Story No:-12
ତୋ ଖୁସି ରେ ଏ ଜୀବନ ବାଜ
*******
ଗୋଟିଏ ପରିବାର ରେ ବାପା ମା ଝିଅ (ଶୋଭା ) ବହୁତ ଖୁସି ରେ ରହୁଥିଲେ .ଖୁସି କାହାର ବା ବେଶୀ ଦିନ ରୁହେ .
.
ଶୋଭା - ବାପା ତମେ ଅଫିସ ଗଲାବେଳେ ମତେ କଲେଜେ ପାଖରେ ଛାଡ଼ିଦେବ .
.
ଶୋଭା - ବାପା ତମେ ଅଫିସ ଗଲାବେଳେ ମତେ କଲେଜେ ପାଖରେ ଛାଡ଼ିଦେବ .
ବାପା - ଶୀଘ୍ର ରେଡି ହେଇଜା ପାଗିଳି ..
ବାପ ଝିଅ କିଛି ବାଟ ଗଲା ପରେ ଗୋଟେ ବାଇକ ଧକ୍କା ଦେଲା .ଆଉ ସେହି ଦୁର୍ଘଟଣା ରେ ବାପ ଦୁନିଆ ଛାଡି ଚାଲିଗଲେ ..
ଯୋଉଁ ପିଲା ବାଇକ ଚଲଉଥିଲା ସେ ଶୋଭା ର କ୍ଳାସମେଣ୍ଟ ଥିଲା .ତା ନାଁ ରାଜା ..ସେହି ଦିନ ଠୁ ଶୋଭା ଆଉ କଲେଜେ କୁ ଆସିବା ବନ୍ଦ କରିଦେଲା ..
ରାଜା ନିଜକୁ ବହୁତ ଦୋଷୀ ବୋଲି ଭାବିଲା .ଶୋଭା ର ସାଙ୍ଗ ମାନଙ୍କ ଠାରୁ ଶୋଭା ର ଖବର ବୁଝିଲା .ତାଙ୍କ ଘର ପରିସ୍ଥିତି ଏତେ ଭଲ ନଥୀଲା ..
ରାଜା ନିଜ ବାଇକ ବିକ୍ରି କରି ସେହି ଟଙ୍କା ଶେଭିଂ ବ୍ୟାଙ୍କ ରେ ରଖିଦେଲା ଆଉ ପ୍ରତି ମାସ ସୁଧ ସହ ନିଜ ପକେଟ ଖର୍ଚ ସବୁ ଟଙ୍କା ପୋଷ୍ଟାଲ ପଠେଇଦିଏ ଶୋଭା ଘର କୁ .ଆଉ ସେଥିରେ ଲେଖାହେଇଥାଏ ମୁ ତୁମ ବାପା ଙ୍କ ପାଖରୁ କରଜ ନେଇଥିଲି ଏ ହେଉଛି ସୁଧ ...କିଛି ଦିନ ପରେ ଶୋଭା କଲେଜେ କୁ ଆସିଲା .
ହେଲେ ସେ ସବୁବେଳେ ମନ ଦୁଃଖ କରି କାନ୍ଦେ .ତା ଲୁହ ପାଇଁ ବି ରାଜା ନିଜକୁ ଦାଈ କଲା .
ସେ ଫେସବୂକ ରେ ଫେକ ଆକାଉଣ୍ଟ ଖୋଲି ଶୋଭା କୁ ମିଠା ମିଠା କଥା କହି ହସେଇବାକୁ ଲାଗିଲା ଆଉ ତାକୁ ବହୁତ ଭଲପାଇବା ଦେଲା ହେଲେ ନିଜର ପରିଚୟ ଲୁଚେଇଲା ...କେବଳ ଫୋନ ରେ କଥା ହେଉଥିଲେ .ଶୋଭା ବି ଧୀରେ ଧିରେ ତା ପ୍ରେମ ରେ ପଡିଗଲା .
ଶୋଭା- ( କାନ୍ଦିକି)ଆଜି ମୋ ବାପା ଙ୍କ କଥା ମର ବହୁତ ମାନେ ପଡୁଛି .ମୋ ବାପା ମତେସ୍ନେହ ରେ ପାଗିଳି ବୋଲି ଡାକୁଥିଲେ .ରାଜା- ମୋ ଧନ ଟା ପରା . ତୁ ଏମିତି କାଂଦିନୀ ରେ ମୁ ସାହିପାରୁନି .ମୁ ତତେ ପାଗିଳୀ ଡାକୁଛି ନା .ତୁ ପୁଣି ମନ କଣ ପାଇଁ ଦୁଃଖ କରୁଛୁ .ଶୋଭା - ତୁମ ଭିତରେ ମୁ ମୋ ବାପା ଙ୍କ ଭଲପାଇବା ପାଇଛି .ତୁମେ ମୋର ସବୁକିଛି .ମୋ ଦୁଃଖ ସମୟରେ ସାଥ ଦେଇଛ .ମୁଁ ତୁମକୁ....ରାଜା - ହା ହା ହା .ହେଲେ ମୁ ତତେ ଭଲପାଏଁଇନୀ . ତୁ ବିଲେଇ ଭଳି ସବୁବେଳେ ରାଗୁଛୁ .ଶୋଭା - ମୁ କାନ୍ଦିବ କହିଦେଉଛି .ପ୍ଲିଜ଼ ଥରେ କହିଦିଅନାଁ ଭଲପାଅ ବୋଲି .ରାଜା - ଆଲୋ ପାଗିଳି ତୁ ଏତେ ବେସ୍ତ କଣ ପାଇଁ ହେଉଛୁ .ମୁଁ ଯେବେ ତତେ ପ୍ରଥମ ଦେଖା ଦେବୀ ସେଦିନ କହିବି ...ଏମିତି ତାଙ୍କ ଭିତରେ ବହୁତ ଭଲପାଇବା ହେଇଗଲା .
ରାଜା - ଆଛା ମୋ ଧନ ପାଇଁ କଣ ଗିଫ୍ଟ ନେବି .ଶୋଭା - ମୋର କିଛି ଦରକାର ନାହିଁ .
ରାଜା - ଆରେ ବାପରେ ମୋ ପାଗିଳି କୁ କିଏ କଣ କହିଛି କୀ ?
ଶୋଭା- ନା ରାଜା -ଏତେ ରାଗ କଣ ପାଇଁ .ଶୋଭା - ମୋ ବାପା ଙ୍କୁ ଯିଏ ମାରିଛି ତାକୁ ମୁ ଖୁସି ରେ ରହିବାକୁ ଦେବିନି .
ସେ ମତେ ଯେତିକି କନ୍ଦେଇଛି ତାକୁ ବି ସେମିତି ମାରିବି .
ରାଜା - ପାଗିଳି ଯଦି ତୁ ତାକୁ ସାମ୍ନା ରେ ପାଉ ତେବେ କଣ କରିବୁ
ଶୋଭା - ତାକୁଜି ଜୀବନ ରୁ ମାରିବିନି ହେଲେ ପାଗଳ କରିଦେବି ତାକୁ .ସେ ମୋ ବାପା କୁ ମାରିଛି .ତୁମେ ଜାଣିଛ ତା ପାଇଁ ଆଜି ଆମେ ଭିକାରି ହେଇଯାଇଛୁ .ତାକୁ ପାଗଳ ନକଲା ପର୍ଯ୍ୟନ୍ତ ମୋ ଜୀବନ ରେ ଶାନ୍ତି ରେ ବଂଚିପାରିବିନି .ତୁମେ ମୋ ସାଥି ରେ ଅଛ ନାକୁଆଡେ ଗଲ କୁହନା .
ରାଜା - ,( କାନ୍ଦିକି ) ହଁ ମୁ ଅଛି.ଶୋଭା - କଣ ହେଇଛି ତୁମର . କାନ୍ଦୁଛ କଣ ପାଇଁ .ରାଜା - ନାଇଲୋ ପାଗିଳି ଏ ଖୁସି ର ଲୁହ . କାଲି ଆମର ପ୍ରଥମ ଥର ପାଇଁ ଦେଖା ହେବ ଆଉ ଶୁଣ କାଲି ତୋର ଏଇ ଇଛା ପୁରା କରିଦେବି .ଯିଏ ତୁମ ବାପା ଙ୍କୁ ମାରିଛି ତା ନାଁ ଠିକଣା ମେସେଜେ କରିଦେ କାଲି ତାକୁ ସେଇ ଜାଗା କୁ ଡାକିଦେବି ତା ପରେ ତୁ ତା ମୁଣ୍ଡ ପଛ କୁ ଜୋର ସେ ପିଟିବୁ .
ତାପରେ ସେ ପାଗଳ ହେଇଯିବ . ସେ କୋଉ ରଙ୍ଗର ସାର୍ଟ ପିନ୍ଦିଥିବା ତତେ ମେସେଜ କରିଦେବି .
ତୁ ତା କାମ ସରିଲା ପରେ ମତେ ଦେଖା କରିବୁ ..ତା ପର ଦିନ ଶୋଭା ସେ ଜାଗା କୁ ଗଲା ଆଉ ରାଜା ଯାହା କହିଥିଲା ସେ ସେମିତି କଲା .ସେ ଯାହାକୁ ପିଟିଲା ସେ ହିଁ ରାଜା ଥିଲା .
ସେ ବେହୋସ ହୋଇଗଲା .ଶୋଭା ଯେତେବେଳେ ରାଜା କୁ ଫୋନ କଲା ରିଂ ସେ ପିଲା ର ପକେଟ ରୁ ରାଜା ର ଫୋନ ବାହାରିଲା ଆଉ ପକେଟ ରେ ଗୋଟେ ଚିଠି ବାହାରିଲା .
ସେଥିରେ ଲେଖାଥିଲା ..ଧନ ମୋ ଜୀବନ ଗୋଟେ ମାରିଥିବା ବାପ ର ଝିଅ ପାଖରେ ନିଜକୁ ବିକ୍ରି କରିଦେଇଛି .ମୁ ତତେ ଧୋକା ଦେଇଛି .ତୁ ମତେ ଭୁଲିଯଇ ଖୁସି ରେ ରହିବୁ .ତୋର ସବୁ ଇଛା ଆଜି ପୁରଣ କରିଦେଉଛି .ମୁ ଖୁସି ରେ ମୋ ଜୀବନ କୁ ବାଜି ଲଗେଇଛି .ମୁ ଜାଣିଛି ତୁ ଏବେ କାନ୍ଦୁଥିବୁ ବିଲେଇ ଭଳି କାନ୍ଦୁଛୁ କଣ ପାଇଁ .ତୁ ମୋ ଧନ ପରା .
ପ୍ଲିଜ଼ କାଂଦିନୀ ମୋ ସୁନା ଟା ପରା .ଦେଖ ମୁ ଆଜି ତତେ କହୁଛି ଆଈ ଲଭ ୟୁ..ଶୋଭା ର ଆଖୀ ରୁ ଧାରା ଧାରା ଲୁହ ବୋହିଯାଉଥିଲା ଆଉ ସେ ସଂଗେ ସଂଗେ ହସ୍ପିଟାଲ ନେଇଗଲା ରାଜା କୁ ..ଦୁଇ ଦିନ ପରେ ରାଜା ର ହୋସ ଆସିଲା ସତ ହେଲେ ସେ ତା ସ୍ମୃତି ସ୍ମ୍ରୁତି ଶକ୍ତି ହରେଇବସିଥିଲା .ଶୋଭା ନିଜର ଭଲପାଇବାକୁ ବଂଚେଇବା ପାଇଁ .ସବୁ ବ୍ରତ ଓପାସ ପୂଜା କଲା .କିଛି ବର୍ଷ ପରେ ରାଜା ସ୍ମ୍ରୁତି ଶକ୍ତି ଫେରିପାଇଲା .ତା ପରେ ଦୁଇ ଜଣ ବିବାହ କଲେ .
******The End*******
ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.

No comments:
Post a Comment