SERVICES

Latest Story

Showing posts with label odia gapa. Show all posts
Showing posts with label odia gapa. Show all posts

Saturday, 9 May 2020

May 09, 2020

PREMAPATRA PART-3[ପ୍ରେମପତ୍ର]



ପ୍ରେମପତ୍ର
PART-3
************
ସେଦିନ ଅନ୍ନି ତା ଜିଦି କୁ ରଖିବା ପାଇଁ କିଛି ବି ଖାଈନଥିଲା .
ସକାଳୁ ସକାଳୁ ତାକୁ ପୁଣି ଥରେ ତାଙ୍କ ଘର ଲୋକ ବୁଝେଇବାକୁ ଚେଷ୍ଟା କଲେ ହେଲେ ସେ ବୁଝିବାକୁ ନାରାଜ .
ଶେଷରେ ଘର ଲୋକ ବି ରାଜି ହେଇଗଲେ .
ଏହି ଖୁସି ଖବର ମନୋଜ କୁ ଜଣେଇଲା  .
କିଛି ଦିନ ପରେ 
ମନୋଜ ର ସାଙ୍ଗ ର ଜନ୍ମଦିନ ଥିଲା.
ସେ ଟିକେ drinks କରିଥିଲା .
ସେହି ସମୟ ରେ ଅନ୍ନି ମନୋଜ ପାଖକୁ କଲ କରିଛି .
କିଛି ସମୟ କଥା ହେଲା ପରେ ଅନ୍ନି ଜାଣିପାରିଲା ଜେ ମନୋଜ drinks କରିଛି .
ଅନ୍ନି- ମୁ ତୁମକୁ ରାଣ ପକେଇଥିଲି  ସେ ସବୁ ଅଭ୍ୟାସ  କରିବନି ବୋଲି
ତମେ ମୋ ରାଣ ର କିଛି ବି ମାନେ ରଖିଲାଣି .
ମନୋଜ- ଫୋନ ରଖ .କାଲି କଥା ହେବି.
ସକାଳ ହେଲା ..
ମନୋଜ ବହୁତ ଥର ଅନ୍ନି କୁ ଫୋନ କରେ ହେଲେ ଅନ୍ନି ଫୋନ ରିସିଭ କରେନି .
ସନ୍ଧ୍ୟା ରେ ପୁଣି ଥରେ ମନୋଜ କଲ କଲା .
ଅନ୍ନି(ଚୁପ ରହିଲା)
ମନୋଜ- ସରି ,କାଲି ସାଙ୍ଗ ର ଜନ୍ମଦିନ ଥିଲା .ଆଉ କରିବିନି .
ଏଇ ଥର ଛାଡିଦିଅ.
ଅନ୍ନି- ମୁ ରାଣ କୁ କେତେ ଭରସା କରେ ତମେ ଜାଣି କି ବି .
ମନୋଜ- ସରି ସରି .ଏଇଟା last.
ଅନ୍ନି-(ଚୁପ ରହିଲା)
ମନୋଜ- ଏମିତି କଣ ଗୋଟେ ଚୁପ ରହୁଛ .ଏଥର ତମ ପାଇଁ କଣ ନେଇକି ଯିବି.
ଅନ୍ନି- ଚୋପା ଟେ ଆଣିବ.
ମନୋଜ- ହା ହା ହା.କହିଦେ ମୋ ଫୁଲେଇ ରାଣୀ.
ଅନ୍ନି- କିଛି ଦରକାର ନାହିଁ.
ମନୋଜ-  ବାପ ରେ ଏତେ ରାଗ.
ଅନ୍ନି- ଆଉ ଥରେ drinks କରିଥିଲେ .ମତେ ଭୁଲିଯିବ.
ମନୋଜ- ଙ୍କ  ବାବା ଆଉ କରିବିନି.ଏଥର ତ ଟିକେ ହସିଦିଅ.
ଏମିତି ତାଙ୍କର ଝଗଡା ହୁଏ ପୁଣି ମେଣ୍ଟି  ଯାଏ .
ସମୟ ଗଡ଼ିବା ସହିତ ଝଗଡା ବି ଅଧିକ ହେବାକୁ ଲାଗିଲା.
ମନୋଜ ବି ତାଙ୍କ ଘରେ ଅନ୍ନି ବିଷୟରେ ସବୁ କହିଲା .ଉଭୟ ଙ୍କ ଘରେ ବି ରାଜି ଥିଲେ.
.
.
ପୁଅ ବି ରାଜି ଝିଅ ବି ରାଜି ,ପରିବାର ବି ରାଜି 
ହେଲେ ସମୟ ଖେଳ ଖେଳିଦେଲା  .
.
ଦିନେ ରାତି 12 ରେ ମନୋଜ ଅନ୍ନି ପାଖକୁ କଲ କରେ ହେଲେ ଅନ୍ନି ର ଫୋନ waiting  ￰ଦେଖାଏ.
ସଂଗେ ସଂଗେ ପୁଣି ଅନ୍ନି କଲ କରେ.
ମନୋଜ- କାହା ସହ busy ଥିଲ.
ଅନ୍ନି- ଭାଉଜ ଙ୍କ ଭାଇ ଫୋନ କରିଥିଲେ .
ମନୋଜ- କଣ ଏଇ ରାତି 12 ରେ.
ଅନ୍ନି- ଆରେ ମୁ କଥା ହେଉନଥିଲି .ଭାଉଜ କଥା ହେଉଥିଲେ .
ମନୋଜ- ଭାଉଜ ଙ୍କୁ ଦେଲ.
ଅନ୍ନି- ଶୋଇବାକୁ ଗଲେଣି .କାଲି ସକାଳେ କଥା ହେବ.
ମନୋଜ ରାଗିକି ଫୋନ କାଟିଦିଏ .
ଦୁଇ ଦିନ କଲ କରେନି .
ଅନ୍ନି ଦୁଇ ଦିନ ପରେ କଲ କରେ .
ମନୋଜ- ଏବେ ମାନେ ପଡିଲା ମୋ କଥା .
ଅନ୍ନି-ମୁ ରାଗିଥିଲି  . ତମର ମୋ ଉପରେ ଟିକେ ବି ଭରସା ନାହିଁ କି ବିଶ୍ୱାସ.
ମନୋଜ- ଭଲ କହୁଛୁ .ହୋଉ ଛାଡ଼ ସେ କଥା .
ପୁଣି ଥରେ ଏମିତି ଝଗଡା ମେଣ୍ଟି ଯାଏ.
ହେଲେ ମନୋଜ ମନରେ ସନ୍ଦେହ ରହିଥାଏ ସେ ଫେସବୁକ ରେ ଟିକେ ସମୟ ବିତାଏ.
ସେ ଅନ୍ନି ର ଫେସବୁକ ଖୋଲିବାକୁ try କଲା ହେଲେ password wrong ଦେଖେଇଲା.
ମନୋଜ ସଂଗେ ସଂଗେ ଅନ୍ନି କୁ ଫୋନ କଲା .
ମନୋଜ-  password କଣ ପାଇଁ ବଦଳେଇଛ .
ଅନ୍ନି- ତା ମାନେ ତମେ ଏବେ ବି ସନ୍ଦେହ କରୁଛ .ଛି ତମକୁ ଭଲପାଇ ମୁ ବହୁତ ବଡ ଭୁଲ କଲି .
ମନୋଜ- ଚୁପ .ମତେ କହିଲନି କି password  ￰ବଦଳେଇଲ ବୋଲି.
ଅନ୍ନି- କଣ ମୋର କିଛି ବି personal ରଖିବା ର ଅଧିକାର ନାହିଁ .
ମନୋଜ- personal କଣ ତୁମେ ଆଉ ମୁ କଣ ଅଲଗା କି .ଏମିତି କଣ ପାଇଁ କରୁଛ .
ପୁଣି ତାଙ୍କ ଭିତରେ ଝଗଡା ହୁଏ ପୁଣି ମେଣ୍ଟି ଯାଏ .
ଏମିତି ଧୀରେ ଧୀରେ ତାଙ୍କ ସମ୍ପର୍କ ର ରଙ୍ଗ ଉଡ଼ିଗଲା .
କିଛି ଦିନ ପରେ ମନୋଜ ପୁଣି ଫୋନ କରେ ଅନ୍ନି ର waiting .
ପୁଣି ସେମିତି ଝଗଡା ହୁଏ .
ମନୋଜ ବାଧ୍ୟ ହୁଏ ଡ୍ରିଂକ୍ସ  କରିବାକୁ 
ସେହି ସମୟ ରେ ଅନ୍ନି ପୁଣି ଥରେ କଲ କରେ
ହେଲେ ମନୋଜ ହୋସ ରେ ନଥାଏ .
ତା ସାଙ୍ଗ ଫୋନ ରିସିଭ  କରି ସତ କଥା କହିଦିଏ କି ସେ ଆଜି ଡ୍ରିଂକ୍ସ  କରି ସୋଇଛି .
ସକାଳ ରେ ମନୋଜ ତା ସାଙ୍ଗ ଉପରେ ରାଗେ .
କଣ ହେବ ସେ ଏବେ ସେଇ ରାଣ ନିୟମ କଥା କହିବ ସେଥିପାଇଁ ସେ ଅନ୍ନି ପାଖକୁ କଲ କରେନି .
ଦୁଇ ଦିନ ପରେ ମନୋଜ କଥା ନହେଇ ରହିପାରେନି ସେ ଅନ୍ନି ପାଖକୁ କଲ କରେ .
ପୁଣି ଝଗଡା ହୁଏ .
ପରସ୍ପର ଙ୍କ ଭିତରେ ଭୁଲ ଖୋଜି କୁହନ୍ତି .
ମନୋଜ- ତୋ ପାଇଁ ମୁ drinks କରିଥିଲି .ମୁ ଯୋଉଟା ନ ଚାହୁଁଛି ତୁ ସେଇଟା କରୁଛୁ କଣ ପାଇଁ.
ଅନ୍ନି- କଣ ତମେ ଚାହୁଁଛ.
ମନୋଜ- ମୁ ଚାହୁଁଛି ତୁ ଆଉ କୋଉ ପୁଅ ସହ କଥା ନହେବା  ପାଇଁ .ମତେ ବହୁତ କଷ୍ଟ ହେଉଛି .
ତୁମେ ମୋ କଥା ରଖୁନ.
ଅନ୍ନି- ଫୋନ waiting ମାନେ ତ ନୁହଁ କୋଉ ପୁଅ ସହ କଥା ହେଉଛି .ତୁମର ଭାବନା ସେମିତି ସେଥିପାଇଁ ମତେ ସେମିତି ଭାବୁଛ .
ମନୋଜ- ଫେସବୁକ password କଣ ପାଇଁ ବଦଳେଇଲୁ .
ଅନ୍ନି-  ମୁ ତ ଆଉ ଫେସବୁକ ଯାଉନି.
ହୋଉ ତମେ କହୁଛ ଯଦି ମୁ ଆଉ ମୋ ସାଙ୍ଗ ମାନଙ୍କ ସହ କଥା ହେବିନି.
ଏବେ ଖୁସି .
ପୁଣି ଝଗଡା ମେଣ୍ଟି ଯାଏ .
ପୁଣି ସେମାନେ ଭଲ ରେ କଥା ବାର୍ତା ହୁଅନ୍ତି .
କିଛି ଦିନ ପରେ
ମନୋଜ ଫେସବୁକ ରେ ଥିଲାବେଳେ  
ହଟାତ ନଜର ପଡିଗଲା 
ଅନ୍ନି ର ଅନ୍ୟ ଗୋଟେ ଫେସବୁକ ID.
ସେଥିରେ ବି ଅନ୍ନି ଆସେ .
ମନୋଜ ଭାବିଥିଲା ଜେ ତାର ଫେସବୁକ ର password ମୋ ପାଖରେ ହେଲେ ସେ ଆଉ ଗୋଟେ id  ￰ଖୋଲିଦେବ ବୋଲି ଭାବିନଥିଲା.
ପୁଣି ଭାବିଲା ନା ତାକୁ ଆଉ କହିବନି ପୁଣି ଝଗଡା ହେବ ପୁଣି .ଆଉ ମନୋଜ ତାକୁ ହରେଇବାକୁ  କେବେ ଚାହୁଁନଥିଲା.
ସେ ସେମିତି ଚୁପ ରହିଲା .
ଏମିତି ତାଙ୍କର କଥା ଚାଲିଥାଏ .
ଦିନେ ରାତିରେ ଅନ୍ନି ମନୋଜ କୁ କଲ କରିଛି .
ମନୋଜ ର ସେତେବେଳେ କାହା ସହ ଝଗଡା ହେଇଥାଏ ସେ କଥା କହିବା ପରିସ୍ଥିତି ନଥାଏ.
ମନୋଜ- କାଲି ସକାଳେ ଫୋନ କରିବ .ମୁ ବେସ୍ତ ଅଛି.
ଅନ୍ନି- କଣ ହେଇଛି.
ମନୋଜ କଲ କାଟିଦିଏ .
ଅନ୍ନି ପୁଣି କଲ କରେ 
ମନୋଜ ପୁଣି ସେମିତି କୁହେ .
ଏତେ ନବୁଝିବା  ପରେ ମନୋଚିଡି କି କଣ ତାକୁ କହିଦିଏ ଆଉ ଅନ୍ନି କା୍ଦି ପକାଏ  .
ତା ପରେ ପୁଣି ଥରେ ଅନ୍ନି କଲ କରି କୁହେ କି-  ମୁଁ ଅନ୍ୟ ଗୋଟେ ପିଲା କୁ ଭଲ ପାଉଛି .ତମେ ଆଉ ମୋ ପାଖକୁ କଲ କରିବନି.
ଫୋନ କାଟିଦିଏ .
ସକାଳୁ ମନୋଜ ଫୋନ କରେ.
ମନୋଜ- ସେ ପିଲା କିଏ .
ଅନ୍ନି- କୋଉ ପିଲା .ମୁ ରାଗରେ ତୁମକୁ କହିଦେଲି .ସେମିତି କିଛି ନୁହଁ.
ମନୋଜ ପୁଣି ସେଇ ସନ୍ଦେହ ରେ ଅନ୍ନି କୁ କିଛି କହିଦିଏ .
ଅନ୍ନି ସେହି ଦିନ ଠାରୁ ମନୋଜ କୁ ଆଉ କଲ କରିନି .
ଏପଟେ ମନୋଜ ତା ସହ କଥା ହେବ ପାଇଁ ତା ମନ ବହୁତ ବ୍ୟାକୁଳ ହେଉଛି .
ଆଉ ଯେତେ ଥର କଲ କରୁଛି ସେ ଫୋନ କାଟି ସୁଇଜ  ଅଫ  କରିଦେଉଛି .
.
.
ମନୋଜ- ମୁ କଣ ଏମିତି କଣ ତାକୁ କଷ୍ଟ କରି କହିଦେଲି ଜେ ସେ ପାଗିଳି  ଏ ପର୍ଯ୍ୟନ୍ତ ବି କଲ କରୁନି.
WR- ତାଙ୍କ ଘରକୁ ଯାଉନୁ .ଦେଖା କରି ସମସ୍ୟା ର ସମାଧାନ କରି ଆସିବୁ .
ମନୋଜ- ଏଠୁ ତାଙ୍କ ଘର ବହୁତ ଦୂର .ଆଉ ମୁ ଗଲେ ସେ ଏତେ ଜିଦି ମତେ ଦେଖା ାନ୍ଦିକି)ଭାଇ ସେ ସତରେ ଆଉ କାହାକୁ ଭଲପାଉଛି .
ନହେଲେ ଗୋଟେ ମାସ ପର୍ଯ୍ୟନ୍ତ ସେ କଥା ବାର୍ତା ବନ୍ଦ କରି ନଥିଲା .
ନହେଲେ ସେ ମୋ ଭଳି ବ୍ୟାକୁଳ ହେଇଥାନ୍ତା କଥା ହେବ ପାଇଁ.
ମୁ କିଛି ଜାଣିପାରୁନି କଣ କରିବି.
WR- ଫୋନ ରିସିଭ କରୁନି ତ ତେବେ ଚିଠି ଲେଖ.
                ପ୍ରେମପତ୍ର
ମନୋଜ ସେ ଚିଠି ଲେଖିବା ଆରମ୍ଭ କରୁ କରୁ ତା ଆଖି ଲୁହ ରେ ସେ ଚିଠି ଓଦା ହେଇଗଲା .
ସେ ଏବେ ବି ଅନ୍ନି ବହୁତ ଭଲପାଏ .
.
ଅନ୍ନି ପାଇଁ ମନୋଜ ର msg- ଅନ୍ନି ତୁମେ ଯଦି ଏଇ story ପଢୁଛ ପ୍ଲିଜ଼ ପ୍ଲିଜ଼ ତମକୁ ତୁମକୁ ମୋ ରାଣ ଶେଷ ଥର ପାଇଁ ଫୋନ ରିସିଭ କରିଦିଅ ପ୍ଲିଜ଼ .ମୁ ତୁମକୁ ଛାଡି ବଂଚିପାରିବିନି.
ତମେ ଯଦି ଭାବୁଛ ମୋ ପାଖରେ ଖୁସି ରେ ରହିପାରିବନି .ତେବେ ତୁମ ଖୁସି ମୋ ଚିନ୍ତା କରିବ ନାହିଁ .ତୁମେ ଖୁସି ରେ ରୁହ .ହେଲେ ମୋ ଭଳି ପ୍ରେମୀ  ତ ବହୁତ ମିଳିଯିବେ  ହେଲେ  ମୋ ଭଳି ପାଗଳ ପ୍ରେମୀ ତୁମକୁ ମିଳିବେନି  ଯିଏ କି କେବଳ ତମ ପାଇଁ ପାଗଳ ଥିଲା.
Continue...
Next  part ଭବିଷ୍ୟତ କହିବ କେବେ ଆସିବ.
Msg for you- ପ୍ରେମ ରେ ସନ୍ଦେହ କରିବା ମାନେ ଝଗଡା ର ଆରମ୍ଭ.
ଫେସବୁକ ପାସ୍ ୱାର୍ଡ ଦରକାର ଯିଏ ଠକିବାର  ଥିବା ସେ ଅନ୍ୟ କିଛି ଉପାୟ ବାହାର କରି ନୂଆ Id ￰ଖୋଲିପାରିବ.
ସନ୍ଦେହ କୁ  ମାରିବାର ଏକ ମାତ୍ର ଉପାୟ ସେ ହେଉଛି ଆଖି ବୁଜି ବିଶ୍ୱାସ କରିବା .
କାହା ଉପରେ ସନ୍ଦେହ କରିବା କିଛି ଦରକାର ନାହିଁ 
ସେ ଯଦି ସତରେ ଭଲପାଉଥିବା ସେ କେବେ ବି ତୁମକୁ ଠକିବନି.
ଯଦି ସେ ଠକି ବାର ଥିବା ତୁମେ ସନ୍ଦେହ କରି କି ବି ତାକୁ ରୋକି ପାରିବନି .
"ତୁମେ ତୁମ Bf/gf କୁ ଏତେ ବିଶ୍ୱାସ କର ଜେ 
ସେ ବିଶ୍ୱାସଘାତକତା  କରିବା ପାଇଁ 1000 ଥର ଭାବିବ"

ଗଳ୍ପ ଟି ଭଲ ଲାଗିଥିଲେ ସେୟାର କରିବାକୁ ଭୁଲିବେନି  .
ଅଧିକ ଗଳ୍ପ ପଢିବା ପାଇଁ ୱେବସାଇଟ କୁ ସେୟାର କରନ୍ତୁ.

Tags Used:

ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki

Saturday, 18 April 2020

April 18, 2020

BALIKABADHU【ବାଳିକାବଧୂ】 PART-1


ବାଳିକାବଧୂ

*************
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ
କିଛି ବର୍ଷ ତଳର କଥା.ସମୀର ଓ ରୁପା ଗୋଟେ ସ୍କୁଲ ରେ ପଢୁଥିଲେ .
ସମୀର ର ପାଠ ପଢ଼ାରେ ଏତେ ମନ ଲାଗେନି ହେଲେ ପ୍ରତିଦିନ ସ୍କୁଲ କୁ ଯାଏ କେବଳ ରୁପା କୁ ଦେଖିବା ପାଇଁ.
ସମୀର ନିଜେ ବି ଜାଣି ନଥିଲା ସେ କେବେ ପ୍ରେମ ରେ ପଡିଯାଇଛି .
ଅଷ୍ଟମ ଶ୍ରେଣୀ ରୁ ହିଁ ସମୀର ପ୍ରେମ ରେ ପଡିଯାଇଥାଏ .
ସମୀର ସେଦିନ ସକାଳୁ ଉଠି ଗାଧେଇ ପାଧେଇ ସ୍କୁଲ ଯିବା ପାଇଁ ବାହାରି ପଡେ.
ବୋଉ,ବୋଉ ଶୀଘ୍ର ଖାଇବାକୁ ଦେ ମୁଁ ସ୍କୁଲ ଯିବି
ବୋଉ- କିରେ ଆଜି କଣ ଏତେ ଶୀଘ୍ର ଯାଉଛୁ.
ସମୀର- ଆଜି ସ୍କୁଲ ରେ ବହି ମିଳିବ.ମୁଁ ଶୀଘ୍ର ଗଲେ ସିନା ପାଇବି.
ବୋଉ- ତୁ ,ଚଟେଇ ପକେଇ ବସ ,ମୁଁ ବାଢି ଦେଉଛି.
.
ବହି ମିଳିବା ତ ଗୋଟେ ବାହାନା .ପ୍ରକୃତ କଥା ହେଲା ଆଜି ସମୀର ତା ମନ କଥା ଖୋଲି କହିବ.
.
ହେଲେ ମନ ରେ ଡର ଆସୁଥାଏ ,ଯଦି ସେ ସାର ଙ୍କୁ କହିଦେବ ତ
ହଁ, କହିଲେ କହିବ.
ଏମିତି ଭାବି ସମୀର ସ୍କୁଲ ରେ ପହଁଞ୍ଚିଲା .
ଚାରିଆଡେ ଖୋଜିବାକୁ ଲାଗିଲା ରୁପା କୁ ହେଲେ ପାଇଲାନି.
ମନ କୁ ଦୁଃଖ କରି କ୍ଲାସ ରୁମ କୁ ଯାଇ ଏକା ଗୋଟେ ଜାଗାରେ ବସି ରୂପା କଥା ଭାବିଲା.
କଣ ପାଇଁ ଏ ପର୍ଯ୍ୟନ୍ତ ଆସିଲାନି.
ତା ଦେହ ଖରାପ ହେଇଯାଇନି ତ .
ଏ କ୍ଲାସ ଟା ସରିଯାଉ ତା ଗାଁ ଆଡେ ଗୋଟେ ରାଉଣ୍ଡ ମାରି ଚାଲିଆସିବି ସବୁ ଜଣା ପଡିଯିବ.
ସାର କ୍ଲାସ କୁ ଆସି ପଢ଼ାଇବା ଆରମ୍ଭ କରି ଦିଅନ୍ତି.
କିଛି ସମୟ ପରେ ...
ସମୀର ର ନଜର ପଡ଼ିଯାଏ ଝରକା ପାଖ ରାସ୍ତା କୁ
ଆଉ ସେ ରାସ୍ତା ରେ ସେ ରୁପା କୁ ଦେଖି ବହୁତ ଖୁସି ହୁଏ.
ହେଲେ ଏତେ ଡେରି ରେ ଆସିଲେ ସାର ତ ତାକୁ ମାରିବେ .
ରୁପା କ୍ଲାସ କୁ ପହଁଚି ଯାଏ .
ସାର-(ରାଗିକି,ବେତ କୁ ଧରି ) ଏତେ ଡେରି,ତମେମାନେ କଣ ନିଜ ଇଛା ରେ ଯେତେବେଳେ ନାହିଁ ସେତେବେଳେ ଆସୁଛ .
ହାତ ଦେଖା
ହାତ ଦେଖା
.
ରୂପା ଆଖି ବୁଜି ଧୀରେ ହାତ ନେଉ ନେଉ
ସମୀର ଗୋଟେ ପ୍ରଶ୍ନ ସାର ଙ୍କୁ ପଚାରିଲା
ବୁଝିପାରିଲାଣି ବୋଲି .
କାହିଁକି ନା ସେ ସାର ଙ୍କ ଗୁଣ ଜାଣିଥିଲା .
ଆଉ ସେ ବା କେମିତି ସହିଥାନ୍ତା ତା ରୁପା ମାଡ ଖାଇବା.
.
ସାର- ହୋଉ ହୋଉ ଯାଅ, କାଲି ଠୁ ଠିକ ସମୟ ରେ ସ୍କୁଲ ଆସିବ.
.
ସାର ସମୀର କୁ ପାଖକୁ ଡାକି ଆଣି ସେ ପଚାରି ଥିବା ପ୍ରଶ୍ନର ଉତ୍ତର ବୁଝାଇ ଦେଲେ .
ସମୀର- ହଁ ସାର ବୁଝିଗଲି.
ସାର- ଆଛା ତୁ ଏ ବିଷୟର ଶେଷ ପ୍ରଶ୍ନ ପଚାରିଲୁ ଯଦି
ତେବେ ମୁ ପ୍ରଥମ ରୁ ପଚାରୁଛି ଉତ୍ତର କହ.
.
ସମୀର- (ଭୟ ରେ ଥରୁ ଥାଏ , ମୁଁ ତ ଏ ବିଷୟର ନାଁ ହିଁ ଜାଣିନି ଏବେ କଣ କରିବି )
ସାର- କିରେ କଣ ହେଲା.
ସମୀର - (ମୁଣ୍ଡ ତଳକୁ ନାଇଁ ମାଡ ଖାଇବା ପାଇଁ ହାତ ଦେଖେଇ ଦେଲା) ସାର ମୁଁ ଭୁଲିଯାଇଛି.
.
ସାର ରାଗିଯାଇ ସମୀର କୁ ବହୁତ ପିଟିଲେ
ସମୀର ଆଖି ବୁଜି ସବୁ ମାଡ ସାହିଯାଉଥାଏ .
.
ସମୀର ମାଡ ଖାଇବା ଦେଖି ରୁପା ର ମନରେ ତା ପ୍ରତି ଭଲ ପାଇବା ଆସିଗଲା.
.
ସେ ଦିନ ରୁପା ଖାଲି ସମୀର କୁ ଟିକେ ପରେ ଟିକେ ଚାହୁଥାଏ.
ଆଉ ସମୀର ବି ତାକୁ ଦେଖି ହସୁଥାଏ .
ଯେମିତି ତାକୁ କିଛି କଷ୍ଟ ହେଇନି .
ଦୁଇ ଜଣ ଙ୍କ ଭିତରେ ପ୍ରେମ ସମ୍ପର୍କ ନିବିଡ ହେବାକୁ ଲାଗିଲା.
ଆଉ ତା ପରେ .....
.
Part 2 Coming Soon.....

Tags Used:

ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki
April 18, 2020

TO BATA CHAHINCHHI SATHIRE【ତୋ ବାଟ ଚାହିଁଛି ସାଥିରେ】


ତୋ ବାଟ ଚାହିଁଛି ସାଥିରେ

*********
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ
ଅମିତ୍ ଓ ଅନିଲ୍ ଦୁହିଁଙ୍କର ବନ୍ଧୁତ୍ବ ଅତି ଘନିଷ୍ଠ ଥିଲା ତାଙ୍କର ବନ୍ଧୁତା ଏତେ ଗଭୀର ଥିଲା ଯେ ପରସ୍ପରକୁ ମୁହୂର୍ତ୍ତ ଟିଏ ନ ଦେଖିଲେ ରହିପାରୁନଥିଲେ। ଅନିଲ୍ ଘରକୁ ଅମିତ୍ ସବୁବେଳେ ଯାଏ । ଥରେ ସେ ଅନିଲ୍ ର ସାନ ଭଉଣୀ ଆନି କୁ ଦେଖିଲା। ଅମିତ ର ଭଲ ବ୍ୟବହାର ଦେଖି ଏକ ତରଫା ପ୍ରେମ କରି ବସିଲା.
ହେଲେ ଭାଇ ର ଭୟରେ ସେ ଅମିତ ସହ କଥା ବି ହେଇପାରୁନଥିଲା.
ଯେତେବେଳେ ଭାଇ କଲେଜ ରୁ ଫେରେ ଆନି ଦାଣ୍ଡ କୁ ଚାଲିଯାଏ
କାଳେ ଅମିତ ,ଭାଇ ସହ ଆସିଥିବେ . ଆନି ମନେ ମନେ ଅମିତ କୁ ବହୁତ ଖୋଜୁଥିଲା.
ଦିନେ ଅମିତ କୁ ଫେସବୁକ କୁ ଖୋଜି ପାଇଲା ଓ ପରିଚୟ ଲୁଚାଇ ଅମିତ ସହ କଥା ହେଲା.
ଆନି- ହାଏ
ଅମିତ- ତମେ ମତେ ଜାଣିଛ ?
ଆନି- ହଁ,ଜାଣିଛି.
ଅମିତ- କେମିତି?
ଆନି- ତମେ ଜଣେ ମଣିଷ,ଆମ ପୃଥିବୀ ରେ ରୁହ.
ଅମିତ- ହଁ ହଁ ତମ ପୃଥିବୀ,ନିଜ ହାତରେ ଗୋଟେ ପେଣ୍ଡୁଳା କରି ଯେମିତି ଆକାଶ କୁ ଛାଡି ଦେଇଥିଲ.
ଆନି- ତମେ ମଜାକ ବି କର, ହେଲେ ମୁଁ ତ କେବେ ତମ ମଜାକ ଦେଖିନି.
ଅମିତ- ଆରେ କିଏ ତମେ ପରିଚୟ ତ ଦିଅ.
ଆନି- ସମୟ ଆସିଲେ କହିଦେବି.
.
ଏମିତି ଅଜାଣତ ରେ ବହୁତ କିଛି କଥା ହେଇଗଲେ .
.
ଆନି ପରେ ପରେ ଜାଣିବାକୁ ପାଇଲା ଜେ ଅମିତ ବହୁତ ଜଣ କୁ ଭଲ ପାଉଛି .ହେଲେ ତାର ସାହସ ହେଉନଥାଏ କହିବା ପାଇଁ .
ଆନି ମନକୁ କଷ୍ଟ ହେଉଥିଲେ ହେଁ ସେ ତାର ଭଲ ପାଇବା କୁ କମ କରି ନଥିଲା.
ଏମିତି କିଛି ଦିନ ଗଲା ପରେ...
ଅମିତ ପୁଣି ଥରେ ଅନିଲ ଙ୍କ ଘର କୁ ଆସିଲା .
ଆନି ର ଅମିତ କୁ ଦେଖି ଲାଜେଇ ଘର ଭିତର କୁ ଚାଲିଗଲା ଓ ସଜ ବାଜ ହେଇ ଲୁଚି ଲୁଚି ଅମିତ କୁ ଦେଖୁ ଥାଏ.ଅମିତ କୁ ଦେଖି ମନକୁ ଯେତିକି ଶାନ୍ତି ମିଳୁଥିଲା ସେତିକି ବି କଷ୍ଟ ହେଉଥିଲା .ଭଲପାଉଥିବା ମଣିଷ କୁ ଏତେ ପାଖରେ ପାଇ କି ବି ତା ସହ କଥା ହେଇପାରୁ ନଥାଏ.
ମନେ ମନେ ଅସୁମାରୀ ସ୍ବପ୍ନ ଓ ଆଶା ବାନ୍ଧି ଦେଇଥିଲା ଆନି ର ମନରେ .
ଇଛା ହେଉଥାଏ ତାଙ୍କ ପାଖକୁ ଯାଇ କହିବାକୁ ତମେ ଯାହା ସହ ଫେସବୁକ ରେ କଥା ହେଉଛ ସେ ମୁଁ ବୋଲି
ହେଲେ ଭାଇ ପାଖରେ ଥାଏ.
ମୁଁ ଝିଅ ଟେ ହେଇ ଆଗେ କଣ କହିବି ଜେ
ସେ ତ ମତେ ଦେଖୁ ହିଁ ନାହାନ୍ତି
ଯେମିତି ସାଧୁ ପିଲା ଟା.
ଅମିତ ର ଯିବା ର ସମୟ ହେଇଯାଏ .ଆନି କୁ ଲାଗୁଥାଏ ଯେମିତି ସେ ସବୁଦିନ ପାଇଁ ଚାଲି ଯାଉଛନ୍ତି.
ସେ ସଙ୍ଗେ ସଙ୍ଗେ ଛାତ ଉପରକୁ ଚାଲିଯାଏ ଅମିତ କୁ ଯିବାର ଦେଖିବା ପାଇଁ .
ଅମିତ ଗଲାବେଳେ କାକେଜାଣି ଆଖି ରୁ ଦୁଇ ଟୋପା ଲୁହ ଝରି ପଡିଲା.
ମନରେ ବହୁତ କିଛି କଥା କୁ ଫେସବୁକ ଖୋଲି ଅମିତ ର ଅନଲାଇନ କୁ ଅପେକ୍ଷା ରେ ବସିଲା.
ସନ୍ଧ୍ୟା ହେଇ ରାତି ହେଇଗଲା ହେଲେ ଅମିତ ଆସିଲା ନାହିଁ.
ପରଦିନ ଯେତେବେଳେ ଅମିତ ଅନଲାଇନ ଆସିଲା .
ଅମିତ- ଆରେ ବାପ ରେ ଏତେ ମେସେଜ .
ଆନି- (କାନ୍ଦିକି) ତମେ କାଲି ଠୁ କୁଆଡେ ଯାଇଥିଲ. ମୁଁ କାଲି ରାତିସାରା ତମକୁ ଅପେକ୍ଷା କରି କରି ରହିଲି.
ଅମିତ- କାଲି ଗୋଟେ ସାଙ୍ଗ ଘରକୁ ଯାଇଥିଲି.
ଆନି- ହଁ ,ମୁଁ ବା କିଏ, ମୋ ପାଇଁ କାହିଁକି ବା ଅପେକ୍ଷା କରିବ.
ଅମିତ- ଆରେ ନାଇଁ ସେ କଥା ନାହିଁ.
ଆଛା ତମର କେବେ ସେ ସମୟ ଆସିବ ଯୋଉଦିନ ତୁମ ପରିଚୟ ମତେ ଦେବ.
ଆନି- ମୁଁ କାଲି କହିଥାନ୍ତି ,ହେଲେ ଆଉ କହିବିନି.
ଅମିତ- କି କଣ ପାଇଁ?
ଆନି- କାଲି ତମେ କଣ ପାଇଁ ଅନଲାଇନ ଆସିଲନି.
ମୁଁ ଆଉ ମୋ ପରିଚୟ ଦେବିନି.
ଅମିତ- ହେ ଭଗବାନ ,ତମକୁ କେମିତି ବୁଝେଇବି.
.
ଏମିତି ତାଙ୍କର କଥା ବାର୍ତ୍ତା ଚାଲି ରହିଲା .
ଆନି ଅମିତ କୁ ବହୁତ ଭଲ ପାଇଯାଇଥିଲା ହେଲେ ସେ କହିପାରୁନଥିଲା.
ଆନି ର ଘର ଲୋକେ ଆନି ଉପରେ ସନ୍ଦେହ କରି ତା ଠାରୁ ଫୋନ ଛଡେଇ ଆଣିଲେ.
ଆନି ନିରୁପାୟ ହୋଇ ଯାଇଥିଲା .ମନରେ ଦୁଃଖ କଷ୍ଟ କୁ ଚାପି ରଖି ଚୁପ ଚାପ ଆଖି ର ଲୁହ ଓଠ କୁ ନେଇ ଅନ୍ଧକାର ରେ ସେହି ସବୁ କଥା ଭାବିବାକୁ ଲାଗିଲା.
କିଛି ଦିନ ପରେ ଅମିତ ପୁଣି ଥରେ ଅନିଲ ଙ୍କ ଘରକୁ ଆସିଲା ହେଲେ ଏଥର ଆନି ମୁହଁ ରେ ସେତେ ଚମକ ନାହିଁ ତା ହୃଦୟ ଏତେ ଉଲ୍ଲାସ ନାହିଁ.
ଅମିତ କୁ ଦେଖି ଗୋଟେ ଘର ର କଣରେ ବସି କାନ୍ଦିବାକୁ ଲାଗିଲା.
ଆଉ ଭାବିବାକୁ ଲାଗିଲା .ସେ କେମିତି ମୋ ସହ କଥା ନହେଇ ରହି ପାରୁଛନ୍ତି.ସେ କଣ ଜାଣିପାରୁନାହାନ୍ତି ମୁଁ ତାଙ୍କୁ ଏତେ ଭଲ ପାଉଛି ବୋଲି ,ତାଙ୍କୁ ପାଇବା ପାଇଁ ପାଗିଳି ହେଇଯାଉଛି ବୋଲି .
କଣ ସେ ମତେ ମନେ ମନେ ଖୋଜୁନାହନ୍ତି.
.
.
ଆନି ଯେବେ ବି ଅମିତ କୁ ଦେଖୁଛି ଆଖି ରୁ ଢଳ ଢଳ ଲୁହ ଝରି ପଡୁଛି
ପାଖରେ ପାଇ କି ବି କହିପାରୁନି
ମୁଁ ସେଇ ଝିଅ ବୋଲି ଯିଏ ତମ ସହ କଥା ନହେଇ ରହି ପାରୁନଥିଲା.
ଯେତେବେଳେ ପାଟି କଥା କହିବା ବନ୍ଦ କରିଦିଏ ସେତେବେଳେ ଆଖି ରେ ଲୁହ ଆସିଯାଏ.
.
.
ଆଜି ପର୍ଯ୍ୟନ୍ତ ବି ଅମିତ ଜାଣିପାରି ନାହିଁ ଅନିଲ ର ଭଉଣୀ ମୋ ପ୍ରେମିକ ବୋଲି .
.
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ.
ସେୟାର କରିବାକୁ ଭୁଲିବେନି.
Msg for u - ମୁଁ ବହୁତ ଥର ଆଗରୁ କହିସାରିଛି
"ସମାଜ କୁ ଡ଼ରୁଛ ଯଦି ପ୍ରେମ କର ନାହିଁ........ପ୍ରେମ କରୁଛ ଯଦି  ସମାଜ କୁ ଡର ନାହିଁ".

Tags Used:

ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki