SERVICES

Latest Story

Saturday 15 June 2019

MO SUNA BHAUNI【ମୋ ସୁନାଭଉଣୀ】

Story No:-1

#ମୋ_ସୁନାଭଉଣୀ

********

ପ୍ରଥମ ଥର ପାଇଁ ଆଜି ମୁଁ 
ମୋ ନିଜ ବିଷୟରେ ଲେଖୁଛି .
ମୋ ବଡ ଭଉଣୀ ମୋ ଠାରୁ 5 ବର୍ଷ  ବଡ .
ସେଦିନର କଥା ମୋର ଆଜି ବି ମନେ ପଡିଯାଉଛି .
ମତେ 5 ବର୍ଷ ହେଇଥିଲା  
ଏହି ରଜ ସମୟରେ ..
ସକାଳୁ ସକାଳୁ ଆମେ ଭାଇ ଭଉଣୀ ନୂଆ ଡ୍ରେସ ପିନ୍ଧି ରେଡି ହେଇଯାଉ .
ସେ ମୋ ମୁଣ୍ଡ ଚୁଟି ଏକାଠି କରି ରବର  ରେ ଗୋଟେ ଜଟ କରି କୁହେ .
ତୋର ଗୋଟେ ସିଂଘ ଉଠିଗଲା .
ମତେ ବି ବହୁତ ଖୁସି ଲାଗେ
ମୋ ଚୁଟି ରେ ବି ସିଂଘ ହେଇଯାଉଛି .
ଏଥର ମତେ କିଛି କହିଲେ  ତତେ ସିଂଘ ରେ ଭୁସି ଦେବି.
ସେ ଖାଲି ହସେ .
ତା ପରେ ପିଠା ପଣା ଖାଇ ବାହାରି ପଡୁ ଆମ ଗାଁ ରେ ଯୋଉଠି ପଟା ଦୋଳି ଲାଗିଥାଏ .
ସେଠି ବହୁତ ପିଲା ବି ଖେଳୁଥାନ୍ତି .
ମୁ କିଛି ସମୟ ଖେଳିଛି  କି ନାହିଁ 
ଆହୁରି ବହୁତ ପିଲା ଆସିଲେ  ଖେଳିବା ପାଇଁ .
ମୁଁ ଦୋଳି ରୁ ଜମା  ବି ଓହ୍ଲେଇଲି  ନାହିଁ .
ମୋ ସେ ପିଲା ମାନଙ୍କୁ ଆଉ ଟିକେ ଆଉ ଟିକେ କହି 20 ମିନିଟ ପର୍ଯ୍ୟନ୍ତ  ପଟା ଦୋଳିରେ ଖେଳିଲୁ .
ତା ପରେ ମତେ ଓହ୍ଲେଇଦେଲେ  
ମୁଁ ବହୁତ ଜୋରସେ କାନ୍ଦିଲି .
 ମୋ ନାନୀ ମତେ ବହୁତ ବୁଝେଇଲା  କି ସମସ୍ତେ ଖେଳିବେ .
ହେଲେ ମୁ ବୁଝିଲିନି .
ତା ପରେ ଯେବେ ସେ କହିଲା ଚାଲ ଆମ ଘରେ ଦଉଡି ରେ ଦୋଳି ଲଗେଇବା ସେତେବେଳେ ମୋ କାନ୍ଦ  ବନ୍ଦ କରିଲି .
#_ସେତେବେଳେ_ତା_ଭଲପାଇବା_ଜାଣିପାରିନଥିଲି  
ତା ପର ବର୍ଷ ରଜ ରେ
ମୁ ଜ଼ିଦ ଧରିଲି ଦଉଡି ଦୋଳି ଘରେ ଲଗେଇବା ପାଇଁ .
ହେଲେ ମୋ ନାନୀ ର ମୋର ଝଗଡା ଲାଗୁ  .
ମୁଁ -  ତୁ ସେତିକି ଖେଳିଥା  .ମୁ ଟିକେ ଖେଳିସାରେ.
ନାନୀ ସେଠୁ ମତେ ଦୋଳି ରେ ବସେଇ ଦିଏ  
ହେଲେ ମତେ ଝୁଲେଇନି  
ମୁ ବି ସେତେବେଳେ ଜାଣିପାରୁନଥିଲି  
ଦୋଳି କୁ ମୁ କେମିତି ଝୁଲେଇବି .
ସେ ଯେତେବେଳେ ମତେ ନଝୁଲାଏ ମୁ କାନ୍ଦେ .
ତା ପରେ ସେ ମତେ ତା କୋଡା ରେ ବସେଇ ଦୋଳି ଖେଳେ .
#_ସେତେବେଳେ_ମୁଁ _ଜାଣିପାରିନଥିଲି_ତାକୁ_  କେତେ କଷ୍ଟ ହେଉଥିବା .
.
ପର ବର୍ଷ ରଜ ରେ ମୁଁ ଦୋଳି ଖେଳୁଥିଲି 
ସେ ଦୋଳି କୁ ଝୁଲଉଥିଲା .
ହଟାତ ଦଉଡି ରୁ ମୋ ହାତ ଖସିଗଲା ମୁଁ ଦୋଳି ପଡି ମୋ ମୁଣ୍ଡ ଫାଟିଗଲା .
.
ବୋଉ -  ଛୁଅଟାକୁ ମାରିଦେଲା ଲୋ  ଏ ପୋଡ଼ାମୁହିଁ .
#_ହେଲେ_ସେତେବେଳେ _ବୁଝିପାରିଲିଣି_ସେ_ବିନା_ଦୋଷ  ରେ ମୋ ପାଇଁ ଗାଳି ଶୁଣିଲା.
.
ଧୀରେ ଧୀରେ ବୟସ ବଢିବା ସହିତ ଆମ ଝଗଡା ବି ବଢ଼ିଲା .
ହେଲେ ଯେତେ ବଡ ଝଗଡା ହେଇଥିଲେ  ବି 
ମୁ ଆଗେ  ତାକୁ ବରାତ କରିଦିଏ  .
ନାନୀ ପାଣି  ଦେଲୁ  
ନାନୀ ଡ୍ରେସ ସଫା କରିଦେଲୁ .
ସେ ଯେତେବେଳେ ବି ଯାହା କିଛି ଖାଇବା ଜିନିଷ ଆଣିଥାଏ ମୋ ପାଇଁ ବହୁତ ରଖିଥିଲେ  ବି ମୁ ତାକୁ ଆହୁରି ମାଗେ .
ସେ ମତେ କୁକୁର ମାଙ୍କଡ କୁହେ ହେଲେ ବି ସେ ମତେ କେବେ କଷ୍ଟ  ଦିଏନି.
ସେ ମତେ ଯେତେବେଳେ ମାରେ  ମତେ କାଟେନି 
ହେଲେ ମୋର ରାଗ ରହିଥାଏ ତାକୁ ବୋଉ ହାତରୁ  ମାଡ ଖୋଇବା ପାଇଁ .
ବୋଉ ଯେତେବେଳେ ମନ୍ଦିର ରୁ ଆସେ ମୁଁ ଠିକ ସେତିକିବେଳେ  ବହୁତ ଜୋରସେ କାନ୍ଦେ 
ତା ପରେ ତ ବୋଉ ତାକୁ ପ୍ରବଳ ଗାଳି କରେ .
.
#_ହେଲେ_ସେତେବେଳେ_ବି_ତାର ତ୍ୟାଗ_ବୁଝିପାରିନଥିଲି  .
.
ତା ଉପରେ ତ ମୋ ରାଗ ସେତେବେଳେ ହୁଏ ଯେତେବେଳେ ବୋଉ ମତେ ଗାଲିକରିଥିବା  
ଆଉ ସେ ପାଳି ଧରି ମତେ ବି ଗାଳି ଦେଉଥିବା .
ମୁଁ- ତୁ କେବେ ବାହା ହେଇ ଏ ଘରୁ ଯିବୁ କହନି ଗୋଟେ ଚିନ୍ତା ଯିବ.
ସବୁବେଳେ ଝଗଡା କଲୁ .
ଏମିତି ଆମର ଝଗଡା ଚାଲେ ପୁଣି ଆମେ ମିଶି  ଯାଉ  .
.
ହେଲେ ସେ ଦିନ
ମତେ 15 ବର୍ଷ ହେଇଯାଇଥାଏ ଆଉ ତାକୁ 20 ବର୍ଷ.
ଏମିତି କଣ ଗୋଟେ କଥା କୁ ଝଗଡା ହେଲା ଆମେ 4 ଦିନ କଥା ନହେଇ  ରହିଲୁ .
ମୁଁ ବେଶୀ ସମୟ ରାଗିପାରେନି .
ତା ପର ଦିନ ମୁଁ ଭାବିଲି କଥା ହେବା ପାଇଁ ହେଲେ ତା ବାହାଘର ପ୍ରସ୍ତାବ ଆସିଲା .
ମୋ ମନ ଭାରି ଦୁଃଖ ହେଲା 
ସତରେ କଣ ନାନୀ ଆଉ ଏ ଘରେ ଅଳ୍ପ ଦିନ ପାଇଁ ରହିବ .
.
ସେତେବେଳେ ମୁଁ କିଛି କିଛି ବୁଝିଗଲି ତା ମହତ୍ୱ .
ଆଉ ବହୁତ ମନ ଦୁଃଖ କଲି .
ହେଲେ ତାକୁ ଆଉ ଜଣେଇବାକୁ ଚାହିଁଲିଣି କି ମୁ ଭିତରେ ଭିତରେ କାନ୍ଦୁଛି .
ଯଦି ସେ ଜାଣିବ ତାକୁ କଷ୍ଟ ହେବ.
କାହିଁକି ତାକୁ ଏ ଘରୁ ଯିବା ବେଳରେ କନ୍ଦେଇବି .
ମନ ବହୁତ କହୁଥାଏ  ନାନୀ ତୁ ଆଉ କିଛି ଦିନ ରହିଯା .
ହେଲେ ସେ କାନ୍ଦି ପକେଇବା  ଜାଣି 
ଏ ହୃଦୟ ଭିତରେ ଲୁହ କୁ ରଖିଦିଏ .
.
ହେଲେ ସେଦିନ ମୋ ଲୁହ କୁ ଅଟକେଇ  ପାରିଲିନି ଯୋଉଦିନ ସେ ତା ଶାଶୂଘର କୁ ଗଲା.
ସେଦିନ ରାତିରେ  ମତେ ଏକା ଏକା ଲାଗିଲା .
ମନରେ ସବୁ ଭାବିଲି ତାକୁ କେତେ କଷ୍ଟ ଦେଇଛି ତାକୁ କେତେ ଥର କହିଛି ତୁ କେବେ ଏ ଘରୁ ଯିବୁ .
ଏମିତି ରାତି ଭାବି ଭାବି ସକାଳୁ ଟିକେ ନିଦ ଲାଗିଲା .
.
କିଛି ଘଣ୍ଟା ପରେ ଉଠିକି ମୁଁ କହୁଛି 
ନାନୀ ପାଣି ଗ୍ଲାସ  ଦେଲୁ .
ହଟାତ ମୋର ମାନେ ପଡିଗଲା ତାର ବାହାଘର ହେଇଯାଇଛି .
ଆଖିରୁ ଲୁହ ଦୁଇଟୋପା  ଝରିପଡିଲା.
ସେ ଦିନ ହିଁ ସମ୍ପୂର୍ଣ ରୂପେ ଭଉଣୀ ର ମହତ୍ୱ ବୁଝିଗଲି .
ସତରେ ସେ ମୋ ପାଇଁ ବହୁତ କିଛି ତ୍ୟାଗ ଭଲପାଇବା ଦେଇଯାଇଛି .
ମୁଁ ତାକୁ ବହୁତ କଷ୍ଟ ଦେଇଛି .
Kaas ଯଦି ସେ ପିଲାଦିନ ଫେରିଆସନ୍ତା ମୁଁ ମୋ ଭୁଲ କୁ ଠିକ କରିପାରନ୍ତି .
ହେଲେ ହଜିଲା ଦିନ ତ ଫେରିଆସିବନି .
ଏତେ ଆଉ ନଭାବି ମୁଁ ଚାଲିଗଲି ତା ଶାଶୂଘର କୁ ଦେଖା କବା ପାଇଁ 
ଆଉ ମୋ ପାଖରେ ଯେତିକି  ପଇସା ଥିଲା ସେଥିରେ ତା ମନ ପସନ୍ଦ ର ଜିନିଷ ନେଇକି  ଗଲି .
ନାନୀ ମତେ ଦେଖି ବହୁତ ଖୁସି ହେଇଗଲା .
ସେ ଦିନ ଠୁ ମୁ ମନସ୍ତ କରିଦେଲି 
ଯେତେବେଳେ ପାଖରେ ଥିଲା ତାକୁ ଖୁସି ବଦଳରେ ଝଗଡା କରିଥିଲି ହେଲେ ଏବେ ଠୁ ତାକୁ ପ୍ରତି ବର୍ଷ ତିନି ଚାରିଟା ତା ପସନ୍ଦ ର ଉପହାର ଦେବି .
ଏବେ ବି ଦେଉଛି ଓ ଆଗକୁ ଦେବି.
.
ସତରେ ଭଉଣୀ କେତେ ମହାନ.
ଭଗବାନ ତତେ ବହୁତ ଖୁସିରେ ରଖନ୍ତୁ ଆଉ ମୋ ଆୟୁଷ  ତତେ ଲାଗିଯାଉ .
.
ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ .ମୁଁ କାନ୍ଦି କାନ୍ଦି ଏ ସବୁ କଥା ଲେଖିଛି .
Msg for u - ମୁଁ ଯେମିତି ଭଉଣୀ ପାଖରେ ଥିଲା ବେଳେ ଖୁସି ଦେଇପାରିଲିଣି ସେମିତି ଆପଣ ଜମା ଭୁଲ କରନ୍ତୁନି .
ଭଉଣୀ ର ମହତ୍ୱ ସେ ଶାଶୂଘର ଗଲା ପରେ ଜଣାପଡେ ସେଥିପାଇଁ ସେ ସାନ ଭଉଣୀ ହେଉ କି ବଡ ଭଉଣୀ କେବେ ବି ଟିକେ କଷ୍ଟ ଦେବାକୁ ଚେଷ୍ଟା କରିବେନି . 
ଥରେ କେବେ ଭାବିଛନ୍ତି ଭଉଣୀ ମାନେ ଭାଇ ମାନଙ୍କ ପାଇଁ କେତେ ଓଷା _  ଖୁଦୁରୁକୁଣୀ  ଓଷା, ଭାଇ ଦୁତୀୟା ,ରଜ,ରାକ୍ଷୀ ପୁର୍ଣିମା ଇତ୍ୟାଦି  ..କରୁଛନ୍ତି .
କେବଳ ଆମ ମଙ୍ଗଳ କାମନା କରିବା ପାଇଁ .
ଆମର କଣ କର୍ତବ୍ୟ ନୁହଁ ତାଙ୍କୁ ଦୁନିୟା ର ସବୁ ସୁଖ ଦେବା ପାଇଁ ଚେଷ୍ଟା କରିବା ?
ଏହି ରଜ ରେ ନିଜ ଭଉଣୀ କୁ କିଛି ଉପହାର ଦିଅ ଦେଖିବ 
ସେ ତା ସାଙ୍ଗ ମାନଙ୍କ ଆଗରେ ତମର କେତେ ପ୍ରଶଂସା  କରିବା .
Written by MR.Kumar

No comments:

Post a Comment