SERVICES

Latest Story

Saturday 9 May 2020

May 09, 2020

PREMAPATRA PART-3[ପ୍ରେମପତ୍ର]



ପ୍ରେମପତ୍ର
PART-3
************
ସେଦିନ ଅନ୍ନି ତା ଜିଦି କୁ ରଖିବା ପାଇଁ କିଛି ବି ଖାଈନଥିଲା .
ସକାଳୁ ସକାଳୁ ତାକୁ ପୁଣି ଥରେ ତାଙ୍କ ଘର ଲୋକ ବୁଝେଇବାକୁ ଚେଷ୍ଟା କଲେ ହେଲେ ସେ ବୁଝିବାକୁ ନାରାଜ .
ଶେଷରେ ଘର ଲୋକ ବି ରାଜି ହେଇଗଲେ .
ଏହି ଖୁସି ଖବର ମନୋଜ କୁ ଜଣେଇଲା  .
କିଛି ଦିନ ପରେ 
ମନୋଜ ର ସାଙ୍ଗ ର ଜନ୍ମଦିନ ଥିଲା.
ସେ ଟିକେ drinks କରିଥିଲା .
ସେହି ସମୟ ରେ ଅନ୍ନି ମନୋଜ ପାଖକୁ କଲ କରିଛି .
କିଛି ସମୟ କଥା ହେଲା ପରେ ଅନ୍ନି ଜାଣିପାରିଲା ଜେ ମନୋଜ drinks କରିଛି .
ଅନ୍ନି- ମୁ ତୁମକୁ ରାଣ ପକେଇଥିଲି  ସେ ସବୁ ଅଭ୍ୟାସ  କରିବନି ବୋଲି
ତମେ ମୋ ରାଣ ର କିଛି ବି ମାନେ ରଖିଲାଣି .
ମନୋଜ- ଫୋନ ରଖ .କାଲି କଥା ହେବି.
ସକାଳ ହେଲା ..
ମନୋଜ ବହୁତ ଥର ଅନ୍ନି କୁ ଫୋନ କରେ ହେଲେ ଅନ୍ନି ଫୋନ ରିସିଭ କରେନି .
ସନ୍ଧ୍ୟା ରେ ପୁଣି ଥରେ ମନୋଜ କଲ କଲା .
ଅନ୍ନି(ଚୁପ ରହିଲା)
ମନୋଜ- ସରି ,କାଲି ସାଙ୍ଗ ର ଜନ୍ମଦିନ ଥିଲା .ଆଉ କରିବିନି .
ଏଇ ଥର ଛାଡିଦିଅ.
ଅନ୍ନି- ମୁ ରାଣ କୁ କେତେ ଭରସା କରେ ତମେ ଜାଣି କି ବି .
ମନୋଜ- ସରି ସରି .ଏଇଟା last.
ଅନ୍ନି-(ଚୁପ ରହିଲା)
ମନୋଜ- ଏମିତି କଣ ଗୋଟେ ଚୁପ ରହୁଛ .ଏଥର ତମ ପାଇଁ କଣ ନେଇକି ଯିବି.
ଅନ୍ନି- ଚୋପା ଟେ ଆଣିବ.
ମନୋଜ- ହା ହା ହା.କହିଦେ ମୋ ଫୁଲେଇ ରାଣୀ.
ଅନ୍ନି- କିଛି ଦରକାର ନାହିଁ.
ମନୋଜ-  ବାପ ରେ ଏତେ ରାଗ.
ଅନ୍ନି- ଆଉ ଥରେ drinks କରିଥିଲେ .ମତେ ଭୁଲିଯିବ.
ମନୋଜ- ଙ୍କ  ବାବା ଆଉ କରିବିନି.ଏଥର ତ ଟିକେ ହସିଦିଅ.
ଏମିତି ତାଙ୍କର ଝଗଡା ହୁଏ ପୁଣି ମେଣ୍ଟି  ଯାଏ .
ସମୟ ଗଡ଼ିବା ସହିତ ଝଗଡା ବି ଅଧିକ ହେବାକୁ ଲାଗିଲା.
ମନୋଜ ବି ତାଙ୍କ ଘରେ ଅନ୍ନି ବିଷୟରେ ସବୁ କହିଲା .ଉଭୟ ଙ୍କ ଘରେ ବି ରାଜି ଥିଲେ.
.
.
ପୁଅ ବି ରାଜି ଝିଅ ବି ରାଜି ,ପରିବାର ବି ରାଜି 
ହେଲେ ସମୟ ଖେଳ ଖେଳିଦେଲା  .
.
ଦିନେ ରାତି 12 ରେ ମନୋଜ ଅନ୍ନି ପାଖକୁ କଲ କରେ ହେଲେ ଅନ୍ନି ର ଫୋନ waiting  ￰ଦେଖାଏ.
ସଂଗେ ସଂଗେ ପୁଣି ଅନ୍ନି କଲ କରେ.
ମନୋଜ- କାହା ସହ busy ଥିଲ.
ଅନ୍ନି- ଭାଉଜ ଙ୍କ ଭାଇ ଫୋନ କରିଥିଲେ .
ମନୋଜ- କଣ ଏଇ ରାତି 12 ରେ.
ଅନ୍ନି- ଆରେ ମୁ କଥା ହେଉନଥିଲି .ଭାଉଜ କଥା ହେଉଥିଲେ .
ମନୋଜ- ଭାଉଜ ଙ୍କୁ ଦେଲ.
ଅନ୍ନି- ଶୋଇବାକୁ ଗଲେଣି .କାଲି ସକାଳେ କଥା ହେବ.
ମନୋଜ ରାଗିକି ଫୋନ କାଟିଦିଏ .
ଦୁଇ ଦିନ କଲ କରେନି .
ଅନ୍ନି ଦୁଇ ଦିନ ପରେ କଲ କରେ .
ମନୋଜ- ଏବେ ମାନେ ପଡିଲା ମୋ କଥା .
ଅନ୍ନି-ମୁ ରାଗିଥିଲି  . ତମର ମୋ ଉପରେ ଟିକେ ବି ଭରସା ନାହିଁ କି ବିଶ୍ୱାସ.
ମନୋଜ- ଭଲ କହୁଛୁ .ହୋଉ ଛାଡ଼ ସେ କଥା .
ପୁଣି ଥରେ ଏମିତି ଝଗଡା ମେଣ୍ଟି ଯାଏ.
ହେଲେ ମନୋଜ ମନରେ ସନ୍ଦେହ ରହିଥାଏ ସେ ଫେସବୁକ ରେ ଟିକେ ସମୟ ବିତାଏ.
ସେ ଅନ୍ନି ର ଫେସବୁକ ଖୋଲିବାକୁ try କଲା ହେଲେ password wrong ଦେଖେଇଲା.
ମନୋଜ ସଂଗେ ସଂଗେ ଅନ୍ନି କୁ ଫୋନ କଲା .
ମନୋଜ-  password କଣ ପାଇଁ ବଦଳେଇଛ .
ଅନ୍ନି- ତା ମାନେ ତମେ ଏବେ ବି ସନ୍ଦେହ କରୁଛ .ଛି ତମକୁ ଭଲପାଇ ମୁ ବହୁତ ବଡ ଭୁଲ କଲି .
ମନୋଜ- ଚୁପ .ମତେ କହିଲନି କି password  ￰ବଦଳେଇଲ ବୋଲି.
ଅନ୍ନି- କଣ ମୋର କିଛି ବି personal ରଖିବା ର ଅଧିକାର ନାହିଁ .
ମନୋଜ- personal କଣ ତୁମେ ଆଉ ମୁ କଣ ଅଲଗା କି .ଏମିତି କଣ ପାଇଁ କରୁଛ .
ପୁଣି ତାଙ୍କ ଭିତରେ ଝଗଡା ହୁଏ ପୁଣି ମେଣ୍ଟି ଯାଏ .
ଏମିତି ଧୀରେ ଧୀରେ ତାଙ୍କ ସମ୍ପର୍କ ର ରଙ୍ଗ ଉଡ଼ିଗଲା .
କିଛି ଦିନ ପରେ ମନୋଜ ପୁଣି ଫୋନ କରେ ଅନ୍ନି ର waiting .
ପୁଣି ସେମିତି ଝଗଡା ହୁଏ .
ମନୋଜ ବାଧ୍ୟ ହୁଏ ଡ୍ରିଂକ୍ସ  କରିବାକୁ 
ସେହି ସମୟ ରେ ଅନ୍ନି ପୁଣି ଥରେ କଲ କରେ
ହେଲେ ମନୋଜ ହୋସ ରେ ନଥାଏ .
ତା ସାଙ୍ଗ ଫୋନ ରିସିଭ  କରି ସତ କଥା କହିଦିଏ କି ସେ ଆଜି ଡ୍ରିଂକ୍ସ  କରି ସୋଇଛି .
ସକାଳ ରେ ମନୋଜ ତା ସାଙ୍ଗ ଉପରେ ରାଗେ .
କଣ ହେବ ସେ ଏବେ ସେଇ ରାଣ ନିୟମ କଥା କହିବ ସେଥିପାଇଁ ସେ ଅନ୍ନି ପାଖକୁ କଲ କରେନି .
ଦୁଇ ଦିନ ପରେ ମନୋଜ କଥା ନହେଇ ରହିପାରେନି ସେ ଅନ୍ନି ପାଖକୁ କଲ କରେ .
ପୁଣି ଝଗଡା ହୁଏ .
ପରସ୍ପର ଙ୍କ ଭିତରେ ଭୁଲ ଖୋଜି କୁହନ୍ତି .
ମନୋଜ- ତୋ ପାଇଁ ମୁ drinks କରିଥିଲି .ମୁ ଯୋଉଟା ନ ଚାହୁଁଛି ତୁ ସେଇଟା କରୁଛୁ କଣ ପାଇଁ.
ଅନ୍ନି- କଣ ତମେ ଚାହୁଁଛ.
ମନୋଜ- ମୁ ଚାହୁଁଛି ତୁ ଆଉ କୋଉ ପୁଅ ସହ କଥା ନହେବା  ପାଇଁ .ମତେ ବହୁତ କଷ୍ଟ ହେଉଛି .
ତୁମେ ମୋ କଥା ରଖୁନ.
ଅନ୍ନି- ଫୋନ waiting ମାନେ ତ ନୁହଁ କୋଉ ପୁଅ ସହ କଥା ହେଉଛି .ତୁମର ଭାବନା ସେମିତି ସେଥିପାଇଁ ମତେ ସେମିତି ଭାବୁଛ .
ମନୋଜ- ଫେସବୁକ password କଣ ପାଇଁ ବଦଳେଇଲୁ .
ଅନ୍ନି-  ମୁ ତ ଆଉ ଫେସବୁକ ଯାଉନି.
ହୋଉ ତମେ କହୁଛ ଯଦି ମୁ ଆଉ ମୋ ସାଙ୍ଗ ମାନଙ୍କ ସହ କଥା ହେବିନି.
ଏବେ ଖୁସି .
ପୁଣି ଝଗଡା ମେଣ୍ଟି ଯାଏ .
ପୁଣି ସେମାନେ ଭଲ ରେ କଥା ବାର୍ତା ହୁଅନ୍ତି .
କିଛି ଦିନ ପରେ
ମନୋଜ ଫେସବୁକ ରେ ଥିଲାବେଳେ  
ହଟାତ ନଜର ପଡିଗଲା 
ଅନ୍ନି ର ଅନ୍ୟ ଗୋଟେ ଫେସବୁକ ID.
ସେଥିରେ ବି ଅନ୍ନି ଆସେ .
ମନୋଜ ଭାବିଥିଲା ଜେ ତାର ଫେସବୁକ ର password ମୋ ପାଖରେ ହେଲେ ସେ ଆଉ ଗୋଟେ id  ￰ଖୋଲିଦେବ ବୋଲି ଭାବିନଥିଲା.
ପୁଣି ଭାବିଲା ନା ତାକୁ ଆଉ କହିବନି ପୁଣି ଝଗଡା ହେବ ପୁଣି .ଆଉ ମନୋଜ ତାକୁ ହରେଇବାକୁ  କେବେ ଚାହୁଁନଥିଲା.
ସେ ସେମିତି ଚୁପ ରହିଲା .
ଏମିତି ତାଙ୍କର କଥା ଚାଲିଥାଏ .
ଦିନେ ରାତିରେ ଅନ୍ନି ମନୋଜ କୁ କଲ କରିଛି .
ମନୋଜ ର ସେତେବେଳେ କାହା ସହ ଝଗଡା ହେଇଥାଏ ସେ କଥା କହିବା ପରିସ୍ଥିତି ନଥାଏ.
ମନୋଜ- କାଲି ସକାଳେ ଫୋନ କରିବ .ମୁ ବେସ୍ତ ଅଛି.
ଅନ୍ନି- କଣ ହେଇଛି.
ମନୋଜ କଲ କାଟିଦିଏ .
ଅନ୍ନି ପୁଣି କଲ କରେ 
ମନୋଜ ପୁଣି ସେମିତି କୁହେ .
ଏତେ ନବୁଝିବା  ପରେ ମନୋଚିଡି କି କଣ ତାକୁ କହିଦିଏ ଆଉ ଅନ୍ନି କା୍ଦି ପକାଏ  .
ତା ପରେ ପୁଣି ଥରେ ଅନ୍ନି କଲ କରି କୁହେ କି-  ମୁଁ ଅନ୍ୟ ଗୋଟେ ପିଲା କୁ ଭଲ ପାଉଛି .ତମେ ଆଉ ମୋ ପାଖକୁ କଲ କରିବନି.
ଫୋନ କାଟିଦିଏ .
ସକାଳୁ ମନୋଜ ଫୋନ କରେ.
ମନୋଜ- ସେ ପିଲା କିଏ .
ଅନ୍ନି- କୋଉ ପିଲା .ମୁ ରାଗରେ ତୁମକୁ କହିଦେଲି .ସେମିତି କିଛି ନୁହଁ.
ମନୋଜ ପୁଣି ସେଇ ସନ୍ଦେହ ରେ ଅନ୍ନି କୁ କିଛି କହିଦିଏ .
ଅନ୍ନି ସେହି ଦିନ ଠାରୁ ମନୋଜ କୁ ଆଉ କଲ କରିନି .
ଏପଟେ ମନୋଜ ତା ସହ କଥା ହେବ ପାଇଁ ତା ମନ ବହୁତ ବ୍ୟାକୁଳ ହେଉଛି .
ଆଉ ଯେତେ ଥର କଲ କରୁଛି ସେ ଫୋନ କାଟି ସୁଇଜ  ଅଫ  କରିଦେଉଛି .
.
.
ମନୋଜ- ମୁ କଣ ଏମିତି କଣ ତାକୁ କଷ୍ଟ କରି କହିଦେଲି ଜେ ସେ ପାଗିଳି  ଏ ପର୍ଯ୍ୟନ୍ତ ବି କଲ କରୁନି.
WR- ତାଙ୍କ ଘରକୁ ଯାଉନୁ .ଦେଖା କରି ସମସ୍ୟା ର ସମାଧାନ କରି ଆସିବୁ .
ମନୋଜ- ଏଠୁ ତାଙ୍କ ଘର ବହୁତ ଦୂର .ଆଉ ମୁ ଗଲେ ସେ ଏତେ ଜିଦି ମତେ ଦେଖା ାନ୍ଦିକି)ଭାଇ ସେ ସତରେ ଆଉ କାହାକୁ ଭଲପାଉଛି .
ନହେଲେ ଗୋଟେ ମାସ ପର୍ଯ୍ୟନ୍ତ ସେ କଥା ବାର୍ତା ବନ୍ଦ କରି ନଥିଲା .
ନହେଲେ ସେ ମୋ ଭଳି ବ୍ୟାକୁଳ ହେଇଥାନ୍ତା କଥା ହେବ ପାଇଁ.
ମୁ କିଛି ଜାଣିପାରୁନି କଣ କରିବି.
WR- ଫୋନ ରିସିଭ କରୁନି ତ ତେବେ ଚିଠି ଲେଖ.
                ପ୍ରେମପତ୍ର
ମନୋଜ ସେ ଚିଠି ଲେଖିବା ଆରମ୍ଭ କରୁ କରୁ ତା ଆଖି ଲୁହ ରେ ସେ ଚିଠି ଓଦା ହେଇଗଲା .
ସେ ଏବେ ବି ଅନ୍ନି ବହୁତ ଭଲପାଏ .
.
ଅନ୍ନି ପାଇଁ ମନୋଜ ର msg- ଅନ୍ନି ତୁମେ ଯଦି ଏଇ story ପଢୁଛ ପ୍ଲିଜ଼ ପ୍ଲିଜ଼ ତମକୁ ତୁମକୁ ମୋ ରାଣ ଶେଷ ଥର ପାଇଁ ଫୋନ ରିସିଭ କରିଦିଅ ପ୍ଲିଜ଼ .ମୁ ତୁମକୁ ଛାଡି ବଂଚିପାରିବିନି.
ତମେ ଯଦି ଭାବୁଛ ମୋ ପାଖରେ ଖୁସି ରେ ରହିପାରିବନି .ତେବେ ତୁମ ଖୁସି ମୋ ଚିନ୍ତା କରିବ ନାହିଁ .ତୁମେ ଖୁସି ରେ ରୁହ .ହେଲେ ମୋ ଭଳି ପ୍ରେମୀ  ତ ବହୁତ ମିଳିଯିବେ  ହେଲେ  ମୋ ଭଳି ପାଗଳ ପ୍ରେମୀ ତୁମକୁ ମିଳିବେନି  ଯିଏ କି କେବଳ ତମ ପାଇଁ ପାଗଳ ଥିଲା.
Continue...
Next  part ଭବିଷ୍ୟତ କହିବ କେବେ ଆସିବ.
Msg for you- ପ୍ରେମ ରେ ସନ୍ଦେହ କରିବା ମାନେ ଝଗଡା ର ଆରମ୍ଭ.
ଫେସବୁକ ପାସ୍ ୱାର୍ଡ ଦରକାର ଯିଏ ଠକିବାର  ଥିବା ସେ ଅନ୍ୟ କିଛି ଉପାୟ ବାହାର କରି ନୂଆ Id ￰ଖୋଲିପାରିବ.
ସନ୍ଦେହ କୁ  ମାରିବାର ଏକ ମାତ୍ର ଉପାୟ ସେ ହେଉଛି ଆଖି ବୁଜି ବିଶ୍ୱାସ କରିବା .
କାହା ଉପରେ ସନ୍ଦେହ କରିବା କିଛି ଦରକାର ନାହିଁ 
ସେ ଯଦି ସତରେ ଭଲପାଉଥିବା ସେ କେବେ ବି ତୁମକୁ ଠକିବନି.
ଯଦି ସେ ଠକି ବାର ଥିବା ତୁମେ ସନ୍ଦେହ କରି କି ବି ତାକୁ ରୋକି ପାରିବନି .
"ତୁମେ ତୁମ Bf/gf କୁ ଏତେ ବିଶ୍ୱାସ କର ଜେ 
ସେ ବିଶ୍ୱାସଘାତକତା  କରିବା ପାଇଁ 1000 ଥର ଭାବିବ"

ଗଳ୍ପ ଟି ଭଲ ଲାଗିଥିଲେ ସେୟାର କରିବାକୁ ଭୁଲିବେନି  .
ଅଧିକ ଗଳ୍ପ ପଢିବା ପାଇଁ ୱେବସାଇଟ କୁ ସେୟାର କରନ୍ତୁ.

Tags Used:

ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki

Saturday 18 April 2020

April 18, 2020

BALIKABADHU【ବାଳିକାବଧୂ】PART-2


ବାଳିକାବଧୂ

PART-2
ଦୁଇ ଜଣ ମନେ ମନେ ପରସ୍ପର କୁ ଭଲ ପାଇସାରିଥିଲେ ହେଲେ ମନ କଥା କହିପାରିନଥିଲେ .
ଏମିତି କିଛି ଦିନ ଗଲା
ହେଲେ ମନକୁ ନିଜ ଆୟତ ରେ ରଖିପାରୁନଥିଲେ .
ସମୀର ଇଛା ହେଉଥିଲା
ଆଜି ସ୍କୁଲ ଛୁଟି ହେଲେ ସବୁ କଥା କହିଦେବି
ଏମିତି ବଞ୍ଚିବା ମୁସ୍କିଲ ହେଇଗଲାଣି.
ଏତିକି ଭାବୁ ଭାବୁ
ରୁପା ଆସି ତା ପାଖରେ ଗୋଟେ ଚିଠି ରଖି ସ୍ମିତ ହସରେ ଚାଲିଯାଏ.
ରୁପା କୁ ଦେଖି
ସମୀର କଣ ଭାବୁଥିଲା ସେ କଥା ଭୁଲି ଯାଇଥାଏ.
ରୁପା ପଛକୁ ଚାହିଁ ଟିକେ ହସି ଦିଏ.
.
ସମୀର ତା ହସ କୁ ଦେଖି ତା ପଛେ ପଛେ ଯାଏ .
ହେଲେ ଚିଠି ରୁପା ଦେଇଛି ବୋଲି ଜାଣିପାରି ନଥାଏ.
କିଛି ବାଟ ଗଲା ପରେ
ରୁପା ପଛକୁ ଫେରି ଦେଖେ ତ
ସମୀର ତା ପଛେ ପଛେ .
ରୁପା ଆଖି ଠାର ରେ ସମୀର କୁ କହିବାକୁ ଚାହୁଥାଏ କି ସେଠୁ ଚିଠି ଟା ନେଇଯାଏ
ନହେଲେ ଆଉ କିଏ ଦେଖିଦେବା .
ସମୀର କିଛି ଜାଣିପାରୁ ନଥାଏ.
ରୁପା ଶେଷରେ ସମୀର ପାଖକୁ ଆସେ
ସମୀର ହୃଦୟ ର ସ୍ପନ୍ଦନ ବଢ଼ିବାରେ ଲାଗେ .
ରୁପା-(ଧୀର ସ୍ୱର ରେ) ଆରେ ବୁଧୁ ତମକୁ ଗୋଟେ ଚିଠି ଦେଲି ପଢ଼ିଲ କି ନାହିଁ .
ସମୀର- କାଇଁ କୋଉଠି .
ରୂପ- ହେ ଭଗବାନ ,ମୁଁ ଏବେ କଣ କରିବି.
ସମୀର- ଶୁଣ ଶୁଣ ତମେ ସେମିତି ବେସ୍ତ ହୁଅନି , ମୁଁ ଏବେ ଯାଇ ନେଇ ଆସୁଛି.
.
ସମୀର ଏକ ନିଶ୍ୱାସ ରେ ଦୌଡ଼ି ଯାଇ ଦେଖେ ତ ସେଠି କିଛି ଚିଠି ନାହିଁ .
ସେହି ସମୟ ରେ ସାର ଆସି କ୍ଲାସ ଆରମ୍ଭ କରି ଦିଅନ୍ତି.
ହେଲେ ସମୀର ଖୋଜିବା ଜାରି ରଖିଥାଏ .
ଖାଲି ଏପଟ ସେପଟ ଦେଖୁ ଥାଏ .
ପୁଣି ଭାବୁଥାଏ କୋଉଠି ଉଡି ଯାଇଛି କି .
ରୁପା ଏପଟେ ଇସାରା ରେ କହୁଛି ମିଳିଲା କି ନାହିଁ ?
ସମୀର ଚେୟାର ଟେବୁଲ ଗଳି ଗଳି ଖୋଜେ ହେଲେ ପାଉନଥାଏ .
କେମିତି କ୍ଲାସ ସରିବ ସେ ପୁଣି ଖୋଜିବା ଆରମ୍ଭ କରିବା.
ସେହି 45 ମିନିଟ ର କ୍ଲାସ ତାକୁ ଗୋଟେ ଯୁଗ ପରି ଲାଗୁଥାଏ.
.
କ୍ଲାସ ସରି ଛୁଟି ହେଲା
ସମୀର ପୁଣି ଖୋଜିବା ଆରମ୍ଭ କରିଦିଏ.
ରୁପା ରାଗିଯାଇ ଘରକୁ ଚାଲିଯାଏ .
ରୁପା ରାଗିବା ଦେଖି ସମୀର କୁ ଲାଗେ କିଛି ତ କଥା ଲେଖା ଅଛି ଯୋଉଁଥି ପାଇଁ ରୁପା ଏତେ ରାଗିଗଲା.
ସ୍କୁଲ ର ପିଅନ କ୍ଲାସ ରେ ତାଲା ପକେଇବାକୁ ଆସିଲେ.
ସମୀର- ମଉସା ଟିକେ ରୁହ ,ମୋର ଗୋଟେ ଦରକାରୀ ଜିନିଷ ହଜି ଯାଇଛି.
ପିଅନ- ଆରେ ଘରକୁ ଯିବାକୁ ଡେରି ହେଲାଣି.ତୁ କାଲି ସକାଳେ ଆସି ଖୋଜିବୁ.
.
ସମୀର ଯେତେ ନେହୁରା ହେଇ କହିଲା ହେଲେ ପିଅନ କିଛି ନଶୁଣି ସ୍କୁଲ ତାଲା ଦେଇ ଚାଲିଯାଏ .
.
ସମୀର ଘରକୁ ଆସି ତାକୁ ନିଦ ହୁଏନି .
ମନ ଭାରି ବିଚଳିତ ହେଇପଡ଼େ
ମୋ ରୁପା ର କିଛି ସିକ୍ରେଟ କଥା ଥିବ ସେଥିପାଇଁ ସେ ଏତେ ରାଗିଛି .
କଣ କରିବି କଣ କରିବି
ଏତିକି ଭାବି
ଝାଡୁଦାର ଅଳିଆ ଗଦା ରେ ପକେଇ ଦେଇନି ତ
ସମୀର ରାତି ଅଧ ରେ ପୁଣି ଖୋଜିବାକୁ ସ୍କୁଲ ଗଲା .
ଆଉ ସ୍କୁଲ ର ତାଲା ଭାଙ୍ଗି ପଶିଲା .
ଆଉ ସେ ଅଳିଆ ଗଦା କୁ ଯାଇ ଟ୍ରଚ ମାରି ଖୋଜିବାକୁ ଲାଗିଲା.
ହେଲେ ସବୁ ତ ଧଳା କାଗଜ ୟା ଭିତରୁ ଚିଠି କୋଉଟା.
ଶେଷରେ ନିରାଶ ହେଇକି ଫେରିଯାଏ .
ସକାଳୁ ସକାଳୁ ସ୍କୁଲ ର ପିଅନ ଯାଇ ଦେଖେ ତ ସ୍କୁଲ ର ତାଲା କିଏ ଭାଙ୍ଗିଛି .
ସେ ସାର ଙ୍କୁ ଜଣେଇ ଦିଏ ଜେ
ସମୀର ର କଣ ହଜି ଥିଲା
ସେ ହିଁ ତାଲା ଭାଙ୍ଗିଥିବ.
ସାର ରାଗି କରି କ୍ଲାସ କୁ ଯାଇ
ସାର- ବାବା ମୋ ପାଖକୁ ଆସିଲୁ.
କାଲି ସ୍କୁଲ ତାଲା କିଏ ଭାଙ୍ଗିଥିଲା .
ସମୀର-( ମୁଣ୍ଡ ତଳକୁ କରି ଚୁପ ରହେ)
ସାର ତାକୁ ବାହାରକୁ ଡାକି ଆଣି ପାଞ୍ଚଣ ନିର୍ଦୟ ଭାବରେ ପିଟି ପକେଇଲେ .
ସ୍କୁଲ କୁ ଆସି ଚୋରି କରୁଛୁ ଏଠି .
.
ସ୍କୁଲ ଛୁଟି ହେଲା
ରୁପା ସମୀର ପାଖକୁ ଆସି
ରୁପା-(ମନ ଦୁଃଖ ରେ)ତମେ ସେଇ ଚିଠି ପାଇଁ କାଲି ଆସିଥିଲ ନା
ସମୀର- ହଁ ଜେ ହେଲେ ପାଇଲିନି.
ରୁପା-(କାନ୍ଦିକି ,ସମୀର କୁ ଜାବୁଡି ଧରି ) ତମକୁ ବହୁତ କଷ୍ଟ ଦେଇ ଦେଲି ନା
ମୋର ଦରକାର ନାହିଁ ସେ ଚିଠି .
ଦୁନିୟା କୁ ଭୟ କରି ତୁମକୁ ବହୁତ କଷ୍ଟ ଦେଇ ଦେଲି
ହେଲେ ଆଉ ନୁହଁ .
ଜଣାନ୍ତୁ ସମସ୍ତେ ଆମ ସମ୍ପର୍କ
କଣ ହେଲା ସେଠୁ .
.
ସମୀର କୁ ରୁପା ର ଆଲିଙ୍ଗନ ରେ ସବୁ କଷ୍ଟ ଦୂର କରିଦେଲା.
ସମୀର- ଆଛା ,ସେ ଚିଠି ରେ କଣ ଲେଖା ଥିଲା.
ରୁପା- ଚାଲ ବୁଧୁ, ଏତେ ଘଟଣା ଘଟିଲାଣି .ଏତିକି କଥା ଜାଣିପାରୁନା
ସମୀର- ତମେ କହୁନ.
ରୁପା-(ଲାଜେଇ ହେଇ i love You କହି ଚାଲି ଯାଏ.
.
ଦୁଇ ଜଣ ଙ୍କ ପ୍ରେମ ସମ୍ପର୍କ ନିବିଡ ହେବାରେ ଲାଗିଥାଏ .
ହେଲେ ହଜିଥିବା ଚିଠି ଟି ରୁପା ର ବାପା ଙ୍କ ପାଖରେ ପହଁଞ୍ଚିଯାଇଥାଏ .
ବାପା ରାଗିଯାଇ ରୁପା ବହୁତ ଗାଳି କରନ୍ତି .
ତଥାପି ରୁପା ବାପା ଙ୍କ କଥା କୁ ନାମାନି ଲୁଚି ଛପି କଥା ହୁଏ .
ଶେଷରେ ବାପା ରାଗି କରି ସମୀର ଙ୍କ ଘର କୁ ଯାଇ ସମୀର କୁ ନ ମିଶିବା ପାଇଁ କହି ଦିଅନ୍ତି .
.
ସମୀର ଙ୍କ ଘର ଲୋକ ରୁପା କୁ ପସନ୍ଦ କରି ସାରିଛନ୍ତି .
ସମୀର ର ମା ବି ରୁପା କୁ ବୋହୁ ର ସ୍ୱୀକୃତି ଦେଇ ସାରିଲେଣି .
.
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ .
ଭଗବାନ ଙ୍କୁ ପାର୍ଥନା
ସମୀର ଓ ରୁପା ର ବାହାଘର ଶୀଘ୍ର ହେଇଯାଉ.
Msg for u - ବହୁତ ପିଲା ନିଜ ସମାଜ କୁ ଡରି ନିଜ ପ୍ରେମ କୁ ବଳିଦାନ ଦେଇ ଦେଉଛନ୍ତି.
ପ୍ରେମ କୁ ପାଇବାକୁ ହେଲେ ନିଜକୁ କିଛି ଦିନ ପାଇଁ ବଦନାମ କରିବାକୁ ପଡେ.
ବଦନାମ ବା ଇଜ୍ଜତ ଯୋଉ କହୁଛ ଥରେ ନିଲାମ ହେଇଗଲେ ଆଉ ମିଳେନି .
ଏହା ସମ୍ପୁର୍ଣ୍ଣ ରୂପରେ ଭୁଲ .
ଏହି ନିଲାମୀ କିଛି ଦିନ ଭୋଗିବାକୁ ପଡେ .
ଯଦି ମୁଁ ଭୁଲ କହୁଛି
ତେବେ ତମ ଆଖ ପାଖ ରେ ଥିବା କିଛି ଉଦାହରଣ ଦେଖ .
ତମକୁ କେତେ ଜଣ ଜାଣିଥିବେ
1000 କି 2000 କି 3000
ସାମାନ୍ୟ 3000 ଲୋକ ଙ୍କୁ ଡରି ତମେ ତମ ପ୍ରେମ କୁ ବଳିଦାନ ଦେଇ ଦେଉଛ.
ଆରେ ଜୀବନ ତମର ଖୁସି ତମର
ତେବେ ଏ ସମାଜ କିଏ .
" ଦୂର ରେ ରହି ବିଚ୍ଛେଦ ଠାରୁ
ପାଖରେ ରହି ଯଦି ଦୁଃଖ ବି ଆସେ
ସେଥିରେ ମଜା ଥାଏ "
.
ମୁଁ କାହାକୁ ପ୍ରେମ କରିବାକୁ ପ୍ରବର୍ତ୍ତାଉନି .
( ନହେଲେ ତମେ ମାନେ ମତେ କହିବ ନିଜେ ତ କାହାକୁ ପ୍ରେମ କରୁନି
ଆସିଲା ଆମକୁ ଭାଷଣ ଦେବାକୁ)
.
ଯେଉଁମାନେ ପ୍ରେମ ରେ ପଡ଼ି଼ସାରିଛନ୍ତି ମୁଁ ସେହି ମାନଙ୍କୁ କହୁଛି
ପ୍ରେମ ର ମଜା ଯଦି ପାଇଛ ତେବେ ବଦନାମ ର ମଜା ତ ଟିକେ ଚାଖ.

Tags Used :
ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki
April 18, 2020

BALIKABADHU【ବାଳିକାବଧୂ】 PART-1


ବାଳିକାବଧୂ

*************
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ
କିଛି ବର୍ଷ ତଳର କଥା.ସମୀର ଓ ରୁପା ଗୋଟେ ସ୍କୁଲ ରେ ପଢୁଥିଲେ .
ସମୀର ର ପାଠ ପଢ଼ାରେ ଏତେ ମନ ଲାଗେନି ହେଲେ ପ୍ରତିଦିନ ସ୍କୁଲ କୁ ଯାଏ କେବଳ ରୁପା କୁ ଦେଖିବା ପାଇଁ.
ସମୀର ନିଜେ ବି ଜାଣି ନଥିଲା ସେ କେବେ ପ୍ରେମ ରେ ପଡିଯାଇଛି .
ଅଷ୍ଟମ ଶ୍ରେଣୀ ରୁ ହିଁ ସମୀର ପ୍ରେମ ରେ ପଡିଯାଇଥାଏ .
ସମୀର ସେଦିନ ସକାଳୁ ଉଠି ଗାଧେଇ ପାଧେଇ ସ୍କୁଲ ଯିବା ପାଇଁ ବାହାରି ପଡେ.
ବୋଉ,ବୋଉ ଶୀଘ୍ର ଖାଇବାକୁ ଦେ ମୁଁ ସ୍କୁଲ ଯିବି
ବୋଉ- କିରେ ଆଜି କଣ ଏତେ ଶୀଘ୍ର ଯାଉଛୁ.
ସମୀର- ଆଜି ସ୍କୁଲ ରେ ବହି ମିଳିବ.ମୁଁ ଶୀଘ୍ର ଗଲେ ସିନା ପାଇବି.
ବୋଉ- ତୁ ,ଚଟେଇ ପକେଇ ବସ ,ମୁଁ ବାଢି ଦେଉଛି.
.
ବହି ମିଳିବା ତ ଗୋଟେ ବାହାନା .ପ୍ରକୃତ କଥା ହେଲା ଆଜି ସମୀର ତା ମନ କଥା ଖୋଲି କହିବ.
.
ହେଲେ ମନ ରେ ଡର ଆସୁଥାଏ ,ଯଦି ସେ ସାର ଙ୍କୁ କହିଦେବ ତ
ହଁ, କହିଲେ କହିବ.
ଏମିତି ଭାବି ସମୀର ସ୍କୁଲ ରେ ପହଁଞ୍ଚିଲା .
ଚାରିଆଡେ ଖୋଜିବାକୁ ଲାଗିଲା ରୁପା କୁ ହେଲେ ପାଇଲାନି.
ମନ କୁ ଦୁଃଖ କରି କ୍ଲାସ ରୁମ କୁ ଯାଇ ଏକା ଗୋଟେ ଜାଗାରେ ବସି ରୂପା କଥା ଭାବିଲା.
କଣ ପାଇଁ ଏ ପର୍ଯ୍ୟନ୍ତ ଆସିଲାନି.
ତା ଦେହ ଖରାପ ହେଇଯାଇନି ତ .
ଏ କ୍ଲାସ ଟା ସରିଯାଉ ତା ଗାଁ ଆଡେ ଗୋଟେ ରାଉଣ୍ଡ ମାରି ଚାଲିଆସିବି ସବୁ ଜଣା ପଡିଯିବ.
ସାର କ୍ଲାସ କୁ ଆସି ପଢ଼ାଇବା ଆରମ୍ଭ କରି ଦିଅନ୍ତି.
କିଛି ସମୟ ପରେ ...
ସମୀର ର ନଜର ପଡ଼ିଯାଏ ଝରକା ପାଖ ରାସ୍ତା କୁ
ଆଉ ସେ ରାସ୍ତା ରେ ସେ ରୁପା କୁ ଦେଖି ବହୁତ ଖୁସି ହୁଏ.
ହେଲେ ଏତେ ଡେରି ରେ ଆସିଲେ ସାର ତ ତାକୁ ମାରିବେ .
ରୁପା କ୍ଲାସ କୁ ପହଁଚି ଯାଏ .
ସାର-(ରାଗିକି,ବେତ କୁ ଧରି ) ଏତେ ଡେରି,ତମେମାନେ କଣ ନିଜ ଇଛା ରେ ଯେତେବେଳେ ନାହିଁ ସେତେବେଳେ ଆସୁଛ .
ହାତ ଦେଖା
ହାତ ଦେଖା
.
ରୂପା ଆଖି ବୁଜି ଧୀରେ ହାତ ନେଉ ନେଉ
ସମୀର ଗୋଟେ ପ୍ରଶ୍ନ ସାର ଙ୍କୁ ପଚାରିଲା
ବୁଝିପାରିଲାଣି ବୋଲି .
କାହିଁକି ନା ସେ ସାର ଙ୍କ ଗୁଣ ଜାଣିଥିଲା .
ଆଉ ସେ ବା କେମିତି ସହିଥାନ୍ତା ତା ରୁପା ମାଡ ଖାଇବା.
.
ସାର- ହୋଉ ହୋଉ ଯାଅ, କାଲି ଠୁ ଠିକ ସମୟ ରେ ସ୍କୁଲ ଆସିବ.
.
ସାର ସମୀର କୁ ପାଖକୁ ଡାକି ଆଣି ସେ ପଚାରି ଥିବା ପ୍ରଶ୍ନର ଉତ୍ତର ବୁଝାଇ ଦେଲେ .
ସମୀର- ହଁ ସାର ବୁଝିଗଲି.
ସାର- ଆଛା ତୁ ଏ ବିଷୟର ଶେଷ ପ୍ରଶ୍ନ ପଚାରିଲୁ ଯଦି
ତେବେ ମୁ ପ୍ରଥମ ରୁ ପଚାରୁଛି ଉତ୍ତର କହ.
.
ସମୀର- (ଭୟ ରେ ଥରୁ ଥାଏ , ମୁଁ ତ ଏ ବିଷୟର ନାଁ ହିଁ ଜାଣିନି ଏବେ କଣ କରିବି )
ସାର- କିରେ କଣ ହେଲା.
ସମୀର - (ମୁଣ୍ଡ ତଳକୁ ନାଇଁ ମାଡ ଖାଇବା ପାଇଁ ହାତ ଦେଖେଇ ଦେଲା) ସାର ମୁଁ ଭୁଲିଯାଇଛି.
.
ସାର ରାଗିଯାଇ ସମୀର କୁ ବହୁତ ପିଟିଲେ
ସମୀର ଆଖି ବୁଜି ସବୁ ମାଡ ସାହିଯାଉଥାଏ .
.
ସମୀର ମାଡ ଖାଇବା ଦେଖି ରୁପା ର ମନରେ ତା ପ୍ରତି ଭଲ ପାଇବା ଆସିଗଲା.
.
ସେ ଦିନ ରୁପା ଖାଲି ସମୀର କୁ ଟିକେ ପରେ ଟିକେ ଚାହୁଥାଏ.
ଆଉ ସମୀର ବି ତାକୁ ଦେଖି ହସୁଥାଏ .
ଯେମିତି ତାକୁ କିଛି କଷ୍ଟ ହେଇନି .
ଦୁଇ ଜଣ ଙ୍କ ଭିତରେ ପ୍ରେମ ସମ୍ପର୍କ ନିବିଡ ହେବାକୁ ଲାଗିଲା.
ଆଉ ତା ପରେ .....
.
Part 2 Coming Soon.....

Tags Used:

ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki
April 18, 2020

HRUDAYA RA SPANDANA TU【ହୃଦୟ ର ସ୍ପନ୍ଦନ ତୁ】


ହୃଦୟ ର ସ୍ପନ୍ଦନ ତୁ

************
ପ୍ରୀତି ଆଉ ଦିପୁ ଦୁଇ ଜଣ ବହୁତ ଭଲ ସାଙ୍ଗ ଥିଲେ ଆଉ ସେମାନଙ୍କ ଘର ବି ଗୋଟେ ଗାଁ ରେ ଥିଲା .
ଯେତେବେଳେ ସେମାନେ ଷଷ୍ଠ ଶ୍ରେଣୀ ରେ ପଢୁଥିଲେ .
ଦିପୁ ର ନୂଆ ସାଇକେଲ ତା ବାପା ଦେଇଥାନ୍ତି .ଦିପୁ ର ମନ ବହୁତ ଖୁସି ଥାଏ .
ସେଦିନ ସେ ସକାଳୁ ସକାଳୁ ସ୍କୁଲ କୁ ବାହାରିପଡିଲା ପ୍ରୀତି କୁ ସାଙ୍ଗରେ ନେବା ପାଇଁ.
ହେଲେ ପ୍ରୀତି ଘର କୁ ଯାଇ ଦେଖେ ତ ପ୍ରୀତି ର ଗୋଡ ରେ ଆଘାତ ହେଇଛି ସେ ସ୍କୁଲ ଯାଇପାରିବନି ବୋଲି ମନା କରିଦେଲା .
ଦିପୁ- ହେଇ ଦେଖ ଏ ବିଲେଇ କୁ ସାମାନ୍ୟ ଖଣ୍ଡିଆ ହେଇଛି କେତେୁ ଅଧିକ ଫୁଲେଇ ହେଉଛୁ .
ଶୁଣ ମୁ ନୂଆ ସାଇକେଲ ଆଣିଛି ତତେ ବସେଇକି ନେଇଯିବି .
ତ ଶୀଘ୍ର ବାହାରିପଡ.
ପ୍ରୀତି- ତୁ ମତେ ବିଲେଇ କଣ ପାଇଁ ଡ଼ାକୁଛୁ .ନିଜେ ତ ଗୋଟେ ଭାଲୁ ମତେ କହୁଛି.
ଦିପୁ- ତୁ ଯାହା ଦେଖାଯାଉଛୁ ନା.
ପ୍ରୀତି- ହଁ ନା . ମିଛୁଆ .
ଦିପୁ - ତୁ ବେଶୀ ବକର ବକର ନହେଇ .ଶୀଘ୍ର ଆସେ
ପ୍ରୀତି - ମୁ ବସି ପାରୁନି ତୋ ସାଇକେଲ ରେ .
ଦିପୁ- ରହ ମୁ ବସେଇ ଦେଉଛି .
କେତେ ଖାଉଛୁ କି ଲୋ
ଏତେ ମୋଟୀ ହେଇଗଲୁଣି .
ପ୍ରୀତି - କୁକୁର ଏମିତି ଆଉ ଥରେ କହିଲେ ତୋ ସହ କଥା ହେବିନି .
ଦିପୁ- ଆଲୋ ମଜାକ କରୁଥିଲି.
ଆଛା ତୋ ଗୋଡ କେମିତି ଖଣ୍ଡିଆ ହେଲା .
ପ୍ରୀତି- ମୁ ନା କାଲି ସାଇକେଲ ଶିଖୁ ଶିଖୁ ପଡ଼ିଗଲି .
ଦିପୁ- କିଛି ଔଷଧ ଲଗେଇଛୁନା?
ଆଉ ଏବେ କଷ୍ଟ ହେଉଛି କି?
ପ୍ରୀତି- ନା.
ଦିପୁ - ତୁ ଗୋଟେ ବଡ ପାଗିଳି.ତୋର ସାଇକେଲ ଶିଖିବା କଣ ଦରକାର.
ମୁଁ ଅଛି ନା.
ପ୍ରୀତି- ବାପା କାଲି ମୋ ପାଇଁ ସାଇକେଲ ଆଣିଥାନ୍ତେ ତ ସେଥିପାଇଁ.
ଦିପୁ- ତୁ ବିଲେଇ ମତେ କହିଲୁନି ମୁ ତତେ ଶିଖେଇ ଦେଇ ଥାନ୍ତି .ଏବେ କେତେ କଷ୍ଟ ପାଉଛୁ .
ପ୍ରୀତି - ଜାଣିଛୁ ମୋର ଇଛା ଥିଲା ସ୍କୁଲ ଯିବାକୁ ଯାହା ହେଉ ତୁ ଆସିଗଲୁ .
ଦିପୁ - ହୋଉ ତୁ ସେମିତି ବସିଥା ମୁଁ ଓହ୍ଲାଇ ସରେ .
ଦିପୁ ସାଇକେଲ ର ଷ୍ଟାଣ୍ଡ ମାରି
ତାର ଦୁଇ ହାତରେ ସେ ପ୍ରୀତି କୁ ଓହ୍ଲାଇଦେଲା .
ଗଲା ବେଳେ ବି ସେମିତି ଦୁଇ ଜଣ ଗଲେ .
ଏହି ସବୁ ସମୟ ଭିତରେ ଦୁଇ ଜଣ ଙ୍କୁ ଭଲପାଇବା ହେଇଗଲା.
ଏମିତି ତାଙ୍କର ସମ୍ପର୍କ ବଢିଚାଲିଲା .
ଏବେ କଲେଜ ରେ ପଢିବା ସମୟ ଆସିଲା .
ହେଲେ ଦୁଇ ଜଣ ଙ୍କର ଗୋଟେ କଲେଜ ହେଇପାରିଲାନାହିଁ .
ଦିପୁ ପଢିବାକୁ ସହର ରେ ତା ବାପା ଠିକ କରିସାରିଥିଲେ .ହେଲେ ପ୍ରୀତି ସେହି ଗାଁ କଲେଜ ରେ ପଢିଲା.ଦିପୁ- ମୁ ସହର ଯାଉଛି ସେଠି ପଢ଼ିବି .ତୁ ଏଇ ଗାଁ କଲେଜ ରେ ପଢୁଥା ବିଲେଇ.
ପ୍ରୀତି- ତୁ ଯାଉନୁ .ମୁ ସତୀକା ତତେ ଝୁରିଵି ନା କଣ.
ଦିପୁ- ମିଛ କହନିିଲେଇ.ତୁ ମତେ ଭଲପାଉ.
ପ୍ରୀତି - ତୁ ଭାଲୁ .ଭାଲୁ ମାନଙ୍କୁ କଣ କିଏ ଭଲପାଏ.
ଦିପୁ- ବିଲେଇ କୁ କଣ କିଏ ଭଲପାଏ .
ପ୍ରୀତି- ତୁ ଜାଣିନୁ କି ବିଲେଇ କି ଘରେ ପୋଷା ରଖନ୍ତି .
ଦିପୁ- ଆଛା ହୋଉ ମୁଁ ଭାଲୁ ତୁ ରାଣୀ .ଏବେ ଟିକେ ଯିବା ସମୟରେ ହସିଦେ.
ପ୍ରୀତି(ଆଖି ରେ ଲୁହ ଆସିଗଲା)- ତୁ ସତରେ ମତେ ଛାଡି ପଳେଇବୁନା.
ଦିପୁ - (ପ୍ରୀତି କୁ ଛାତିରେ ଲଗେଇ) ଏ ପାଗିଳି କାନ୍ଦୁଛୁ କଣ ପାଇଁ .ମୁ ସହର ଛାଡ଼ୁଛି ତତେ ନୁହଁ .
ପାଗିଳି ଟା
ଶୁଣ ମୁ ସହର କୁ ଯାଇ ପଢି ଏକାଥରେ ଚାକିରୀ କରି ଆସିବି .
ଆମେ ଦୁଇ ଜଣ ମିଶି ସବୁଆଡେ ବୁଲିବା ତୁ ଯୋଉଠି ଥକି ପଡ଼ିବୁ ମୁ ମୋ ବହୁ ରେ ତତେ ଉଠେଇ ଆଗକୁ ନେବି .
ହେଲେ ତୁ ଟିକେ ମୋଟା କମ କରିଥିବୁ .
ଏବେ ତ ଟିକେ ହସିଦେ .
ପ୍ରୀତି ହସିପାରୁନଥିଲା ଯେମିତି ତା ଜୀବନ ତା ଠୁ ଅଲଗା ହେଇଯାଉଛି .
ଦିପୁ - ପାଗିଳି ତୁ ମତେ ଭଲପାଉଛୁ ନା ?
ପ୍ରୀତି- ନାଁ .ମୁଁ କଣ ପାଇଁ ତତେ ଭଲପାଇବି .
ଦିପୁ- ହା ହା ହା .ହୋଉ ମତେ ପଛରେ ଦୋଷ ଦେବୁନି.
ଏମିତି କହି ଦିପୁ ସହର କୁ ଚାଲିଗଲା.
6 ବର୍ଷ ପରେ......
ଦିପୁ ଗାଁ କୁ ଫେରିଲା
ପ୍ରୀତି ଏହି ଦିନ କୁ ଅପେକ୍ଷା କରି ରହିଥିଲା .
ଦିପୁ ଯେତେବେଳେ ପ୍ରୀତି କୁ ଦେଖିଲା
ଦିପୁ ଫୋନ ରେ କାହାକୁ କହୁଥିଲା
" ହଁ ମୁ ଭଲରେ ପହଁଞ୍ଚିଲି.ହେଲେତୁମକୁ ବହୁତ ମାନେ ପକାଉଛି .ତମେ ବେସ୍ତ ହୁଅନି ଜାନୁ ମୁ ବାପା ଙ୍କୁ ତମ ବିଷୟରେ କହିବି.ତମେ ତମ ଘରେ ରାଜି କରାଅ ଦୁଇ ମାସ ପରେ ବିବାହ କରିନେବା .ହଁ ଶୁଣ ନିଜର ଯତ୍ନ ନେବା ରହୁଛି .
ଦିପୁ ଆଉ କାହା ସହ କଥା ହେବାର ଶୁଣି ପ୍ରୀତି କୁ ବହୁତ କଷ୍ଟ ହେଲା.
ଦିପୁ ପ୍ରୀତି ପାଖକୁ ଆସିଲା.
ଦିପୁ- ତୁ ପ୍ରୀତି ନା .
ସାଇକେଲ ଶିଖିଗଲୁଣି .
ମତେ ଟିକେ ଗାଁ ପାଖରେ ଛାଡିଦେବୁ .
ପ୍ରୀତି- (ଆଖିରେଲୁହ ରଖି)କାଇଁ ଯାହା ସହ ଫୋନ ରେ କଥା ହେଉଥିଲା ଯାଉନ ତାକୁ କହିବ.ମନ ଦୁଃଖ ରେ ପଳେଇଲା
ଦିପୁ- ବାପ ରେ କେତେ ରାଗ.
ପ୍ରୀତି କିଛି ବାଟ ଆଗକୁ ଗଲା ପରେ ପଡିଗଲା .ଆଉତାର ଗୋଡ ଖଣ୍ଡିଆ ହେଇଗଲା.
ଦିପୁ ନିଜ ବ୍ୟାଗ କୁ ଫୋପାଡ଼ି ବହୁତ ଜୋର ସେ ଦୌଡ଼ି ଆସି ପ୍ରୀତି କୁ ଉଠେଇଲା.
ପ୍ରୀତି- (କାନ୍ଦିକି)ଏବେ ତ ଆଉ କହିବନି ନା ସାଇକେଲ ଶିଖିବା କଣ ଦରକାର. ହଁ କଣ ପାଇଁ ବା କହିବା
ମୁଁ କିଏ କି
ତମେ ତ ଆଉ କାହାକୁ ଭଲପାଉଛ.
ଦିପୁ ତାକୁ ନିଜ ବାହୁ ରେ ଉଠେଇ ଆଗକୁ ଚାଲିବାକୁ ଲାଗିଲା
ପ୍ରୀତି- ଛାଡ ମତେ ଛାଡ.
ଦିପୁ- ମୁ କଣ କରିବି ତୁ ମତେ ଯିବାବେଳକହିଥିଲୁ କି ମତେ ଭଲପାଉଥିଲୁ ବୋଲି.
ତୁ ତ ମନା କରିଦେଲୁ.
ପ୍ରୀତି- ତମେ ଛାଡ ମତେ .ଓଲ୍ହାଓ ମତେ.
ଦିପୁ ଓହ୍ଲେଇ ଦେଲା
ପ୍ରୀତି-(ନମ୍ର ଭାବେକହିଲା)ମୋ ମନ ର ଭାଷା କଣ ତମେ ବୁଝି ନଥିଲା.
(ନିଜ ଲୁହ କୁ ଅଟକେଇପାରିଲାନି)
ତମେ କଣ ଜାଣିନଥିଲା ମୁଁ ମୋ ନିଜ ଜୀବନ ଠୁ ବି ବେଶୀ ଭଲପାଏ ତୁମକୁ.ସବୁ ଭୁଲିଯାଇଛନା.
ଦିପୁ- (ପ୍ରୀତିକୁଛାତି ରେ ଲଗେଇ) କାଂଦିନୀ ମୋ ବିଲେଇ ଟା ପା ତୁ .
ପ୍ରୀତି- ଯାଉନା ତାକୁ ଗେଲ କରିବା ଯାହା ସହ ଫୋନ କରୁଥିଲା ଯାହାକୁ ବିବାହ କରିବା .
ଦିପୁ- (ଜୋରସେ ହସିବାକୁ ଲାଗିଲା)
ପ୍ରୀତି - ହସୁଛ କଣ ଜେ .
ଦିପୁ -ତାକୁ ନିଜ ବାହୁ ରେ ଉଠେଇ ଆଗକୁ ଚାଲିବାକୁ ଲାଗିଲା .
ପ୍ରୀତି- ପ୍ଲିଜ଼ ମତେ ଛାଡ ମତେ ଏ ସବୁ ପସନ୍ଦ ନୁହଁ.ମୋ ଗୋଡ ଠିକ ଅଛି.ଛାଡ ନହେଲେ ଚିଲେଇବି.
ଦିପୁ- ହା ହା ହା .ମୁଁ ମୋ ସ୍ବପ୍ନ ପୂରଣ କରୁଛି.
ପ୍ରୀତି -ମାନେ
ଦିପୁ- ଆଲୋ ପାଗିଳି ମୁ ତୋ ସହ ମଜାକ କରୁଥିଲି .
ମୋ ଜୀବନ କୁ ଛାଡି ମୁ କଣ ଆଉ କାହାର ହେଇପାରିବି .
ପ୍ରୀତି- ( ମନ ରେ ଅସୁମାରୀ ଖୁସି)
ତମେ ସତରେ ମାଜ଼ାକ କରୁଥିଲା .
ଦିପୁ- ମୁ ମୋ ସ୍ବପ୍ନ କୁ ପୂରଣ କରୁଥିଲି. ମୋର ସବୁ ମନେ ଅଛି .
ପ୍ରୀତି- ତମେ ମତେ ଏବେ ବି ଏତେ ଭଲପାଉଛ.
ଦିପୁ- ମୁ ତତେ ବିବାହ କରିବାକୁ ଆସିଛି .
I love you ବିଲେଇ.
ପ୍ରୀତି- i love you ଧନ.
ହୋଉ ମତେ ଉଠେଇକି ନିଅ .ମୋ ଗୋଡ ବହୁତ କଷ୍ଟ ହେଉଛି .
ଦିପୁ - ହା ହା ହା .ପାଗିଳି ଟା .ଏବେ କହୁଥିଲୁ ପରା ଗୋଡ ଠିକ ଅଛି.
ମୁ ଆସିଗଲିଣି ଏବେ ତତେ ଟିକେ ବି କଷ୍ଟ ଲାଗିବାକୁ ଦେବିନି.
The end
Msg for you- ହୃଦୟ ରେ ତାକୁ ହିଁ ରଖ ଯିଏ ତୁମକୁ ତା ନିଜ ଠୁ ଅଧିକ ଭଲପାଉଥିବା .
ଗଳ୍ପ ଟି ଭଲ ଲାଗିଥିଲେ ସେୟାର କରିବେ .


Tags Used :
ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki
April 18, 2020

TO BATA CHAHINCHHI SATHIRE【ତୋ ବାଟ ଚାହିଁଛି ସାଥିରେ】


ତୋ ବାଟ ଚାହିଁଛି ସାଥିରେ

*********
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ
ଅମିତ୍ ଓ ଅନିଲ୍ ଦୁହିଁଙ୍କର ବନ୍ଧୁତ୍ବ ଅତି ଘନିଷ୍ଠ ଥିଲା ତାଙ୍କର ବନ୍ଧୁତା ଏତେ ଗଭୀର ଥିଲା ଯେ ପରସ୍ପରକୁ ମୁହୂର୍ତ୍ତ ଟିଏ ନ ଦେଖିଲେ ରହିପାରୁନଥିଲେ। ଅନିଲ୍ ଘରକୁ ଅମିତ୍ ସବୁବେଳେ ଯାଏ । ଥରେ ସେ ଅନିଲ୍ ର ସାନ ଭଉଣୀ ଆନି କୁ ଦେଖିଲା। ଅମିତ ର ଭଲ ବ୍ୟବହାର ଦେଖି ଏକ ତରଫା ପ୍ରେମ କରି ବସିଲା.
ହେଲେ ଭାଇ ର ଭୟରେ ସେ ଅମିତ ସହ କଥା ବି ହେଇପାରୁନଥିଲା.
ଯେତେବେଳେ ଭାଇ କଲେଜ ରୁ ଫେରେ ଆନି ଦାଣ୍ଡ କୁ ଚାଲିଯାଏ
କାଳେ ଅମିତ ,ଭାଇ ସହ ଆସିଥିବେ . ଆନି ମନେ ମନେ ଅମିତ କୁ ବହୁତ ଖୋଜୁଥିଲା.
ଦିନେ ଅମିତ କୁ ଫେସବୁକ କୁ ଖୋଜି ପାଇଲା ଓ ପରିଚୟ ଲୁଚାଇ ଅମିତ ସହ କଥା ହେଲା.
ଆନି- ହାଏ
ଅମିତ- ତମେ ମତେ ଜାଣିଛ ?
ଆନି- ହଁ,ଜାଣିଛି.
ଅମିତ- କେମିତି?
ଆନି- ତମେ ଜଣେ ମଣିଷ,ଆମ ପୃଥିବୀ ରେ ରୁହ.
ଅମିତ- ହଁ ହଁ ତମ ପୃଥିବୀ,ନିଜ ହାତରେ ଗୋଟେ ପେଣ୍ଡୁଳା କରି ଯେମିତି ଆକାଶ କୁ ଛାଡି ଦେଇଥିଲ.
ଆନି- ତମେ ମଜାକ ବି କର, ହେଲେ ମୁଁ ତ କେବେ ତମ ମଜାକ ଦେଖିନି.
ଅମିତ- ଆରେ କିଏ ତମେ ପରିଚୟ ତ ଦିଅ.
ଆନି- ସମୟ ଆସିଲେ କହିଦେବି.
.
ଏମିତି ଅଜାଣତ ରେ ବହୁତ କିଛି କଥା ହେଇଗଲେ .
.
ଆନି ପରେ ପରେ ଜାଣିବାକୁ ପାଇଲା ଜେ ଅମିତ ବହୁତ ଜଣ କୁ ଭଲ ପାଉଛି .ହେଲେ ତାର ସାହସ ହେଉନଥାଏ କହିବା ପାଇଁ .
ଆନି ମନକୁ କଷ୍ଟ ହେଉଥିଲେ ହେଁ ସେ ତାର ଭଲ ପାଇବା କୁ କମ କରି ନଥିଲା.
ଏମିତି କିଛି ଦିନ ଗଲା ପରେ...
ଅମିତ ପୁଣି ଥରେ ଅନିଲ ଙ୍କ ଘର କୁ ଆସିଲା .
ଆନି ର ଅମିତ କୁ ଦେଖି ଲାଜେଇ ଘର ଭିତର କୁ ଚାଲିଗଲା ଓ ସଜ ବାଜ ହେଇ ଲୁଚି ଲୁଚି ଅମିତ କୁ ଦେଖୁ ଥାଏ.ଅମିତ କୁ ଦେଖି ମନକୁ ଯେତିକି ଶାନ୍ତି ମିଳୁଥିଲା ସେତିକି ବି କଷ୍ଟ ହେଉଥିଲା .ଭଲପାଉଥିବା ମଣିଷ କୁ ଏତେ ପାଖରେ ପାଇ କି ବି ତା ସହ କଥା ହେଇପାରୁ ନଥାଏ.
ମନେ ମନେ ଅସୁମାରୀ ସ୍ବପ୍ନ ଓ ଆଶା ବାନ୍ଧି ଦେଇଥିଲା ଆନି ର ମନରେ .
ଇଛା ହେଉଥାଏ ତାଙ୍କ ପାଖକୁ ଯାଇ କହିବାକୁ ତମେ ଯାହା ସହ ଫେସବୁକ ରେ କଥା ହେଉଛ ସେ ମୁଁ ବୋଲି
ହେଲେ ଭାଇ ପାଖରେ ଥାଏ.
ମୁଁ ଝିଅ ଟେ ହେଇ ଆଗେ କଣ କହିବି ଜେ
ସେ ତ ମତେ ଦେଖୁ ହିଁ ନାହାନ୍ତି
ଯେମିତି ସାଧୁ ପିଲା ଟା.
ଅମିତ ର ଯିବା ର ସମୟ ହେଇଯାଏ .ଆନି କୁ ଲାଗୁଥାଏ ଯେମିତି ସେ ସବୁଦିନ ପାଇଁ ଚାଲି ଯାଉଛନ୍ତି.
ସେ ସଙ୍ଗେ ସଙ୍ଗେ ଛାତ ଉପରକୁ ଚାଲିଯାଏ ଅମିତ କୁ ଯିବାର ଦେଖିବା ପାଇଁ .
ଅମିତ ଗଲାବେଳେ କାକେଜାଣି ଆଖି ରୁ ଦୁଇ ଟୋପା ଲୁହ ଝରି ପଡିଲା.
ମନରେ ବହୁତ କିଛି କଥା କୁ ଫେସବୁକ ଖୋଲି ଅମିତ ର ଅନଲାଇନ କୁ ଅପେକ୍ଷା ରେ ବସିଲା.
ସନ୍ଧ୍ୟା ହେଇ ରାତି ହେଇଗଲା ହେଲେ ଅମିତ ଆସିଲା ନାହିଁ.
ପରଦିନ ଯେତେବେଳେ ଅମିତ ଅନଲାଇନ ଆସିଲା .
ଅମିତ- ଆରେ ବାପ ରେ ଏତେ ମେସେଜ .
ଆନି- (କାନ୍ଦିକି) ତମେ କାଲି ଠୁ କୁଆଡେ ଯାଇଥିଲ. ମୁଁ କାଲି ରାତିସାରା ତମକୁ ଅପେକ୍ଷା କରି କରି ରହିଲି.
ଅମିତ- କାଲି ଗୋଟେ ସାଙ୍ଗ ଘରକୁ ଯାଇଥିଲି.
ଆନି- ହଁ ,ମୁଁ ବା କିଏ, ମୋ ପାଇଁ କାହିଁକି ବା ଅପେକ୍ଷା କରିବ.
ଅମିତ- ଆରେ ନାଇଁ ସେ କଥା ନାହିଁ.
ଆଛା ତମର କେବେ ସେ ସମୟ ଆସିବ ଯୋଉଦିନ ତୁମ ପରିଚୟ ମତେ ଦେବ.
ଆନି- ମୁଁ କାଲି କହିଥାନ୍ତି ,ହେଲେ ଆଉ କହିବିନି.
ଅମିତ- କି କଣ ପାଇଁ?
ଆନି- କାଲି ତମେ କଣ ପାଇଁ ଅନଲାଇନ ଆସିଲନି.
ମୁଁ ଆଉ ମୋ ପରିଚୟ ଦେବିନି.
ଅମିତ- ହେ ଭଗବାନ ,ତମକୁ କେମିତି ବୁଝେଇବି.
.
ଏମିତି ତାଙ୍କର କଥା ବାର୍ତ୍ତା ଚାଲି ରହିଲା .
ଆନି ଅମିତ କୁ ବହୁତ ଭଲ ପାଇଯାଇଥିଲା ହେଲେ ସେ କହିପାରୁନଥିଲା.
ଆନି ର ଘର ଲୋକେ ଆନି ଉପରେ ସନ୍ଦେହ କରି ତା ଠାରୁ ଫୋନ ଛଡେଇ ଆଣିଲେ.
ଆନି ନିରୁପାୟ ହୋଇ ଯାଇଥିଲା .ମନରେ ଦୁଃଖ କଷ୍ଟ କୁ ଚାପି ରଖି ଚୁପ ଚାପ ଆଖି ର ଲୁହ ଓଠ କୁ ନେଇ ଅନ୍ଧକାର ରେ ସେହି ସବୁ କଥା ଭାବିବାକୁ ଲାଗିଲା.
କିଛି ଦିନ ପରେ ଅମିତ ପୁଣି ଥରେ ଅନିଲ ଙ୍କ ଘରକୁ ଆସିଲା ହେଲେ ଏଥର ଆନି ମୁହଁ ରେ ସେତେ ଚମକ ନାହିଁ ତା ହୃଦୟ ଏତେ ଉଲ୍ଲାସ ନାହିଁ.
ଅମିତ କୁ ଦେଖି ଗୋଟେ ଘର ର କଣରେ ବସି କାନ୍ଦିବାକୁ ଲାଗିଲା.
ଆଉ ଭାବିବାକୁ ଲାଗିଲା .ସେ କେମିତି ମୋ ସହ କଥା ନହେଇ ରହି ପାରୁଛନ୍ତି.ସେ କଣ ଜାଣିପାରୁନାହାନ୍ତି ମୁଁ ତାଙ୍କୁ ଏତେ ଭଲ ପାଉଛି ବୋଲି ,ତାଙ୍କୁ ପାଇବା ପାଇଁ ପାଗିଳି ହେଇଯାଉଛି ବୋଲି .
କଣ ସେ ମତେ ମନେ ମନେ ଖୋଜୁନାହନ୍ତି.
.
.
ଆନି ଯେବେ ବି ଅମିତ କୁ ଦେଖୁଛି ଆଖି ରୁ ଢଳ ଢଳ ଲୁହ ଝରି ପଡୁଛି
ପାଖରେ ପାଇ କି ବି କହିପାରୁନି
ମୁଁ ସେଇ ଝିଅ ବୋଲି ଯିଏ ତମ ସହ କଥା ନହେଇ ରହି ପାରୁନଥିଲା.
ଯେତେବେଳେ ପାଟି କଥା କହିବା ବନ୍ଦ କରିଦିଏ ସେତେବେଳେ ଆଖି ରେ ଲୁହ ଆସିଯାଏ.
.
.
ଆଜି ପର୍ଯ୍ୟନ୍ତ ବି ଅମିତ ଜାଣିପାରି ନାହିଁ ଅନିଲ ର ଭଉଣୀ ମୋ ପ୍ରେମିକ ବୋଲି .
.
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ.
ସେୟାର କରିବାକୁ ଭୁଲିବେନି.
Msg for u - ମୁଁ ବହୁତ ଥର ଆଗରୁ କହିସାରିଛି
"ସମାଜ କୁ ଡ଼ରୁଛ ଯଦି ପ୍ରେମ କର ନାହିଁ........ପ୍ରେମ କରୁଛ ଯଦି  ସମାଜ କୁ ଡର ନାହିଁ".

Tags Used:

ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki