SERVICES

Latest Story

Saturday 18 April 2020

BALIKABADHU【ବାଳିକାବଧୂ】PART-2


ବାଳିକାବଧୂ

PART-2
ଦୁଇ ଜଣ ମନେ ମନେ ପରସ୍ପର କୁ ଭଲ ପାଇସାରିଥିଲେ ହେଲେ ମନ କଥା କହିପାରିନଥିଲେ .
ଏମିତି କିଛି ଦିନ ଗଲା
ହେଲେ ମନକୁ ନିଜ ଆୟତ ରେ ରଖିପାରୁନଥିଲେ .
ସମୀର ଇଛା ହେଉଥିଲା
ଆଜି ସ୍କୁଲ ଛୁଟି ହେଲେ ସବୁ କଥା କହିଦେବି
ଏମିତି ବଞ୍ଚିବା ମୁସ୍କିଲ ହେଇଗଲାଣି.
ଏତିକି ଭାବୁ ଭାବୁ
ରୁପା ଆସି ତା ପାଖରେ ଗୋଟେ ଚିଠି ରଖି ସ୍ମିତ ହସରେ ଚାଲିଯାଏ.
ରୁପା କୁ ଦେଖି
ସମୀର କଣ ଭାବୁଥିଲା ସେ କଥା ଭୁଲି ଯାଇଥାଏ.
ରୁପା ପଛକୁ ଚାହିଁ ଟିକେ ହସି ଦିଏ.
.
ସମୀର ତା ହସ କୁ ଦେଖି ତା ପଛେ ପଛେ ଯାଏ .
ହେଲେ ଚିଠି ରୁପା ଦେଇଛି ବୋଲି ଜାଣିପାରି ନଥାଏ.
କିଛି ବାଟ ଗଲା ପରେ
ରୁପା ପଛକୁ ଫେରି ଦେଖେ ତ
ସମୀର ତା ପଛେ ପଛେ .
ରୁପା ଆଖି ଠାର ରେ ସମୀର କୁ କହିବାକୁ ଚାହୁଥାଏ କି ସେଠୁ ଚିଠି ଟା ନେଇଯାଏ
ନହେଲେ ଆଉ କିଏ ଦେଖିଦେବା .
ସମୀର କିଛି ଜାଣିପାରୁ ନଥାଏ.
ରୁପା ଶେଷରେ ସମୀର ପାଖକୁ ଆସେ
ସମୀର ହୃଦୟ ର ସ୍ପନ୍ଦନ ବଢ଼ିବାରେ ଲାଗେ .
ରୁପା-(ଧୀର ସ୍ୱର ରେ) ଆରେ ବୁଧୁ ତମକୁ ଗୋଟେ ଚିଠି ଦେଲି ପଢ଼ିଲ କି ନାହିଁ .
ସମୀର- କାଇଁ କୋଉଠି .
ରୂପ- ହେ ଭଗବାନ ,ମୁଁ ଏବେ କଣ କରିବି.
ସମୀର- ଶୁଣ ଶୁଣ ତମେ ସେମିତି ବେସ୍ତ ହୁଅନି , ମୁଁ ଏବେ ଯାଇ ନେଇ ଆସୁଛି.
.
ସମୀର ଏକ ନିଶ୍ୱାସ ରେ ଦୌଡ଼ି ଯାଇ ଦେଖେ ତ ସେଠି କିଛି ଚିଠି ନାହିଁ .
ସେହି ସମୟ ରେ ସାର ଆସି କ୍ଲାସ ଆରମ୍ଭ କରି ଦିଅନ୍ତି.
ହେଲେ ସମୀର ଖୋଜିବା ଜାରି ରଖିଥାଏ .
ଖାଲି ଏପଟ ସେପଟ ଦେଖୁ ଥାଏ .
ପୁଣି ଭାବୁଥାଏ କୋଉଠି ଉଡି ଯାଇଛି କି .
ରୁପା ଏପଟେ ଇସାରା ରେ କହୁଛି ମିଳିଲା କି ନାହିଁ ?
ସମୀର ଚେୟାର ଟେବୁଲ ଗଳି ଗଳି ଖୋଜେ ହେଲେ ପାଉନଥାଏ .
କେମିତି କ୍ଲାସ ସରିବ ସେ ପୁଣି ଖୋଜିବା ଆରମ୍ଭ କରିବା.
ସେହି 45 ମିନିଟ ର କ୍ଲାସ ତାକୁ ଗୋଟେ ଯୁଗ ପରି ଲାଗୁଥାଏ.
.
କ୍ଲାସ ସରି ଛୁଟି ହେଲା
ସମୀର ପୁଣି ଖୋଜିବା ଆରମ୍ଭ କରିଦିଏ.
ରୁପା ରାଗିଯାଇ ଘରକୁ ଚାଲିଯାଏ .
ରୁପା ରାଗିବା ଦେଖି ସମୀର କୁ ଲାଗେ କିଛି ତ କଥା ଲେଖା ଅଛି ଯୋଉଁଥି ପାଇଁ ରୁପା ଏତେ ରାଗିଗଲା.
ସ୍କୁଲ ର ପିଅନ କ୍ଲାସ ରେ ତାଲା ପକେଇବାକୁ ଆସିଲେ.
ସମୀର- ମଉସା ଟିକେ ରୁହ ,ମୋର ଗୋଟେ ଦରକାରୀ ଜିନିଷ ହଜି ଯାଇଛି.
ପିଅନ- ଆରେ ଘରକୁ ଯିବାକୁ ଡେରି ହେଲାଣି.ତୁ କାଲି ସକାଳେ ଆସି ଖୋଜିବୁ.
.
ସମୀର ଯେତେ ନେହୁରା ହେଇ କହିଲା ହେଲେ ପିଅନ କିଛି ନଶୁଣି ସ୍କୁଲ ତାଲା ଦେଇ ଚାଲିଯାଏ .
.
ସମୀର ଘରକୁ ଆସି ତାକୁ ନିଦ ହୁଏନି .
ମନ ଭାରି ବିଚଳିତ ହେଇପଡ଼େ
ମୋ ରୁପା ର କିଛି ସିକ୍ରେଟ କଥା ଥିବ ସେଥିପାଇଁ ସେ ଏତେ ରାଗିଛି .
କଣ କରିବି କଣ କରିବି
ଏତିକି ଭାବି
ଝାଡୁଦାର ଅଳିଆ ଗଦା ରେ ପକେଇ ଦେଇନି ତ
ସମୀର ରାତି ଅଧ ରେ ପୁଣି ଖୋଜିବାକୁ ସ୍କୁଲ ଗଲା .
ଆଉ ସ୍କୁଲ ର ତାଲା ଭାଙ୍ଗି ପଶିଲା .
ଆଉ ସେ ଅଳିଆ ଗଦା କୁ ଯାଇ ଟ୍ରଚ ମାରି ଖୋଜିବାକୁ ଲାଗିଲା.
ହେଲେ ସବୁ ତ ଧଳା କାଗଜ ୟା ଭିତରୁ ଚିଠି କୋଉଟା.
ଶେଷରେ ନିରାଶ ହେଇକି ଫେରିଯାଏ .
ସକାଳୁ ସକାଳୁ ସ୍କୁଲ ର ପିଅନ ଯାଇ ଦେଖେ ତ ସ୍କୁଲ ର ତାଲା କିଏ ଭାଙ୍ଗିଛି .
ସେ ସାର ଙ୍କୁ ଜଣେଇ ଦିଏ ଜେ
ସମୀର ର କଣ ହଜି ଥିଲା
ସେ ହିଁ ତାଲା ଭାଙ୍ଗିଥିବ.
ସାର ରାଗି କରି କ୍ଲାସ କୁ ଯାଇ
ସାର- ବାବା ମୋ ପାଖକୁ ଆସିଲୁ.
କାଲି ସ୍କୁଲ ତାଲା କିଏ ଭାଙ୍ଗିଥିଲା .
ସମୀର-( ମୁଣ୍ଡ ତଳକୁ କରି ଚୁପ ରହେ)
ସାର ତାକୁ ବାହାରକୁ ଡାକି ଆଣି ପାଞ୍ଚଣ ନିର୍ଦୟ ଭାବରେ ପିଟି ପକେଇଲେ .
ସ୍କୁଲ କୁ ଆସି ଚୋରି କରୁଛୁ ଏଠି .
.
ସ୍କୁଲ ଛୁଟି ହେଲା
ରୁପା ସମୀର ପାଖକୁ ଆସି
ରୁପା-(ମନ ଦୁଃଖ ରେ)ତମେ ସେଇ ଚିଠି ପାଇଁ କାଲି ଆସିଥିଲ ନା
ସମୀର- ହଁ ଜେ ହେଲେ ପାଇଲିନି.
ରୁପା-(କାନ୍ଦିକି ,ସମୀର କୁ ଜାବୁଡି ଧରି ) ତମକୁ ବହୁତ କଷ୍ଟ ଦେଇ ଦେଲି ନା
ମୋର ଦରକାର ନାହିଁ ସେ ଚିଠି .
ଦୁନିୟା କୁ ଭୟ କରି ତୁମକୁ ବହୁତ କଷ୍ଟ ଦେଇ ଦେଲି
ହେଲେ ଆଉ ନୁହଁ .
ଜଣାନ୍ତୁ ସମସ୍ତେ ଆମ ସମ୍ପର୍କ
କଣ ହେଲା ସେଠୁ .
.
ସମୀର କୁ ରୁପା ର ଆଲିଙ୍ଗନ ରେ ସବୁ କଷ୍ଟ ଦୂର କରିଦେଲା.
ସମୀର- ଆଛା ,ସେ ଚିଠି ରେ କଣ ଲେଖା ଥିଲା.
ରୁପା- ଚାଲ ବୁଧୁ, ଏତେ ଘଟଣା ଘଟିଲାଣି .ଏତିକି କଥା ଜାଣିପାରୁନା
ସମୀର- ତମେ କହୁନ.
ରୁପା-(ଲାଜେଇ ହେଇ i love You କହି ଚାଲି ଯାଏ.
.
ଦୁଇ ଜଣ ଙ୍କ ପ୍ରେମ ସମ୍ପର୍କ ନିବିଡ ହେବାରେ ଲାଗିଥାଏ .
ହେଲେ ହଜିଥିବା ଚିଠି ଟି ରୁପା ର ବାପା ଙ୍କ ପାଖରେ ପହଁଞ୍ଚିଯାଇଥାଏ .
ବାପା ରାଗିଯାଇ ରୁପା ବହୁତ ଗାଳି କରନ୍ତି .
ତଥାପି ରୁପା ବାପା ଙ୍କ କଥା କୁ ନାମାନି ଲୁଚି ଛପି କଥା ହୁଏ .
ଶେଷରେ ବାପା ରାଗି କରି ସମୀର ଙ୍କ ଘର କୁ ଯାଇ ସମୀର କୁ ନ ମିଶିବା ପାଇଁ କହି ଦିଅନ୍ତି .
.
ସମୀର ଙ୍କ ଘର ଲୋକ ରୁପା କୁ ପସନ୍ଦ କରି ସାରିଛନ୍ତି .
ସମୀର ର ମା ବି ରୁପା କୁ ବୋହୁ ର ସ୍ୱୀକୃତି ଦେଇ ସାରିଲେଣି .
.
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ .
ଭଗବାନ ଙ୍କୁ ପାର୍ଥନା
ସମୀର ଓ ରୁପା ର ବାହାଘର ଶୀଘ୍ର ହେଇଯାଉ.
Msg for u - ବହୁତ ପିଲା ନିଜ ସମାଜ କୁ ଡରି ନିଜ ପ୍ରେମ କୁ ବଳିଦାନ ଦେଇ ଦେଉଛନ୍ତି.
ପ୍ରେମ କୁ ପାଇବାକୁ ହେଲେ ନିଜକୁ କିଛି ଦିନ ପାଇଁ ବଦନାମ କରିବାକୁ ପଡେ.
ବଦନାମ ବା ଇଜ୍ଜତ ଯୋଉ କହୁଛ ଥରେ ନିଲାମ ହେଇଗଲେ ଆଉ ମିଳେନି .
ଏହା ସମ୍ପୁର୍ଣ୍ଣ ରୂପରେ ଭୁଲ .
ଏହି ନିଲାମୀ କିଛି ଦିନ ଭୋଗିବାକୁ ପଡେ .
ଯଦି ମୁଁ ଭୁଲ କହୁଛି
ତେବେ ତମ ଆଖ ପାଖ ରେ ଥିବା କିଛି ଉଦାହରଣ ଦେଖ .
ତମକୁ କେତେ ଜଣ ଜାଣିଥିବେ
1000 କି 2000 କି 3000
ସାମାନ୍ୟ 3000 ଲୋକ ଙ୍କୁ ଡରି ତମେ ତମ ପ୍ରେମ କୁ ବଳିଦାନ ଦେଇ ଦେଉଛ.
ଆରେ ଜୀବନ ତମର ଖୁସି ତମର
ତେବେ ଏ ସମାଜ କିଏ .
" ଦୂର ରେ ରହି ବିଚ୍ଛେଦ ଠାରୁ
ପାଖରେ ରହି ଯଦି ଦୁଃଖ ବି ଆସେ
ସେଥିରେ ମଜା ଥାଏ "
.
ମୁଁ କାହାକୁ ପ୍ରେମ କରିବାକୁ ପ୍ରବର୍ତ୍ତାଉନି .
( ନହେଲେ ତମେ ମାନେ ମତେ କହିବ ନିଜେ ତ କାହାକୁ ପ୍ରେମ କରୁନି
ଆସିଲା ଆମକୁ ଭାଷଣ ଦେବାକୁ)
.
ଯେଉଁମାନେ ପ୍ରେମ ରେ ପଡ଼ି଼ସାରିଛନ୍ତି ମୁଁ ସେହି ମାନଙ୍କୁ କହୁଛି
ପ୍ରେମ ର ମଜା ଯଦି ପାଇଛ ତେବେ ବଦନାମ ର ମଜା ତ ଟିକେ ଚାଖ.

Tags Used :
ncert odia books,odia portal,odia gapa pdf,janhamamu,odia gapa,odia gapa cinderella,odia gapa stories,odia gapa youtube,odia gapa odia,odia gapa panchatantra,odia gapa rapunzel,odia gapa text,odia gapa comedy,odia gapa fairy tales,odia gapa tv,odia gapa youtube video,odia gapa manda khia asurah,odia wiki

No comments:

Post a Comment