଶାନ୍ତି ରେ ପଢିବାକୁ ଦିଅ.
ରାଜା- ମାନେ.. ମାନେ.. ମୁଁ କଣ ତମର ପସନ୍ଦ ନୁହଁ .
ଥରଟିଏ ହଁ କହିକି ଦେଖ ମୁଁ ତୁମପାଇଁ ସବୁକିଛି କରିପାରିବି.
ପ୍ରୀତି- (ରାଗିକି) ତତେ ମନା କଲି ନା ମୋ ରାସ୍ତା ଛାଡ଼ିଦେ.
.
ଏମିତି କହି ପ୍ରୀତି ସେଠୁ ଚାଲିଗଲା.
.
ସାଙ୍ଗମାନେ- ତୁ ତାକୁ ଏତେ ଭଲପାଉଛୁ ,ସେ ତ ରାଜି ନାହିଁ
ତୁ ଆଉ କାହାକୁ ଭଲପାଉନୁ .
ରାଜା- ନା ସେ ହିଁ ମୋର ପ୍ରଥମ ଆଉ ଶେଷ ପ୍ରେମ ହେବ .
ଆଜି ନହେଲେ କଲି ସେ ରାଜି ହେଇଜିବନି.
.
ସାଙ୍ଗ- ଭାଇ ସବୁ କିଛି ଟଙ୍କା ଉପରେ ନିର୍ଭର କରେ .ତୁ ଆଜି ଗରିବ ଅଛୁ ସେ ତୋ ଭଲପାଇବା କୁ ଗ୍ରହଣ କରୁନି .
.
ରାଜା ରାଗିଯାଇ ସେଠୁ ଚାଲିଯାଏ
କାହିଁକି ନା ତାକୁ ପ୍ରୀତି ର ଅପମାନ ପସନ୍ଦ ନଥାଏ.
.
କିଛିଦିନ ପରେ
ପ୍ରୀତି କଲେଜ ରେ ଦେଖିଲା ଜେ ରାଜା ଆଉ ତା ସାଙ୍ଗମାନେ ମିଶି ନିଶାଦ୍ରବ୍ୟ ସେବନ କରୁଛନ୍ତି.
.
ପ୍ରୀତି ସେଠି ପହଂଚି - ଏ ଅଭ୍ୟାସ ବି ଅଛି .
ରାଜା ଝାଡ଼ି ଝୁଡି ହେଇ - ମୁଁ କରୁନଥିଲି .
ପ୍ରୀତି- ହଁ ,ତୁ ତ ଦେଖୁଥିବୁ ନା .
ମୁଁ ତତେ ଭାବୁଥିଲି ଭଲ ପିଲା
ହେଲେ ତୁ ତ
ଛାଡ.
ରାଜା- ପ୍ଲିଜ଼ ପ୍ଲିଜ଼ କାନ ଧରୁଛି
ଆଉ କେବେ ବି ନିଶାଦ୍ରବ୍ୟ ଛୁଇଁବିନି .
ପ୍ରୀତି ରାଗିଯାଇ ଚାଲିଯାଏ .
.
ରାଜା ତାକୁ ବୁଝେଇବାରେ ଲାଗିଯାଏ .
ହେଲେ ପ୍ରୀତି ର ଟିକେ ବି ତା ପ୍ରତି ଭଲପାଇବା ନଥାଏ.
ପୁଣି କିଛିଦିନ ପରେ ....
.
ପ୍ରୀତି କୁ କିଏ କହିଦେଲା କି ରାଜା ର ଗୋଟେ ଝିଅ ସହ ଖରାପ ସମ୍ପର୍କ ଅଛି .
ଏ କଥା ମିଛ ଥିଲେ ବି ପ୍ରୀତି କୁ ସତ ଭଳି ଲାଗିଲା .
ଆଉ ସେ ସେହି ଦିନ ଠୁ ରାଜା ଠାରୁ ଦୂରେଇକି ରହିବାକୁ ଚେଷ୍ଟା କଲା .
.
ହେଲେ ରାଜା ତ ପ୍ରୀତି ର ପିଛା କରିବା ଛାଡ଼ୁନଥାଏ .
.
ପ୍ରୀତି ଏଥିପାଇଁ ବହୁତ ରାଗିଯାଏ .
ସେ ସମସ୍ତଙ୍କ ସାମ୍ନା ରେ ତାକୁ ଅପମାନ ଦିଏ ,ରାଜା ର ଚରିତ୍ର କୁ ଖରାପ କଥା କୁହେ.
.
ରାଜା ଜାଣିପାରୁନଥିଲା କି ଏ ସବୁ କଣ ଚାଲିଛି .
ଭିତରେ ଭିତରେ ବହୁତ କଷ୍ଟ ହେଉଥାଏ .ତଥାପି ସେ ପ୍ରୀତି କୁ କିଛି ବି କହୁନଥାଏ .
ପ୍ରଥମ ଥର ଗୋଟେ ଝିଅ ପାଇଁ ରାଜା ଆଖିରେ ଲୁହ ଝରିପଡ଼େ .ସେ ଏଥିପାଇଁ କାଂଦିନୀ କି ତାକୁ ଖରାପ କହିଲେ. ତା ପ୍ରୀତି ତାକୁ ଠିକ ସେ ବୁଝିପାରିଲାନି ସେଥିପାଇଁ ତା ଆଖିରୁ ଲୁହ ଝରି ପଡିଲା.
.
ପାଖରେ ଥିବା କାନ୍ଥ କୁ ବିଧା ମାରି ରାଗ କୁ ଶାନ୍ତ କରୁଥାଏ - କାହିଁକି ...କାହିଁକି ..ସେ ମତେ ଭଲପାଉନି .
.
ରାଜା (କାନ୍ଦିକି) - ମୁଁ ତୁମକୁ ବହୁତ ଭଲପାଏ
କଣ ତମେ ମତେ ଟିକେ ବି ଭଲ ପାଓନି ନା?
ପ୍ରୀତି- ଆରେ,ତୁ ସେମିତି କାହିଁକି ହେଉଛୁ. ମୁଁ ଏ love fove କାହାକୁ କରିପାରିବିନି .
ମତେ ଏ ସବୁ ପସନ୍ଦ ନୁହଁ .
ରାଜା- ହୋଉ ,ହେଲେ ଯେବେ ବି ତମ ମନରେ ଭଲପାଇବା ଆସିବ .ମତେ ଜଣେଇବ ପ୍ଲିଜ଼ .
ମୁଁ ତୁମ ଅପେକ୍ଷାରେ ଅଛି.
.
.
ଏମିତି କିଛି ଦିନ ପରେ...
ପ୍ରୀତି ଫେସବୁକ ରେ ରାଜୀବ କୁ ଭଲପାଇଲା .
ଏ କଥା ପ୍ରୀତି ର ସାଙ୍ଗ ମାନେ ବି ଜାଣିନଥିଲେ .
.
ରାଜା ର ସନ୍ଦେହ ହେଲା
ସେ ଏତେ ରୋମାଣ୍ଟିକ ରୋମାଣ୍ଟିକ ପୋଷ୍ଟ କରୁଛି
କାହାକୁ ଭଲପାଇଯାଇନି ତ ?
ସେ ପ୍ରୀତି ର ଫେସବୁକ id କୁ hack କରି ଦେଖିଲା
ପ୍ରୀତି ଓ ରାଜୀବ ର ରୋମାଣ୍ଟିକ ରୋମାଣ୍ଟିକ କଥା ହେଇଛନ୍ତି .
ରାଜା ସେ ସବୁ ଦେଖି ସାହିପାରୁନଥିଲା.
ସେ ବହୁତ ରାଗିଗଲା .
ତା ପରେ whatsapp କୁ hack କରି ସେ ଦୁହିଁଙ୍କର (ରାଜୀବ ଓ ପ୍ରୀତି) inbox ରେ ଯାହା ଦେଖିଲା ତାହା ସେ ବିଶ୍ୱାସ କରିପାରିଲାନି.
.
ରାଜୀବ ଓ ପ୍ରୀତି ର ￰￰ବାର୍ତ୍ତାଳାପ
ରାଜୀବ- ତମେ ମତେ ସତରେ ଭଲପାଓନି. ମୁଁ ଜାଣିଛି .
ପ୍ରୀତି- ଆଛା କଣ କଲେ ତମକୁ ବିଶ୍ୱାସ ହେବ.
ରାଜୀବ- ତେବେ ତମେ ସେଦିନ ମୋ କଥା କଣ ପାଇଁ ମାନିଲନି.
ପ୍ରୀତି- ନା ,ନା ଯାହା ସବୁ ତମ ଇଛା ବାହାଘର ପରେ .
ରାଜୀବ- ଆଜି କାଲି ସମସ୍ତେ ତାଙ୍କ gf କୁ ଧରି ତିନି ଚାରି ଦିନ ବୁଲି ଘରକୁ ଫେରୁଛନ୍ତି .
ମୁଁ ତ ତମକୁ ଟିକେ ଭଲସେ ଦେଖିବା ପାଇଁ କହୁଥିଲି .
ପ୍ରୀତି- ସେଦିନ ପା ଆମର ଦେଖା ହେଇଥିଲା.
ରାଜୀବ- ନା ନା, ସେ କଥା ନୁହଁ ,ତମର ଗୋଟେ ସେଇ ଫୋଟୋ ଦେଉନ.
ପ୍ରୀତି- ହେ ଭଗବାନ କି ଦୁଷ୍ଟ ତମେ.
ରାଜୀବ- (ମନ ଦୁଃଖ ରେ) ମୁଁ ଜାଣିଛି ତମର ମୋ ଉପରେ ବିଶ୍ୱାସ ନାହିଁ .
ପ୍ରୀତି- ପ୍ଲିଜ଼ ,ତମେ ଟିକେ ବୁଝିବାକୁ ଚେଷ୍ଟା କର .
ରାଜୀବ- ମୁଁ ରହୁଛି .
ପ୍ରୀତି- ରାଗିଲ ??? ପ୍ଲିଜ଼ ମୋ ଧନ ଟା ପରା
ସେମିତି ଜ଼ିଦ କରନି .
ରାଜୀବ-
ପ୍ରୀତି- ହୋଉ କିଛି ସମୟ ଅପେକ୍ଷା କର .
ତା ପରେ ପ୍ରୀତି ର ବାଥରୁମ ଫୋଟୋ ଆସିଥାଏ .
.
.
ଏ ସବୁ ପୁରୁଣା ମେଜେଜ ଓ ଫୋଟୋ ଦେଖି ରାଜା ମନରେ ନିଆଁ ଜଳୁଥିଲା .
ମୁଁ ତାକୁ ଏତେ ଭଲ ପାଉଛି ହେଲେ ସେ ଆଉ କାହା ସହ
ଛି.
ରାଜା ସେ ଫୋଟୋ କୁ ପ୍ରୀତି ପାଖକୁ ପଠେଇ ତାକୁ ବହୁତ ଖରାପ କଥା କହିଲା .
.
ପ୍ରୀତି- ତୁ ଏ ଫୋଟୋ କେମିତି ପାଇଲୁ.
ରାଜା- ଚୁପ, ଏକଦମ ଚୁପ .ମୁଁ ତତେ ଭଲ ଝିଅ ଭାବି ଭଲପାଉଥିଲି.ହେଲେ ଶେଷରେ ତୁ ମତେ ଧୋକା ଦେଲୁ .
(କାନ୍ଦିକି) ତୁ କାହିଁକି ..କାହିଁକି ଏମିତି କଲୁ
ତୁ ମତେ କଥା ଦେଇଥିଲୁ ନା ଯଦି ବି ଭଲ ପାଇବୁ ମତେ ଭଲପାଇବୁ .
କେତେ କଷ୍ଟ ଲାଗୁଛି
ମୁଁ କାନ୍ଦି ବି ପାରୁନି.
ବହୁତ ହେଇଗଲା
ଶୁଣ
ତୁ ଯଦି ମୋ ସହ ହୋଟେଲ ନାଗଲୁ ଏ ଫୋଟୋ କୁ viral କରିଦେବି.
ପ୍ରୀତି - ପ୍ଲିଜ଼ ପ୍ଲିଜ଼ ସେମିତି କରନି .
ରାଜା- ଏବେ ତୋ ଚରିତ୍ର ରେ ଦାଗ ଲାଗିଲା ବୋଲି ଏତେ ଡରୁଛୁ .
(କାନ୍ଦିକି) ସେ ଦିନ ମତେ ବିନା ଦୋଷ ରେ ମୋ ଚରିତ୍ର ଖରାପ ମୁଁ ଖରାପ ବୋଲି କଲେଜ ରେ କହିଲୁ
ମତେ କେତେ କଷ୍ଟ ହେଇଥିବ ଥରେ ଭାବିଲୁନି.
ସବୁ ସହିଯାଇଥିଲି କେବଳ ତୋ ପାଇଁ.
ହେଲେ ଆଉ ନୁହେଁ .
.
ପ୍ରୀତି କଣ କରିବ ବୁଝିପାରିଲାନି.
ତାର ସାମାନ୍ୟ ଭୁଲ ପାଇଁ ଆଜି ତା ଇଜ୍ଜତ ନିଲାମ ହେବାକୁ ଯାଉଛି .
.
ପ୍ରୀତି ରାଜା ର କଥା ମାନି ହୋଟେଲ କୁ ଯାଇଥାଏ .ହେଲେ ସେଠି ରାଜା ନଥାଏ .
ରାଜା ବଦଳରେ ପ୍ରଦୀପ ଥାଏ.
Continued.......
ଏମିତି ଗଳ୍ପ ଲେଖିବାର କାରଣ part -2 ରେ କହିବି.
Part -2 ଯଦି ପଢିବାକୁ ଚାହୁଁଛ ତେବେ ସେୟାର କର .
                              ଯେତେ ଅଧିକ ସେୟାର କରିବ ସେତେଶୀଘ୍ର ଲେଖି ପୋଷ୍ଟ କରିବି .
March 02, 2020

SANDEHI PRIYATAMA【ସନ୍ଦେହୀ ପ୍ରିୟତମା】

Story No:-13

ସନ୍ଦେହୀ ପ୍ରିୟତମା

*********
କିଛି ବର୍ଷ ପୂର୍ବରୁ ଗଢି ହେଇଥିବା ଏକ ପ୍ରେମ କାହାଣୀ 
ପୁଅଟି ଗୋଟେ ସ୍ଥାନ ରେ ବସି ତା ପୂର୍ବ କଥା ଏ ପାହାଡ ନଦୀ ବୃକ୍ଷ କୁ କହୁଥାଏ 
କାହିଁକି ନା ତାର ଯିଏ ଅତି ନିଜର ଥିଲା ସେ ଆଜି ପର ହେଇଯାଇଛି .
.
ସେ ଦିନ ମୁ ବହୁତ ଖୁସି ହେଇଥିଲି ଯେଉଁଦିନ ସେ ମୋ କୋଳ ରେ ବସି ତାର ମନର କଥା ସବୁ କହିଥିଲା
ଝିଅ- ତମେ ମତେ ବିବାହ କରିବନା .
ପୁଅ- ନକଲେ ହେବନି 🤣🤣
ଝିଅ- ତମେ ବି ନା ମୋର ସବୁ କଥା କୁ ମଜାକ କରିଦେଉଛ .
ପୁଅ- ଆଲୋ ପାଗିଳି .ତତେ ବାହା ହେବିନି ତ ଆଉ କାହାକୁ ବାହା ହେବି.
ଝିଅ- କେଜାଣି .ତମରଯଦି ଆଉ କିଏ ଥିବ.
ପୁଅ- ହା ହା ହାଃ ତୁ ବି ନା .
ହଁ ମୋର ଆଉ ଜଣେ ପ୍ରେମିକା ଅଛି.
ଝିଅ - ଯାଉନା ତାକୁ ଭଲପାଇବ .ମତେ କଣ ପାଇଁ ଭଲପାଉଛ .
ପୁଅ- ଏଈ ଗୋଟେ କଥା .ତୁମେକହିବ ଆଉ ମୂ ମାନ୍ନିବିନୀ .ଏଟା କେବେ ହେଇଛି 🤣🤣🤣
ଝିଅ- ହୋଉ ଯାଅ ତା ପାଖକୁ ମୂ ଯାଉଛି .😡😡😡
ପୁଅ- ମୋ ପାଗିଳି ଟା ମୋ ଧନ ଟା ରାଗେନି .ସରି 😔😔 ମୁଁ ମାଜ଼ାକ କରୁଥିଲି .
ଝୀଅ- ଯାଉନା ତା ସହ ମାଜ଼ାକ କରିବା .
ପୁଅ- ସରି 😔😔 ପ୍ଲିଜ଼ ମାନିଯାଅନା .
.
ସେଠୁ ଝିଅ ରାଗିକି ପଳିଆସିଯାଏ

ରାତିରେ ପୁଅ ଟି ଫେସବୁକ ରେ ଯେତେ ମେସେଜ କଲା ହେଲେ ସେ ଝିଅ ରିପ୍ଲେ ଦେଲାନି . କଲ
ବି କାଟିଦେଲା .

ତାପର ଦିନ ଝିଅ ର ରାଗ କମିଯାଇଥିଲା ଆଉ ସେ ପୁଅ କୁ ମେସେଜ଼ ଦେଲା .
ପୁଅ ଟି ଅନଲାଇନ ଥିଲା ସତ କିନ୍ତୁ ଫୋନ ତା ହାତରେ ନଥିଲା .
ଝିଅଟି ପୁଣି ବହୁତ ରାଗିଯାଇଥିଲା .
.
ରାତି କୁ ପୁଅ ମେସେଜ଼ ଦେଖି ସେ ରିପ୍ଲେ ଦେଲା .
ହେଲେଝିଅ ଟି ଆଉ ମେସେଜ଼ ଦେଲାନି .
ପୁଅଟି ରାତିସାରା ଅନଲାଇନ ତା ମେସେଜ଼ କୁ ଅପେକ୍ଷା କରିଥିଲା
ସେଇ ସମୟରେ ତାର ପୂର୍ବ ପ୍ରେମିକା(ex ମେସେଜ଼ ଦେଲା
ସେ ପୁଅ ଟି ତା ସହ କିଛି କଥା ହେଲା ପରେ ଆଖୀ କୁ ନିଦ ଆସିଗଲା .
ସକାଳୁ ଯେତେବେଳେ ସେ ଝୀଅ(gf) ଦେଖିଛି କି ତାର ଅନଲାଇନ ରାତି 3 ପର୍ଯ୍ୟନ୍ତ ଅନଲାଇନ ସେ ଥିଲେ ସେଠୁ ତାର ସନ୍ଦେହ ପୁଣି ହେଲା
ଝିଅ ଟି ପୁଅ ୁ ଫୋନ କଲା
ଝିଅ - କାଲି ଅନଲାଇନ ରେ ମୁଁ ତ ନଥିଲି ତମେ ଏତେ ରାତି ପର୍ଯ୍ୟନ୍ତ କାହା ସହ କଥା ହେଉଥିଲା .
ପୁଅ- ex-gf ସହ .
ଝିଅ- ମୁଁ ରହୁଛି .
ପୁଅ- ଆରେ ଶୁଣ ମୋର ପୁରା କଥା ତ ଶୁଣିକି ଜାଅ .
ଝିଅ- ଥାଉ ମୂ ସବୁ ଜାଣିଗଲି ତମେ କଣ .
ପୁଅ- କେତେ ଆଉ ମୋତେ ସନ୍ଦେହ କରିବା .
ଝିଅ ଫୋନ କୁ ରଖିଦେଲା
କିଛିସମୟ ପରେ ପୁଣି ଥରେ ଝିଅ ଫୋନ କଲା
ହେଲେୁଅ ର ଫୋନ ବେସ୍ତ କହିଲା
କାହିଁକି ନା ତାର ଗୋଟେ ସାଙ୍ଗ କଲ କରିଥିଲା .
ତା ପରେ ପୁଅଟି ଝ ପାଖକୁ କଲ କଲା ହେଲେ ଝିଅ ଟି ରିସିବି ନକରି ମେସେଜ ଦେଇଦେଲା .
ଆଉ ସେ ମେସେଜ଼ ରେ ଲେଖିଥିଲା .
- ତମକୁ ମୋ ରାଣ ତମେ କେବେ ବି ମୋ ପାଖକୁ କଲ କି ମେସେଜ଼ କି ଦେଖା କରିବନି .ଯଦିକରିଛ ମତେ ଏ ଦୁନିୟା ରେ ପାଇବନି .ମତେ ଏକୁଟିଆ ବଂଚିବାକୁ ଦିଅ .
ପୁଅ ଟି ଏ ମେସେଜ଼ ପଢି ତା ରାଣ କୁ ଡରି ଆଉ ମେସେଜ଼ କି କଲ କଲାନି .
.
କିଛିଦିନ ପରେ
ସେ ଝିଅ ପୁଅ କୁ ନବୁଝି ତାକୁ ଧୋକାବାଜ଼ ଭାବି ରାତିସାରା କାନ୍ଦିଲା .
ଏପଟେ ପୁଅ ଟି ନିଜର ଦୁଃଖ କୁଁ
ଏକ ସୁନ୍ନ ସାନ ଜାଗା ରେ ବସି
ନଦୀ ପାହାଡ ଝରଣା କୁ ସବୁ କହୁଥିଲା .
ପୁଅଟି ବହୁତ ଭାଙ୍ଗି ପଡିଥିଲା ହିଁକି ନା ସେ ଝିଅ କୁ ସେ କେବେ ମିଛ କହିନୀ କି ସେ ତା ଛଡ଼ା ଆଉ କାହାକୁ ଭଲପଏନି .
.
ଝିଅ ର ମନ ବୁଝୁନାଥଃଏ ସେ ଭାବିଲା କି ସେ କିଛି ଭୁଲ କରିନି ତ.
ସଂଗେ ସଙ୍ଗେ ସେ ପୁଅ ର ଫେସବୁକ ଓପେନ କଲା ଆଉ ତା ex-gf ର ମେସେଜ ପଢିବାକୁ ଲାଗିଲା .
Ex- ମୁ ବହୁତ ବଡ ଭୁଲ କରିଛି ତମକୁ ଧୋକା ଦେଇ .ତମକୁବହୁତ କଷ୍ଟ ଦେଇଛି .ମତେକ୍ଷମା କରିଦେବା .
ପୁଅ- ସେତେବେଳେ ମତେ ତମେ ବୁଝିପାରିଲାଣି .ଏଵେ କ୍ଷମା ମାଗିଲେ କଣ ହେବ
Ex- ମାନେ?
ପୁଅ - ମୁ ଆଉ ଜଣକୁ ଭଲପାଉଛି .ସେକେବେ ବି ମତେ ଭୁଲ ବୁଝି ଅଧା ରାସ୍ତା ରେ ଛାଡି ଚଳିଯିବନି .
Ex- ତା ମାନେ ତମେ ତମ ପ୍ରଥମ ଭଲପାଇବା କୁଁ ଏତେ ସହଜରେ ଭୁଲିଗଲା .
ପୁଅ- ମୁ କିଛି ଶୁଣିବାକୁ ଚାହେଁନି .ମୁଯାହାକୁ ଭଲପିଛି ସେ ମୋ ପାଇଁ ସବୁକିଛି ..ମୁଁ ତା ଆଖି ରେ ଟିକେ ବି ଲୁହ ଦେଖିପାରିବିନି..
.
.
ଏଇ ସବୁ ମେସେଜ଼ ପଢି ଝିଅ ଟି ତା ଭୁଲ ବୁଝିପାରି ତା ପ୍ରେମିକ ପାଖକୁ ଯାଏ .
.
ଝିଅ- (କାନ୍ଦିକି)
ପୁଅ- ଆରେ ପାଗିଳି କାନ୍ଦୁଛୁ କଣ ପାଇଁ
ତାପରେ ପୁଅଟି ତାକୁ ଛାତିରେ ଲଗେଇକି ଚୁପ ହେଇଜା ମୋ ସୁନା ଟା .କଣହେଇଛି
ଝିଅ - ମୁ ତୁମକୁ ଭୁଲ ବୁଝିଥିଲି .ମତେକ୍ଷମା କରିଦିଅ .
ପୁଅ - ମୋ ଧନ ମୋ ସୁନା ଏଥିପାଇଁ କାନ୍ଦୁଛୁ .ଆରେତୁ ମତେ ସନ୍ଦେହ କରିବୁନି ତ ଅଉ କିଏ କରିବା .
ଯୋଉ ଭଲପାଇବା ରେ ନିଜର ଲୋକ ଆଉ କାହାର ହେବାର ଭୟ ନାହିଁ ସେ କି ଭଲଲାପାଇଁବ .
ହଁତୋର ବାସ ଏତିକି ଭୁଲ କି ତୁ ମୋ କଥା ନଶୁଣି ସବୁ ଭୁଲ ଭାଲ ଭାବିଦେଲୁ .ଆଉ ମୁ ତୋର କଁ ଏଇ ଛୋଟ ଭୁଲ କୁ କ୍ଷମା କରିପାରିବିନି .
ଝିଅ- ତମ ପାଗିଳି ଟିକେ ସତରେ ପାଗିଳି କ୍ଷମା କରିଦେବା .
ପୁଅ - ହା ହା ହା.
I love you
ଝିଅ- i love you too .

                                                      ******The End*******

Msg for you- ନାରୀ ନାମୟେ ସନ୍ଦେହୀ .ଆଉ ହରେଇବା ଡର ଯାହା ଭିତରେ ଥାଏ ସେଇଟା ସନ୍ଦେହ ର ରୂପ ନିଏ .ସନ୍ଦେହକୁ କେହି ଭୁଲ ବୁଝିବେନି ହେଲେ ଅତ୍ୟଧିକ ସନ୍ଦେହ ତା ଉପରେ କରିବନି.

             ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.

Monday, 9 December 2019

December 09, 2019

SATHI TAME BAHU DURE【 ସାଥୀ ତମେ ବହୁ ଦୂରେ】

sathi tame bahu dure

ସାଥୀ ତମେ ବହୁ ଦୂରେ
PART-1
************
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଏବଂ
ଏହି ଗଳ୍ପ ସେହି ମାନଙ୍କ ପାଇଁ
ଯେଉଁମାନେ ପ୍ରେମ କରିବା ପାଇଁ ବ୍ୟାକୁଳ ଅଛନ୍ତି .
.
.
ପ୍ରିତମ ,ବୟସ 20 ବର୍ଷ .ପରିବାର କହିଲେ ବାପା ମା ଓ ସାନ ଭଉଣୀ.
କଲେଜ ର +3 ସରି ଯାଇଥାଏ.
ଦିନେ ସେ ଛାତ ଉପରେ ସେ ଚାନ୍ଦିନ ରାତି ର ସେ ସୁଲୁ ସୁଲିଆ ପବନରେ ତା ମନ କୁ ବହୁତ ପ୍ରକାର ଭାବନା ଆସିଲା . ଆଜି କାଇଁ ମତେ କିଛି ଏକଲା ଏକଲା ଅନୁଭବ ହେଉଛି.
ସତରେ ଜଣେ ସାଥି ନିହାତି ଦରକାର . କା ସ.... ମୋ ଜୀବନ ରେ ଏମିତି କେହି ଆସି ଥାନ୍ତା ମୁଁ ତାକୁ ଏତେ ଭଲ ପାଇବା ଏତେ ଭଲ ପାଇବା ଦିଅନ୍ତି ସେ ପୁରା ପାଗିଳି ହେଇଜାନ୍ତା.
ହେଲେ ଏବେ ଭାବି ଲାଭ କଣ . ମୁଁ ବି ଗୋଟେ ବୋକା ଟେ କଲେଜ ଲାଇଫ ରେ ପଟେଇ ଥିଲେ ସେତେବେଳେ ହେଇଥାନ୍ତା .
ଛାଡ ଯାହା ମୋ ଭାଗ୍ୟ .
ଏମିତି କିଛି ପ୍ରିତମ ଭାବି ଭାବି ସାରା ରାତି ସେହି ଛାତ ଉପରେ କଟେଇଦେଲା.
.
ପ୍ରିତମ ବହୁତ ସାଧା ସିଧା ପିଲାଟା ଥିଲା ତାର ଝିଅ ପିଲା ସାଙ୍ଗ ଦୂରର କଥା ପୁଅ ସାଙ୍ଗ ବି ଏତେ ନଥିଲେ .
.
ରାତି ସିନା ବିତିଗଲା ଭାବିଥିବା କଥାକୁ ସତ କରିବା ପାଇଁ ଲାଗିଲା ଓ ସେ ତା ମନ ର ମାନସି କୁ ଖୋଜିବାକୁ ଲାଗିଲା .
ହେଲେ ପାଇବ କୋଉଠି ତାକୁ .
ତାର ବି ଯେତେ ସାଙ୍ଗ ଥିଲେ ସମସ୍ତଙ୍କୁ ସେ ଅନୁରୋଧ କରି କହିଲା କି ମୋର ଗୋଟେ ସେଟିଙ୍ଗ କରେଇଦିଅ . ହେଲେ କେହି କରିନଥିଲେ .
ସାଙ୍ଗ- ଆବେ ତୁ କୋଉ ଯୁଗ ରେ ଅଛୁ .ଶୁଣ ତୁ ଟିକେ ଷ୍ଟାଇଲ ମାରି
ଆଉ ଟିକେ ସ୍ମାର୍ଟ ଦେଖା .ଏମିତି ସାଧା ସିଧା ରହିଲେ କୋଉ ଝିଅ ପଟିବ କହିଲୁ .
କିଛି ଦିନ ପରେ ...
ପ୍ରିତମ ର ମାମୁ ଙ୍କ ଝିଅ ବାହାଘର ହେଉଥାଏ .
ମାମୁଙ୍କର କେହି ପୁଅ ନଥିବା ହେତୁ ପ୍ରିତମ ସେ ବାହାଘର ର ଟିକ ନିଖ କଥା ବୁଝୁଥାଏ .
ଏତେ ବ୍ୟସ୍ତ ବହୁଳତା ଭିତରେ ସେ ନିଜର ସାର୍ଟ କୁ ଓଲଟା ପିନ୍ଧିଥିଲା .
ବରଯାତ୍ରୀ ଆସିବା ର ସେ ମୁହୂର୍ତ ରେ ସେ କେମିତି ପିନ୍ଧିଦେଇଛି .
ତାଙ୍କ ପାଇଁ ପୁଣି ବସିବା ଖାଇବା ବନ୍ଦବୋସ୍ତ .
ବରଯାତ୍ରୀ ସବୁ ବାହାରେ ଖାଇଲେ ହେଲେ କିଛି ଝିଅ ବାହାରେ ଖାଇବାକୁ ପସନ୍ଦ କଲେଣି ସେଥିପାଇଁ ତାଙ୍କୁ ଘର ଭିତରେ ଖାଇବାକୁ ଦିଆଗଲା .
ଆଉ ସେ ଖାଇବା ପରଷିବା ପିଲା ଟା ପ୍ରିତମ ଥିଲା .
ପ୍ରିତମ ପରଷିବା ସମୟରେ ଗୋଟେ ଝିଅ ତାକୁ ଦେଖି ହସିଲା .
ପ୍ରିତମ କିଛି ବୁଝି ପାରିଲାନି ସେ ସେଠୁ ଚାଲିଆସିଲା .
ପ୍ରିତମ ଭାବିଲା କଣ ପାଇଁ ହସିଲେ ଯାଇ ପଚାରିବି .
ହେଲେ ଆଉ ତାଙ୍କ ସାମ୍ନା କୁ ଯିବା କୁ ଲାଜ ଲାଗୁଥିଲା ପୁଣି ଯଦି କଣ କହି ମଜାକ ଉଡାଇବେ .
ସେ ଝିଅ ମାନେ ଖାଇ ସାରିଲେ .
.
ଝିଅ- ଓ ମିଷ୍ଟର. ଆମକୁ ଅଧା ଖାଇବା ଦେଇ କୁଆଡେ ଗାଏବ ହେଇଗଲ .
ପ୍ରିତମ- ତମେ ମାନେ ହସିଲ .ମତେ ଟିକେ ଖରାପ ଲାଗିଲା.
ଝିଅ- ( ହସିଲା)
ପ୍ରିତମ- ପୁଣି ହସିଲ ଜେ .
ଝିଅ- ତମେ ଏ ପର୍ଯ୍ୟନ୍ତ ବି ଜାଣି ପାରିଲାନି ମୁଁ କଣ ପାଇଁ ହସିଥିଲି .
ପ୍ରିତମ- ନା ଜାଣିପାରୁନି.
ଝିଅ- ହେ ଭଗବାନ .ତମେ ଗୋଟେ ବୁଧୁ.
ଆରେ ତମେ ସାର୍ଟ କୁ ଓଲଟା ପିନ୍ଧିଛ .
ପ୍ରିତମ- ଆରେ ସତରେ ତ .ଏ ବାହାଘର ଗହଳି ରେ କେମିତି ପିନ୍ଧି ପକେଇଛି.
ଝିଅ- ଟିକେ ସ୍ମାର୍ଟ ରହିବନା .
ପ୍ରିତମ- ହଁ ମୋ ସାଙ୍ଗ ମାନେ ବି ସେମିତି କହୁଥିଲେ .
ସ୍ମାର୍ଟ ନରହିଲେ କୋଉ ଝିଅ ବି....
ଝିଅ- କଣ କଣ?
ପ୍ରିତମ- ଆରେ କିଛି ନୁହଁ .
ଝିଅ- ସ୍ମାର୍ଟ ପିଲା କୁ ତ ଝିଅ ମାନେ ବେଶୀ ପସନ୍ଦ କରନ୍ତି .ତାମାନେ ନୁହଁ ସାଧା ସିଧା ପିଲା ଙ୍କୁ ଘୃଣା କରନ୍ତି .
.
ପ୍ରିତମ- ମୁଁ କିଛି ବୁଝିପାରିଲିଣି .
ଝିଅ- ମୁଁ କଣ ହିନ୍ଦୀ ରେ କହିଲି କି .
ତମ ନାଁ କଣ କହିଲ?
ପ୍ରିତମ- ପ୍ରିତମ .ଆଉ ତମ ନାଁ
ଝିଅ- ମୋ ନାଁ ପ୍ରୀତି .
ପ୍ରିତମ- ତମେ ବହୁତ ସ୍ମାର୍ଟ ତା ଠୁ ବି ତମେ ଦେଖିବାକୁ ବହୁତ ସୁନ୍ଦର.
.
ଏମିତି ସେମାନେ ବହୁତ କିଛି କଥା ବାର୍ତା ହେଲେ ଆଉ ବନ୍ଧୁତ୍ବ ବି ହେଇଗଲା .
ଆରମ୍ଭ ହେଇଗଲା ପ୍ରେମ କାହାଣୀ
ପ୍ରୀତି ଓ ପ୍ରିତମ ଙ୍କ ମଧ୍ୟରେ.
.
ସେ ଦୁହେଁ ପରସ୍ପର କୁ ଦେଖା କଲେ ଆଉ ବୁଲା ବୁଲି ମଧ୍ୟ କଲେ .
ପ୍ରିତମ- ଜାଣିଛ ତୁମେ ଆସିବା ପୂର୍ବରୁ ମୁଁ ତୁମକୁ ଭଲ ପାଇଆସୁଛି .
ପ୍ରୀତି- କେମିତି .
ପ୍ରିତମ- ହଁ . ମୁ ସବୁବେଳେ ମୋ ମନର ମାନସୀ କଥା ଭାବେ ଆଉ ସେତେବେଳେ ମୁଁ ସ୍ବପ୍ନ ବାନ୍ଧିଥିଲି ମୋ ମନର ମାନସୀ କୁ ପାଇଲେ ତାକୁ ଏତେ ଏତେ ଭଲ ପାଇବା ଦେବି .
ଆଉ କେତେ କଣ ଭାବିଛି କହିଲେ କଥା ସରିବନି .
ପ୍ରୀତି- ତଥାପି କେତେ ବାଟ ପର୍ଯ୍ୟନ୍ତ ଭାବୀଛ .
ପ୍ରିତମ- ପିଲା ଛୁଆ ଜନ୍ମ ହେବ ପର ପର୍ଯ୍ୟନ୍ତ .
ପ୍ରୀତି- ହେ ଭଗବାନ ,ଧୀରେ କୁହ
ଆମେ ବସ ରେ ଅଛନ୍ତି .ଲୋକ ଶୁଣିଲେ ଖରାପ ଭାବିବେନି .
ପ୍ରିତମ- ଆରେ ଖରାପ ଭାବୁ ତମେ ତ ମୋ ଦୁନିୟା .
.
କିଛି ସମୟ ପରେ ..
ପ୍ରୀତି ର ହାତ କଟିଗଲା ବସ ର କାଚ ରେ .
ପ୍ରିତମ ପ୍ରୀତି ର ହାତ କାଟି ଯିବାର ଦେଖି
ପକେଟ ରୁ ରୁମାଲ ବାହାର କରି ପ୍ରୀତି ହାତ ରେ ବାନ୍ଧି ଦେଲା .
ପ୍ରିତମ- ଚାଲ ହସ୍ପିଟାଲ ଯିବା .
ପ୍ରୀତି- ଆରେ ନାଇଁ ବାବା ତମେ ଏତେ ବେସ୍ତ କାଇଁ ହେଉଛ .ଅଳ୍ପ କଟିଛି .
.
ପ୍ରିତମ ସେ ବସ କଣ୍ଡକ୍ଟର ପାଖକୁ ଯାଇ ପାଟି ତୁଣ୍ଡ କଲା .
.
ପ୍ରୀତି ପ୍ରିତମ ର ସେଦିନ ଉଗ୍ର ରୂପ ଦେଖିଥିଲା ହେଲେ ତାକୁ ପ୍ରିତମ ର ଏତେ ଭଲ ପାଇବା ନଜର ଆସିଥିଲା .
.
                           ନିଶ୍ଚୟ ସେୟାର କରିବେ.
PART-2 Coming Soon.
December 09, 2019

TO KHUSI RE A JIBANA BAJI【ତୋ ଖୁସି ରେ ଏ ଜୀବନ ବାଜି】

Story No:-12

ତୋ ଖୁସି ରେ ଏ ଜୀବନ ବାଜ

*******

ଗୋଟିଏ ପରିବାର ରେ ବାପା ମା ଝିଅ (ଶୋଭା ) ବହୁତ ଖୁସି ରେ ରହୁଥିଲେ .ଖୁସି କାହାର ବା ବେଶୀ ଦିନ ରୁହେ .
.
ଶୋଭା - ବାପା ତମେ ଅଫିସ ଗଲାବେଳେ ମତେ କଲେଜେ ପାଖରେ ଛାଡ଼ିଦେବ .
ବାପା - ଶୀଘ୍ର ରେଡି ହେଇଜା ପାଗିଳି ..
ବାପ ଝିଅ କିଛି ବାଟ ଗଲା ପରେ ଗୋଟେ ବାଇକ ଧକ୍କା ଦେଲା .ଆଉ ସେହି ଦୁର୍ଘଟଣା ରେ ବାପ ଦୁନିଆ ଛାଡି ଚାଲିଗଲେ ..
ଯୋଉଁ ପିଲା ବାଇକ ଚଲଉଥିଲା ସେ ଶୋଭା ର କ୍ଳାସମେଣ୍ଟ ଥିଲା .ତା ନାଁ ରାଜା ..ସେହି ଦିନ ଠୁ ଶୋଭା ଆଉ କଲେଜେ କୁ ଆସିବା ବନ୍ଦ କରିଦେଲା ..
ରାଜା ନିଜକୁ ବହୁତ ଦୋଷୀ ବୋଲି ଭାବିଲା .ଶୋଭା ର ସାଙ୍ଗ ମାନଙ୍କ ଠାରୁ ଶୋଭା ର ଖବର ବୁଝିଲା .ତାଙ୍କ ଘର ପରିସ୍ଥିତି ଏତେ ଭଲ ନଥୀଲା ..
ରାଜା ନିଜ ବାଇକ ବିକ୍ରି କରି ସେହି ଟଙ୍କା ଶେଭିଂ ବ୍ୟାଙ୍କ ରେ ରଖିଦେଲା ଆଉ ପ୍ରତି ମାସ ସୁଧ ସହ ନିଜ ପକେଟ ଖର୍ଚ ସବୁ ଟଙ୍କା ପୋଷ୍ଟାଲ ପଠେଇଦିଏ ଶୋଭା ଘର କୁ .ଆଉ ସେଥିରେ ଲେଖାହେଇଥାଏ ମୁ ତୁମ ବାପା ଙ୍କ ପାଖରୁ କରଜ ନେଇଥିଲି ଏ ହେଉଛି ସୁଧ ...କିଛି ଦିନ ପରେ ଶୋଭା କଲେଜେ କୁ ଆସିଲା .
ହେଲେ ସେ ସବୁବେଳେ ମନ ଦୁଃଖ କରି କାନ୍ଦେ .ତା ଲୁହ ପାଇଁ ବି ରାଜା ନିଜକୁ ଦାଈ କଲା .
ସେ ଫେସବୂକ ରେ ଫେକ ଆକାଉଣ୍ଟ ଖୋଲି ଶୋଭା କୁ ମିଠା ମିଠା କଥା କହି ହସେଇବାକୁ ଲାଗିଲା ଆଉ ତାକୁ ବହୁତ ଭଲପାଇବା ଦେଲା ହେଲେ ନିଜର ପରିଚୟ ଲୁଚେଇଲା ...କେବଳ ଫୋନ ରେ କଥା ହେଉଥିଲେ .ଶୋଭା ବି ଧୀରେ ଧିରେ ତା ପ୍ରେମ ରେ ପଡିଗଲା .
ଶୋଭା- ( କାନ୍ଦିକି)ଆଜି ମୋ ବାପା ଙ୍କ କଥା ମର ବହୁତ ମାନେ ପଡୁଛି .ମୋ ବାପା ମତେସ୍ନେହ ରେ ପାଗିଳି ବୋଲି ଡାକୁଥିଲେ .ରାଜା- ମୋ ଧନ ଟା ପରା . ତୁ ଏମିତି କାଂଦିନୀ ରେ ମୁ ସାହିପାରୁନି .ମୁ ତତେ ପାଗିଳୀ ଡାକୁଛି ନା .ତୁ ପୁଣି ମନ କଣ ପାଇଁ ଦୁଃଖ କରୁଛୁ .ଶୋଭା - ତୁମ ଭିତରେ ମୁ ମୋ ବାପା ଙ୍କ ଭଲପାଇବା ପାଇଛି .ତୁମେ ମୋର ସବୁକିଛି .ମୋ ଦୁଃଖ ସମୟରେ ସାଥ ଦେଇଛ .ମୁଁ ତୁମକୁ....ରାଜା - ହା ହା ହା .ହେଲେ ମୁ ତତେ ଭଲପାଏଁଇନୀ . ତୁ ବିଲେଇ ଭଳି ସବୁବେଳେ ରାଗୁଛୁ .ଶୋଭା - ମୁ କାନ୍ଦିବ କହିଦେଉଛି .ପ୍ଲିଜ଼ ଥରେ କହିଦିଅନାଁ ଭଲପାଅ ବୋଲି .ରାଜା - ଆଲୋ ପାଗିଳି ତୁ ଏତେ ବେସ୍ତ କଣ ପାଇଁ ହେଉଛୁ .ମୁଁ ଯେବେ ତତେ ପ୍ରଥମ ଦେଖା ଦେବୀ ସେଦିନ କହିବି ...ଏମିତି ତାଙ୍କ ଭିତରେ ବହୁତ ଭଲପାଇବା ହେଇଗଲା .
ରାଜା - ଆଛା ମୋ ଧନ ପାଇଁ କଣ ଗିଫ୍ଟ ନେବି .ଶୋଭା - ମୋର କିଛି ଦରକାର ନାହିଁ .
ରାଜା - ଆରେ ବାପରେ ମୋ ପାଗିଳି କୁ କିଏ କଣ କହିଛି କୀ ?
ଶୋଭା- ନା ରାଜା -ଏତେ ରାଗ କଣ ପାଇଁ .ଶୋଭା - ମୋ ବାପା ଙ୍କୁ ଯିଏ ମାରିଛି ତାକୁ ମୁ ଖୁସି ରେ ରହିବାକୁ ଦେବିନି . 
ସେ ମତେ ଯେତିକି କନ୍ଦେଇଛି ତାକୁ ବି ସେମିତି ମାରିବି .
ରାଜା - ପାଗିଳି ଯଦି ତୁ ତାକୁ ସାମ୍ନା ରେ ପାଉ ତେବେ କଣ କରିବୁ
 ଶୋଭା - ତାକୁଜି ଜୀବନ ରୁ ମାରିବିନି ହେଲେ ପାଗଳ କରିଦେବି ତାକୁ .ସେ ମୋ ବାପା କୁ ମାରିଛି .ତୁମେ ଜାଣିଛ ତା ପାଇଁ ଆଜି ଆମେ ଭିକାରି ହେଇଯାଇଛୁ .ତାକୁ ପାଗଳ ନକଲା ପର୍ଯ୍ୟନ୍ତ ମୋ ଜୀବନ ରେ ଶାନ୍ତି ରେ ବଂଚିପାରିବିନି .ତୁମେ ମୋ ସାଥି ରେ ଅଛ ନାକୁଆଡେ ଗଲ କୁହନା .
ରାଜା - ,( କାନ୍ଦିକି ) ହଁ ମୁ ଅଛି.ଶୋଭା - କଣ ହେଇଛି ତୁମର . କାନ୍ଦୁଛ କଣ ପାଇଁ .ରାଜା - ନାଇଲୋ ପାଗିଳି ଏ ଖୁସି ର ଲୁହ . କାଲି ଆମର ପ୍ରଥମ ଥର ପାଇଁ ଦେଖା ହେବ ଆଉ ଶୁଣ କାଲି ତୋର ଏଇ ଇଛା ପୁରା କରିଦେବି .ଯିଏ ତୁମ ବାପା ଙ୍କୁ ମାରିଛି ତା ନାଁ ଠିକଣା ମେସେଜେ କରିଦେ କାଲି ତାକୁ ସେଇ ଜାଗା କୁ ଡାକିଦେବି ତା ପରେ ତୁ ତା ମୁଣ୍ଡ ପଛ କୁ ଜୋର ସେ ପିଟିବୁ .
ତାପରେ ସେ ପାଗଳ ହେଇଯିବ . ସେ କୋଉ ରଙ୍ଗର ସାର୍ଟ ପିନ୍ଦିଥିବା ତତେ ମେସେଜ କରିଦେବି .
ତୁ ତା କାମ ସରିଲା ପରେ ମତେ ଦେଖା କରିବୁ ..ତା ପର ଦିନ ଶୋଭା ସେ ଜାଗା କୁ ଗଲା ଆଉ ରାଜା ଯାହା କହିଥିଲା ସେ ସେମିତି କଲା .ସେ ଯାହାକୁ ପିଟିଲା ସେ ହିଁ ରାଜା ଥିଲା . 
ସେ ବେହୋସ ହୋଇଗଲା .ଶୋଭା ଯେତେବେଳେ ରାଜା କୁ ଫୋନ କଲା ରିଂ ସେ ପିଲା ର ପକେଟ ରୁ ରାଜା ର ଫୋନ ବାହାରିଲା ଆଉ ପକେଟ ରେ ଗୋଟେ ଚିଠି ବାହାରିଲା .
ସେଥିରେ ଲେଖାଥିଲା ..ଧନ ମୋ ଜୀବନ ଗୋଟେ ମାରିଥିବା ବାପ ର ଝିଅ ପାଖରେ ନିଜକୁ ବିକ୍ରି କରିଦେଇଛି .ମୁ ତତେ ଧୋକା ଦେଇଛି .ତୁ ମତେ ଭୁଲିଯଇ ଖୁସି ରେ ରହିବୁ .ତୋର ସବୁ ଇଛା ଆଜି ପୁରଣ କରିଦେଉଛି .ମୁ ଖୁସି ରେ ମୋ ଜୀବନ କୁ ବାଜି ଲଗେଇଛି .ମୁ ଜାଣିଛି ତୁ ଏବେ କାନ୍ଦୁଥିବୁ ବିଲେଇ ଭଳି କାନ୍ଦୁଛୁ କଣ ପାଇଁ .ତୁ ମୋ ଧନ ପରା .
ପ୍ଲିଜ଼ କାଂଦିନୀ ମୋ ସୁନା ଟା ପରା .ଦେଖ ମୁ ଆଜି ତତେ କହୁଛି ଆଈ ଲଭ ୟୁ..ଶୋଭା ର ଆଖୀ ରୁ ଧାରା ଧାରା ଲୁହ ବୋହିଯାଉଥିଲା ଆଉ ସେ ସଂଗେ ସଂଗେ ହସ୍ପିଟାଲ ନେଇଗଲା ରାଜା କୁ ..ଦୁଇ ଦିନ ପରେ ରାଜା ର ହୋସ ଆସିଲା ସତ ହେଲେ ସେ ତା ସ୍ମୃତି ସ୍ମ୍ରୁତି ଶକ୍ତି ହରେଇବସିଥିଲା .ଶୋଭା ନିଜର ଭଲପାଇବାକୁ ବଂଚେଇବା ପାଇଁ .ସବୁ ବ୍ରତ ଓପାସ ପୂଜା କଲା .କିଛି ବର୍ଷ ପରେ ରାଜା ସ୍ମ୍ରୁତି ଶକ୍ତି ଫେରିପାଇଲା .ତା ପରେ ଦୁଇ ଜଣ ବିବାହ କଲେ . 


                                                     

                                              ******The End*******



             ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.