SERVICES

Latest Story

Saturday 18 April 2020

TO BATA CHAHINCHHI SATHIRE【ତୋ ବାଟ ଚାହିଁଛି ସାଥିରେ】


ତୋ ବାଟ ଚାହିଁଛି ସାଥିରେ

*********
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ
ଅମିତ୍ ଓ ଅନିଲ୍ ଦୁହିଁଙ୍କର ବନ୍ଧୁତ୍ବ ଅତି ଘନିଷ୍ଠ ଥିଲା ତାଙ୍କର ବନ୍ଧୁତା ଏତେ ଗଭୀର ଥିଲା ଯେ ପରସ୍ପରକୁ ମୁହୂର୍ତ୍ତ ଟିଏ ନ ଦେଖିଲେ ରହିପାରୁନଥିଲେ। ଅନିଲ୍ ଘରକୁ ଅମିତ୍ ସବୁବେଳେ ଯାଏ । ଥରେ ସେ ଅନିଲ୍ ର ସାନ ଭଉଣୀ ଆନି କୁ ଦେଖିଲା। ଅମିତ ର ଭଲ ବ୍ୟବହାର ଦେଖି ଏକ ତରଫା ପ୍ରେମ କରି ବସିଲା.
ହେଲେ ଭାଇ ର ଭୟରେ ସେ ଅମିତ ସହ କଥା ବି ହେଇପାରୁନଥିଲା.
ଯେତେବେଳେ ଭାଇ କଲେଜ ରୁ ଫେରେ ଆନି ଦାଣ୍ଡ କୁ ଚାଲିଯାଏ
କାଳେ ଅମିତ ,ଭାଇ ସହ ଆସିଥିବେ . ଆନି ମନେ ମନେ ଅମିତ କୁ ବହୁତ ଖୋଜୁଥିଲା.
ଦିନେ ଅମିତ କୁ ଫେସବୁକ କୁ ଖୋଜି ପାଇଲା ଓ ପରିଚୟ ଲୁଚାଇ ଅମିତ ସହ କଥା ହେଲା.
ଆନି- ହାଏ
ଅମିତ- ତମେ ମତେ ଜାଣିଛ ?
ଆନି- ହଁ,ଜାଣିଛି.
ଅମିତ- କେମିତି?
ଆନି- ତମେ ଜଣେ ମଣିଷ,ଆମ ପୃଥିବୀ ରେ ରୁହ.
ଅମିତ- ହଁ ହଁ ତମ ପୃଥିବୀ,ନିଜ ହାତରେ ଗୋଟେ ପେଣ୍ଡୁଳା କରି ଯେମିତି ଆକାଶ କୁ ଛାଡି ଦେଇଥିଲ.
ଆନି- ତମେ ମଜାକ ବି କର, ହେଲେ ମୁଁ ତ କେବେ ତମ ମଜାକ ଦେଖିନି.
ଅମିତ- ଆରେ କିଏ ତମେ ପରିଚୟ ତ ଦିଅ.
ଆନି- ସମୟ ଆସିଲେ କହିଦେବି.
.
ଏମିତି ଅଜାଣତ ରେ ବହୁତ କିଛି କଥା ହେଇଗଲେ .
.
ଆନି ପରେ ପରେ ଜାଣିବାକୁ ପାଇଲା ଜେ ଅମିତ ବହୁତ ଜଣ କୁ ଭଲ ପାଉଛି .ହେଲେ ତାର ସାହସ ହେଉନଥାଏ କହିବା ପାଇଁ .
ଆନି ମନକୁ କଷ୍ଟ ହେଉଥିଲେ ହେଁ ସେ ତାର ଭଲ ପାଇବା କୁ କମ କରି ନଥିଲା.
ଏମିତି କିଛି ଦିନ ଗଲା ପରେ...
ଅମିତ ପୁଣି ଥରେ ଅନିଲ ଙ୍କ ଘର କୁ ଆସିଲା .
ଆନି ର ଅମିତ କୁ ଦେଖି ଲାଜେଇ ଘର ଭିତର କୁ ଚାଲିଗଲା ଓ ସଜ ବାଜ ହେଇ ଲୁଚି ଲୁଚି ଅମିତ କୁ ଦେଖୁ ଥାଏ.ଅମିତ କୁ ଦେଖି ମନକୁ ଯେତିକି ଶାନ୍ତି ମିଳୁଥିଲା ସେତିକି ବି କଷ୍ଟ ହେଉଥିଲା .ଭଲପାଉଥିବା ମଣିଷ କୁ ଏତେ ପାଖରେ ପାଇ କି ବି ତା ସହ କଥା ହେଇପାରୁ ନଥାଏ.
ମନେ ମନେ ଅସୁମାରୀ ସ୍ବପ୍ନ ଓ ଆଶା ବାନ୍ଧି ଦେଇଥିଲା ଆନି ର ମନରେ .
ଇଛା ହେଉଥାଏ ତାଙ୍କ ପାଖକୁ ଯାଇ କହିବାକୁ ତମେ ଯାହା ସହ ଫେସବୁକ ରେ କଥା ହେଉଛ ସେ ମୁଁ ବୋଲି
ହେଲେ ଭାଇ ପାଖରେ ଥାଏ.
ମୁଁ ଝିଅ ଟେ ହେଇ ଆଗେ କଣ କହିବି ଜେ
ସେ ତ ମତେ ଦେଖୁ ହିଁ ନାହାନ୍ତି
ଯେମିତି ସାଧୁ ପିଲା ଟା.
ଅମିତ ର ଯିବା ର ସମୟ ହେଇଯାଏ .ଆନି କୁ ଲାଗୁଥାଏ ଯେମିତି ସେ ସବୁଦିନ ପାଇଁ ଚାଲି ଯାଉଛନ୍ତି.
ସେ ସଙ୍ଗେ ସଙ୍ଗେ ଛାତ ଉପରକୁ ଚାଲିଯାଏ ଅମିତ କୁ ଯିବାର ଦେଖିବା ପାଇଁ .
ଅମିତ ଗଲାବେଳେ କାକେଜାଣି ଆଖି ରୁ ଦୁଇ ଟୋପା ଲୁହ ଝରି ପଡିଲା.
ମନରେ ବହୁତ କିଛି କଥା କୁ ଫେସବୁକ ଖୋଲି ଅମିତ ର ଅନଲାଇନ କୁ ଅପେକ୍ଷା ରେ ବସିଲା.
ସନ୍ଧ୍ୟା ହେଇ ରାତି ହେଇଗଲା ହେଲେ ଅମିତ ଆସିଲା ନାହିଁ.
ପରଦିନ ଯେତେବେଳେ ଅମିତ ଅନଲାଇନ ଆସିଲା .
ଅମିତ- ଆରେ ବାପ ରେ ଏତେ ମେସେଜ .
ଆନି- (କାନ୍ଦିକି) ତମେ କାଲି ଠୁ କୁଆଡେ ଯାଇଥିଲ. ମୁଁ କାଲି ରାତିସାରା ତମକୁ ଅପେକ୍ଷା କରି କରି ରହିଲି.
ଅମିତ- କାଲି ଗୋଟେ ସାଙ୍ଗ ଘରକୁ ଯାଇଥିଲି.
ଆନି- ହଁ ,ମୁଁ ବା କିଏ, ମୋ ପାଇଁ କାହିଁକି ବା ଅପେକ୍ଷା କରିବ.
ଅମିତ- ଆରେ ନାଇଁ ସେ କଥା ନାହିଁ.
ଆଛା ତମର କେବେ ସେ ସମୟ ଆସିବ ଯୋଉଦିନ ତୁମ ପରିଚୟ ମତେ ଦେବ.
ଆନି- ମୁଁ କାଲି କହିଥାନ୍ତି ,ହେଲେ ଆଉ କହିବିନି.
ଅମିତ- କି କଣ ପାଇଁ?
ଆନି- କାଲି ତମେ କଣ ପାଇଁ ଅନଲାଇନ ଆସିଲନି.
ମୁଁ ଆଉ ମୋ ପରିଚୟ ଦେବିନି.
ଅମିତ- ହେ ଭଗବାନ ,ତମକୁ କେମିତି ବୁଝେଇବି.
.
ଏମିତି ତାଙ୍କର କଥା ବାର୍ତ୍ତା ଚାଲି ରହିଲା .
ଆନି ଅମିତ କୁ ବହୁତ ଭଲ ପାଇଯାଇଥିଲା ହେଲେ ସେ କହିପାରୁନଥିଲା.
ଆନି ର ଘର ଲୋକେ ଆନି ଉପରେ ସନ୍ଦେହ କରି ତା ଠାରୁ ଫୋନ ଛଡେଇ ଆଣିଲେ.
ଆନି ନିରୁପାୟ ହୋଇ ଯାଇଥିଲା .ମନରେ ଦୁଃଖ କଷ୍ଟ କୁ ଚାପି ରଖି ଚୁପ ଚାପ ଆଖି ର ଲୁହ ଓଠ କୁ ନେଇ ଅନ୍ଧକାର ରେ ସେହି ସବୁ କଥା ଭାବିବାକୁ ଲାଗିଲା.
କିଛି ଦିନ ପରେ ଅମିତ ପୁଣି ଥରେ ଅନିଲ ଙ୍କ ଘରକୁ ଆସିଲା ହେଲେ ଏଥର ଆନି ମୁହଁ ରେ ସେତେ ଚମକ ନାହିଁ ତା ହୃଦୟ ଏତେ ଉଲ୍ଲାସ ନାହିଁ.
ଅମିତ କୁ ଦେଖି ଗୋଟେ ଘର ର କଣରେ ବସି କାନ୍ଦିବାକୁ ଲାଗିଲା.
ଆଉ ଭାବିବାକୁ ଲାଗିଲା .ସେ କେମିତି ମୋ ସହ କଥା ନହେଇ ରହି ପାରୁଛନ୍ତି.ସେ କଣ ଜାଣିପାରୁନାହାନ୍ତି ମୁଁ ତାଙ୍କୁ ଏତେ ଭଲ ପାଉଛି ବୋଲି ,ତାଙ୍କୁ ପାଇବା ପାଇଁ ପାଗିଳି ହେଇଯାଉଛି ବୋଲି .
କଣ ସେ ମତେ ମନେ ମନେ ଖୋଜୁନାହନ୍ତି.
.
.
ଆନି ଯେବେ ବି ଅମିତ କୁ ଦେଖୁଛି ଆଖି ରୁ ଢଳ ଢଳ ଲୁହ ଝରି ପଡୁଛି
ପାଖରେ ପାଇ କି ବି କହିପାରୁନି
ମୁଁ ସେଇ ଝିଅ ବୋଲି ଯିଏ ତମ ସହ କଥା ନହେଇ ରହି ପାରୁନଥିଲା.
ଯେତେବେଳେ ପାଟି କଥା କହିବା ବନ୍ଦ କରିଦିଏ ସେତେବେଳେ ଆଖି ରେ ଲୁହ ଆସିଯାଏ.
.
.
ଆଜି ପର୍ଯ୍ୟନ୍ତ ବି ଅମିତ ଜାଣିପାରି ନାହିଁ ଅନିଲ ର ଭଉଣୀ ମୋ ପ୍ରେମିକ ବୋଲି .
.
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ.
ସେୟାର କରିବାକୁ ଭୁଲିବେନି.
Msg for u - ମୁଁ ବହୁତ ଥର ଆଗରୁ କହିସାରିଛି
"ସମାଜ କୁ ଡ଼ରୁଛ ଯଦି ପ୍ରେମ କର ନାହିଁ........ପ୍ରେମ କରୁଛ ଯଦି  ସମାଜ କୁ ଡର ନାହିଁ".

Tags Used:

ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki

No comments:

Post a Comment