SERVICES

Latest Story

Saturday 18 April 2020

HRUDAYA RA SPANDANA TU【ହୃଦୟ ର ସ୍ପନ୍ଦନ ତୁ】


ହୃଦୟ ର ସ୍ପନ୍ଦନ ତୁ

************
ପ୍ରୀତି ଆଉ ଦିପୁ ଦୁଇ ଜଣ ବହୁତ ଭଲ ସାଙ୍ଗ ଥିଲେ ଆଉ ସେମାନଙ୍କ ଘର ବି ଗୋଟେ ଗାଁ ରେ ଥିଲା .
ଯେତେବେଳେ ସେମାନେ ଷଷ୍ଠ ଶ୍ରେଣୀ ରେ ପଢୁଥିଲେ .
ଦିପୁ ର ନୂଆ ସାଇକେଲ ତା ବାପା ଦେଇଥାନ୍ତି .ଦିପୁ ର ମନ ବହୁତ ଖୁସି ଥାଏ .
ସେଦିନ ସେ ସକାଳୁ ସକାଳୁ ସ୍କୁଲ କୁ ବାହାରିପଡିଲା ପ୍ରୀତି କୁ ସାଙ୍ଗରେ ନେବା ପାଇଁ.
ହେଲେ ପ୍ରୀତି ଘର କୁ ଯାଇ ଦେଖେ ତ ପ୍ରୀତି ର ଗୋଡ ରେ ଆଘାତ ହେଇଛି ସେ ସ୍କୁଲ ଯାଇପାରିବନି ବୋଲି ମନା କରିଦେଲା .
ଦିପୁ- ହେଇ ଦେଖ ଏ ବିଲେଇ କୁ ସାମାନ୍ୟ ଖଣ୍ଡିଆ ହେଇଛି କେତେୁ ଅଧିକ ଫୁଲେଇ ହେଉଛୁ .
ଶୁଣ ମୁ ନୂଆ ସାଇକେଲ ଆଣିଛି ତତେ ବସେଇକି ନେଇଯିବି .
ତ ଶୀଘ୍ର ବାହାରିପଡ.
ପ୍ରୀତି- ତୁ ମତେ ବିଲେଇ କଣ ପାଇଁ ଡ଼ାକୁଛୁ .ନିଜେ ତ ଗୋଟେ ଭାଲୁ ମତେ କହୁଛି.
ଦିପୁ- ତୁ ଯାହା ଦେଖାଯାଉଛୁ ନା.
ପ୍ରୀତି- ହଁ ନା . ମିଛୁଆ .
ଦିପୁ - ତୁ ବେଶୀ ବକର ବକର ନହେଇ .ଶୀଘ୍ର ଆସେ
ପ୍ରୀତି - ମୁ ବସି ପାରୁନି ତୋ ସାଇକେଲ ରେ .
ଦିପୁ- ରହ ମୁ ବସେଇ ଦେଉଛି .
କେତେ ଖାଉଛୁ କି ଲୋ
ଏତେ ମୋଟୀ ହେଇଗଲୁଣି .
ପ୍ରୀତି - କୁକୁର ଏମିତି ଆଉ ଥରେ କହିଲେ ତୋ ସହ କଥା ହେବିନି .
ଦିପୁ- ଆଲୋ ମଜାକ କରୁଥିଲି.
ଆଛା ତୋ ଗୋଡ କେମିତି ଖଣ୍ଡିଆ ହେଲା .
ପ୍ରୀତି- ମୁ ନା କାଲି ସାଇକେଲ ଶିଖୁ ଶିଖୁ ପଡ଼ିଗଲି .
ଦିପୁ- କିଛି ଔଷଧ ଲଗେଇଛୁନା?
ଆଉ ଏବେ କଷ୍ଟ ହେଉଛି କି?
ପ୍ରୀତି- ନା.
ଦିପୁ - ତୁ ଗୋଟେ ବଡ ପାଗିଳି.ତୋର ସାଇକେଲ ଶିଖିବା କଣ ଦରକାର.
ମୁଁ ଅଛି ନା.
ପ୍ରୀତି- ବାପା କାଲି ମୋ ପାଇଁ ସାଇକେଲ ଆଣିଥାନ୍ତେ ତ ସେଥିପାଇଁ.
ଦିପୁ- ତୁ ବିଲେଇ ମତେ କହିଲୁନି ମୁ ତତେ ଶିଖେଇ ଦେଇ ଥାନ୍ତି .ଏବେ କେତେ କଷ୍ଟ ପାଉଛୁ .
ପ୍ରୀତି - ଜାଣିଛୁ ମୋର ଇଛା ଥିଲା ସ୍କୁଲ ଯିବାକୁ ଯାହା ହେଉ ତୁ ଆସିଗଲୁ .
ଦିପୁ - ହୋଉ ତୁ ସେମିତି ବସିଥା ମୁଁ ଓହ୍ଲାଇ ସରେ .
ଦିପୁ ସାଇକେଲ ର ଷ୍ଟାଣ୍ଡ ମାରି
ତାର ଦୁଇ ହାତରେ ସେ ପ୍ରୀତି କୁ ଓହ୍ଲାଇଦେଲା .
ଗଲା ବେଳେ ବି ସେମିତି ଦୁଇ ଜଣ ଗଲେ .
ଏହି ସବୁ ସମୟ ଭିତରେ ଦୁଇ ଜଣ ଙ୍କୁ ଭଲପାଇବା ହେଇଗଲା.
ଏମିତି ତାଙ୍କର ସମ୍ପର୍କ ବଢିଚାଲିଲା .
ଏବେ କଲେଜ ରେ ପଢିବା ସମୟ ଆସିଲା .
ହେଲେ ଦୁଇ ଜଣ ଙ୍କର ଗୋଟେ କଲେଜ ହେଇପାରିଲାନାହିଁ .
ଦିପୁ ପଢିବାକୁ ସହର ରେ ତା ବାପା ଠିକ କରିସାରିଥିଲେ .ହେଲେ ପ୍ରୀତି ସେହି ଗାଁ କଲେଜ ରେ ପଢିଲା.ଦିପୁ- ମୁ ସହର ଯାଉଛି ସେଠି ପଢ଼ିବି .ତୁ ଏଇ ଗାଁ କଲେଜ ରେ ପଢୁଥା ବିଲେଇ.
ପ୍ରୀତି- ତୁ ଯାଉନୁ .ମୁ ସତୀକା ତତେ ଝୁରିଵି ନା କଣ.
ଦିପୁ- ମିଛ କହନିିଲେଇ.ତୁ ମତେ ଭଲପାଉ.
ପ୍ରୀତି - ତୁ ଭାଲୁ .ଭାଲୁ ମାନଙ୍କୁ କଣ କିଏ ଭଲପାଏ.
ଦିପୁ- ବିଲେଇ କୁ କଣ କିଏ ଭଲପାଏ .
ପ୍ରୀତି- ତୁ ଜାଣିନୁ କି ବିଲେଇ କି ଘରେ ପୋଷା ରଖନ୍ତି .
ଦିପୁ- ଆଛା ହୋଉ ମୁଁ ଭାଲୁ ତୁ ରାଣୀ .ଏବେ ଟିକେ ଯିବା ସମୟରେ ହସିଦେ.
ପ୍ରୀତି(ଆଖି ରେ ଲୁହ ଆସିଗଲା)- ତୁ ସତରେ ମତେ ଛାଡି ପଳେଇବୁନା.
ଦିପୁ - (ପ୍ରୀତି କୁ ଛାତିରେ ଲଗେଇ) ଏ ପାଗିଳି କାନ୍ଦୁଛୁ କଣ ପାଇଁ .ମୁ ସହର ଛାଡ଼ୁଛି ତତେ ନୁହଁ .
ପାଗିଳି ଟା
ଶୁଣ ମୁ ସହର କୁ ଯାଇ ପଢି ଏକାଥରେ ଚାକିରୀ କରି ଆସିବି .
ଆମେ ଦୁଇ ଜଣ ମିଶି ସବୁଆଡେ ବୁଲିବା ତୁ ଯୋଉଠି ଥକି ପଡ଼ିବୁ ମୁ ମୋ ବହୁ ରେ ତତେ ଉଠେଇ ଆଗକୁ ନେବି .
ହେଲେ ତୁ ଟିକେ ମୋଟା କମ କରିଥିବୁ .
ଏବେ ତ ଟିକେ ହସିଦେ .
ପ୍ରୀତି ହସିପାରୁନଥିଲା ଯେମିତି ତା ଜୀବନ ତା ଠୁ ଅଲଗା ହେଇଯାଉଛି .
ଦିପୁ - ପାଗିଳି ତୁ ମତେ ଭଲପାଉଛୁ ନା ?
ପ୍ରୀତି- ନାଁ .ମୁଁ କଣ ପାଇଁ ତତେ ଭଲପାଇବି .
ଦିପୁ- ହା ହା ହା .ହୋଉ ମତେ ପଛରେ ଦୋଷ ଦେବୁନି.
ଏମିତି କହି ଦିପୁ ସହର କୁ ଚାଲିଗଲା.
6 ବର୍ଷ ପରେ......
ଦିପୁ ଗାଁ କୁ ଫେରିଲା
ପ୍ରୀତି ଏହି ଦିନ କୁ ଅପେକ୍ଷା କରି ରହିଥିଲା .
ଦିପୁ ଯେତେବେଳେ ପ୍ରୀତି କୁ ଦେଖିଲା
ଦିପୁ ଫୋନ ରେ କାହାକୁ କହୁଥିଲା
" ହଁ ମୁ ଭଲରେ ପହଁଞ୍ଚିଲି.ହେଲେତୁମକୁ ବହୁତ ମାନେ ପକାଉଛି .ତମେ ବେସ୍ତ ହୁଅନି ଜାନୁ ମୁ ବାପା ଙ୍କୁ ତମ ବିଷୟରେ କହିବି.ତମେ ତମ ଘରେ ରାଜି କରାଅ ଦୁଇ ମାସ ପରେ ବିବାହ କରିନେବା .ହଁ ଶୁଣ ନିଜର ଯତ୍ନ ନେବା ରହୁଛି .
ଦିପୁ ଆଉ କାହା ସହ କଥା ହେବାର ଶୁଣି ପ୍ରୀତି କୁ ବହୁତ କଷ୍ଟ ହେଲା.
ଦିପୁ ପ୍ରୀତି ପାଖକୁ ଆସିଲା.
ଦିପୁ- ତୁ ପ୍ରୀତି ନା .
ସାଇକେଲ ଶିଖିଗଲୁଣି .
ମତେ ଟିକେ ଗାଁ ପାଖରେ ଛାଡିଦେବୁ .
ପ୍ରୀତି- (ଆଖିରେଲୁହ ରଖି)କାଇଁ ଯାହା ସହ ଫୋନ ରେ କଥା ହେଉଥିଲା ଯାଉନ ତାକୁ କହିବ.ମନ ଦୁଃଖ ରେ ପଳେଇଲା
ଦିପୁ- ବାପ ରେ କେତେ ରାଗ.
ପ୍ରୀତି କିଛି ବାଟ ଆଗକୁ ଗଲା ପରେ ପଡିଗଲା .ଆଉତାର ଗୋଡ ଖଣ୍ଡିଆ ହେଇଗଲା.
ଦିପୁ ନିଜ ବ୍ୟାଗ କୁ ଫୋପାଡ଼ି ବହୁତ ଜୋର ସେ ଦୌଡ଼ି ଆସି ପ୍ରୀତି କୁ ଉଠେଇଲା.
ପ୍ରୀତି- (କାନ୍ଦିକି)ଏବେ ତ ଆଉ କହିବନି ନା ସାଇକେଲ ଶିଖିବା କଣ ଦରକାର. ହଁ କଣ ପାଇଁ ବା କହିବା
ମୁଁ କିଏ କି
ତମେ ତ ଆଉ କାହାକୁ ଭଲପାଉଛ.
ଦିପୁ ତାକୁ ନିଜ ବାହୁ ରେ ଉଠେଇ ଆଗକୁ ଚାଲିବାକୁ ଲାଗିଲା
ପ୍ରୀତି- ଛାଡ ମତେ ଛାଡ.
ଦିପୁ- ମୁ କଣ କରିବି ତୁ ମତେ ଯିବାବେଳକହିଥିଲୁ କି ମତେ ଭଲପାଉଥିଲୁ ବୋଲି.
ତୁ ତ ମନା କରିଦେଲୁ.
ପ୍ରୀତି- ତମେ ଛାଡ ମତେ .ଓଲ୍ହାଓ ମତେ.
ଦିପୁ ଓହ୍ଲେଇ ଦେଲା
ପ୍ରୀତି-(ନମ୍ର ଭାବେକହିଲା)ମୋ ମନ ର ଭାଷା କଣ ତମେ ବୁଝି ନଥିଲା.
(ନିଜ ଲୁହ କୁ ଅଟକେଇପାରିଲାନି)
ତମେ କଣ ଜାଣିନଥିଲା ମୁଁ ମୋ ନିଜ ଜୀବନ ଠୁ ବି ବେଶୀ ଭଲପାଏ ତୁମକୁ.ସବୁ ଭୁଲିଯାଇଛନା.
ଦିପୁ- (ପ୍ରୀତିକୁଛାତି ରେ ଲଗେଇ) କାଂଦିନୀ ମୋ ବିଲେଇ ଟା ପା ତୁ .
ପ୍ରୀତି- ଯାଉନା ତାକୁ ଗେଲ କରିବା ଯାହା ସହ ଫୋନ କରୁଥିଲା ଯାହାକୁ ବିବାହ କରିବା .
ଦିପୁ- (ଜୋରସେ ହସିବାକୁ ଲାଗିଲା)
ପ୍ରୀତି - ହସୁଛ କଣ ଜେ .
ଦିପୁ -ତାକୁ ନିଜ ବାହୁ ରେ ଉଠେଇ ଆଗକୁ ଚାଲିବାକୁ ଲାଗିଲା .
ପ୍ରୀତି- ପ୍ଲିଜ଼ ମତେ ଛାଡ ମତେ ଏ ସବୁ ପସନ୍ଦ ନୁହଁ.ମୋ ଗୋଡ ଠିକ ଅଛି.ଛାଡ ନହେଲେ ଚିଲେଇବି.
ଦିପୁ- ହା ହା ହା .ମୁଁ ମୋ ସ୍ବପ୍ନ ପୂରଣ କରୁଛି.
ପ୍ରୀତି -ମାନେ
ଦିପୁ- ଆଲୋ ପାଗିଳି ମୁ ତୋ ସହ ମଜାକ କରୁଥିଲି .
ମୋ ଜୀବନ କୁ ଛାଡି ମୁ କଣ ଆଉ କାହାର ହେଇପାରିବି .
ପ୍ରୀତି- ( ମନ ରେ ଅସୁମାରୀ ଖୁସି)
ତମେ ସତରେ ମାଜ଼ାକ କରୁଥିଲା .
ଦିପୁ- ମୁ ମୋ ସ୍ବପ୍ନ କୁ ପୂରଣ କରୁଥିଲି. ମୋର ସବୁ ମନେ ଅଛି .
ପ୍ରୀତି- ତମେ ମତେ ଏବେ ବି ଏତେ ଭଲପାଉଛ.
ଦିପୁ- ମୁ ତତେ ବିବାହ କରିବାକୁ ଆସିଛି .
I love you ବିଲେଇ.
ପ୍ରୀତି- i love you ଧନ.
ହୋଉ ମତେ ଉଠେଇକି ନିଅ .ମୋ ଗୋଡ ବହୁତ କଷ୍ଟ ହେଉଛି .
ଦିପୁ - ହା ହା ହା .ପାଗିଳି ଟା .ଏବେ କହୁଥିଲୁ ପରା ଗୋଡ ଠିକ ଅଛି.
ମୁ ଆସିଗଲିଣି ଏବେ ତତେ ଟିକେ ବି କଷ୍ଟ ଲାଗିବାକୁ ଦେବିନି.
The end
Msg for you- ହୃଦୟ ରେ ତାକୁ ହିଁ ରଖ ଯିଏ ତୁମକୁ ତା ନିଜ ଠୁ ଅଧିକ ଭଲପାଉଥିବା .
ଗଳ୍ପ ଟି ଭଲ ଲାଗିଥିଲେ ସେୟାର କରିବେ .


Tags Used :
ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki

No comments:

Post a Comment