SERVICES

Latest Story

Monday, 9 December 2019

SATHI TAME BAHU DURE【 ସାଥୀ ତମେ ବହୁ ଦୂରେ】

sathi tame bahu dure

ସାଥୀ ତମେ ବହୁ ଦୂରେ
PART-1
************
ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଏବଂ
ଏହି ଗଳ୍ପ ସେହି ମାନଙ୍କ ପାଇଁ
ଯେଉଁମାନେ ପ୍ରେମ କରିବା ପାଇଁ ବ୍ୟାକୁଳ ଅଛନ୍ତି .
.
.
ପ୍ରିତମ ,ବୟସ 20 ବର୍ଷ .ପରିବାର କହିଲେ ବାପା ମା ଓ ସାନ ଭଉଣୀ.
କଲେଜ ର +3 ସରି ଯାଇଥାଏ.
ଦିନେ ସେ ଛାତ ଉପରେ ସେ ଚାନ୍ଦିନ ରାତି ର ସେ ସୁଲୁ ସୁଲିଆ ପବନରେ ତା ମନ କୁ ବହୁତ ପ୍ରକାର ଭାବନା ଆସିଲା . ଆଜି କାଇଁ ମତେ କିଛି ଏକଲା ଏକଲା ଅନୁଭବ ହେଉଛି.
ସତରେ ଜଣେ ସାଥି ନିହାତି ଦରକାର . କା ସ.... ମୋ ଜୀବନ ରେ ଏମିତି କେହି ଆସି ଥାନ୍ତା ମୁଁ ତାକୁ ଏତେ ଭଲ ପାଇବା ଏତେ ଭଲ ପାଇବା ଦିଅନ୍ତି ସେ ପୁରା ପାଗିଳି ହେଇଜାନ୍ତା.
ହେଲେ ଏବେ ଭାବି ଲାଭ କଣ . ମୁଁ ବି ଗୋଟେ ବୋକା ଟେ କଲେଜ ଲାଇଫ ରେ ପଟେଇ ଥିଲେ ସେତେବେଳେ ହେଇଥାନ୍ତା .
ଛାଡ ଯାହା ମୋ ଭାଗ୍ୟ .
ଏମିତି କିଛି ପ୍ରିତମ ଭାବି ଭାବି ସାରା ରାତି ସେହି ଛାତ ଉପରେ କଟେଇଦେଲା.
.
ପ୍ରିତମ ବହୁତ ସାଧା ସିଧା ପିଲାଟା ଥିଲା ତାର ଝିଅ ପିଲା ସାଙ୍ଗ ଦୂରର କଥା ପୁଅ ସାଙ୍ଗ ବି ଏତେ ନଥିଲେ .
.
ରାତି ସିନା ବିତିଗଲା ଭାବିଥିବା କଥାକୁ ସତ କରିବା ପାଇଁ ଲାଗିଲା ଓ ସେ ତା ମନ ର ମାନସି କୁ ଖୋଜିବାକୁ ଲାଗିଲା .
ହେଲେ ପାଇବ କୋଉଠି ତାକୁ .
ତାର ବି ଯେତେ ସାଙ୍ଗ ଥିଲେ ସମସ୍ତଙ୍କୁ ସେ ଅନୁରୋଧ କରି କହିଲା କି ମୋର ଗୋଟେ ସେଟିଙ୍ଗ କରେଇଦିଅ . ହେଲେ କେହି କରିନଥିଲେ .
ସାଙ୍ଗ- ଆବେ ତୁ କୋଉ ଯୁଗ ରେ ଅଛୁ .ଶୁଣ ତୁ ଟିକେ ଷ୍ଟାଇଲ ମାରି
ଆଉ ଟିକେ ସ୍ମାର୍ଟ ଦେଖା .ଏମିତି ସାଧା ସିଧା ରହିଲେ କୋଉ ଝିଅ ପଟିବ କହିଲୁ .
କିଛି ଦିନ ପରେ ...
ପ୍ରିତମ ର ମାମୁ ଙ୍କ ଝିଅ ବାହାଘର ହେଉଥାଏ .
ମାମୁଙ୍କର କେହି ପୁଅ ନଥିବା ହେତୁ ପ୍ରିତମ ସେ ବାହାଘର ର ଟିକ ନିଖ କଥା ବୁଝୁଥାଏ .
ଏତେ ବ୍ୟସ୍ତ ବହୁଳତା ଭିତରେ ସେ ନିଜର ସାର୍ଟ କୁ ଓଲଟା ପିନ୍ଧିଥିଲା .
ବରଯାତ୍ରୀ ଆସିବା ର ସେ ମୁହୂର୍ତ ରେ ସେ କେମିତି ପିନ୍ଧିଦେଇଛି .
ତାଙ୍କ ପାଇଁ ପୁଣି ବସିବା ଖାଇବା ବନ୍ଦବୋସ୍ତ .
ବରଯାତ୍ରୀ ସବୁ ବାହାରେ ଖାଇଲେ ହେଲେ କିଛି ଝିଅ ବାହାରେ ଖାଇବାକୁ ପସନ୍ଦ କଲେଣି ସେଥିପାଇଁ ତାଙ୍କୁ ଘର ଭିତରେ ଖାଇବାକୁ ଦିଆଗଲା .
ଆଉ ସେ ଖାଇବା ପରଷିବା ପିଲା ଟା ପ୍ରିତମ ଥିଲା .
ପ୍ରିତମ ପରଷିବା ସମୟରେ ଗୋଟେ ଝିଅ ତାକୁ ଦେଖି ହସିଲା .
ପ୍ରିତମ କିଛି ବୁଝି ପାରିଲାନି ସେ ସେଠୁ ଚାଲିଆସିଲା .
ପ୍ରିତମ ଭାବିଲା କଣ ପାଇଁ ହସିଲେ ଯାଇ ପଚାରିବି .
ହେଲେ ଆଉ ତାଙ୍କ ସାମ୍ନା କୁ ଯିବା କୁ ଲାଜ ଲାଗୁଥିଲା ପୁଣି ଯଦି କଣ କହି ମଜାକ ଉଡାଇବେ .
ସେ ଝିଅ ମାନେ ଖାଇ ସାରିଲେ .
.
ଝିଅ- ଓ ମିଷ୍ଟର. ଆମକୁ ଅଧା ଖାଇବା ଦେଇ କୁଆଡେ ଗାଏବ ହେଇଗଲ .
ପ୍ରିତମ- ତମେ ମାନେ ହସିଲ .ମତେ ଟିକେ ଖରାପ ଲାଗିଲା.
ଝିଅ- ( ହସିଲା)
ପ୍ରିତମ- ପୁଣି ହସିଲ ଜେ .
ଝିଅ- ତମେ ଏ ପର୍ଯ୍ୟନ୍ତ ବି ଜାଣି ପାରିଲାନି ମୁଁ କଣ ପାଇଁ ହସିଥିଲି .
ପ୍ରିତମ- ନା ଜାଣିପାରୁନି.
ଝିଅ- ହେ ଭଗବାନ .ତମେ ଗୋଟେ ବୁଧୁ.
ଆରେ ତମେ ସାର୍ଟ କୁ ଓଲଟା ପିନ୍ଧିଛ .
ପ୍ରିତମ- ଆରେ ସତରେ ତ .ଏ ବାହାଘର ଗହଳି ରେ କେମିତି ପିନ୍ଧି ପକେଇଛି.
ଝିଅ- ଟିକେ ସ୍ମାର୍ଟ ରହିବନା .
ପ୍ରିତମ- ହଁ ମୋ ସାଙ୍ଗ ମାନେ ବି ସେମିତି କହୁଥିଲେ .
ସ୍ମାର୍ଟ ନରହିଲେ କୋଉ ଝିଅ ବି....
ଝିଅ- କଣ କଣ?
ପ୍ରିତମ- ଆରେ କିଛି ନୁହଁ .
ଝିଅ- ସ୍ମାର୍ଟ ପିଲା କୁ ତ ଝିଅ ମାନେ ବେଶୀ ପସନ୍ଦ କରନ୍ତି .ତାମାନେ ନୁହଁ ସାଧା ସିଧା ପିଲା ଙ୍କୁ ଘୃଣା କରନ୍ତି .
.
ପ୍ରିତମ- ମୁଁ କିଛି ବୁଝିପାରିଲିଣି .
ଝିଅ- ମୁଁ କଣ ହିନ୍ଦୀ ରେ କହିଲି କି .
ତମ ନାଁ କଣ କହିଲ?
ପ୍ରିତମ- ପ୍ରିତମ .ଆଉ ତମ ନାଁ
ଝିଅ- ମୋ ନାଁ ପ୍ରୀତି .
ପ୍ରିତମ- ତମେ ବହୁତ ସ୍ମାର୍ଟ ତା ଠୁ ବି ତମେ ଦେଖିବାକୁ ବହୁତ ସୁନ୍ଦର.
.
ଏମିତି ସେମାନେ ବହୁତ କିଛି କଥା ବାର୍ତା ହେଲେ ଆଉ ବନ୍ଧୁତ୍ବ ବି ହେଇଗଲା .
ଆରମ୍ଭ ହେଇଗଲା ପ୍ରେମ କାହାଣୀ
ପ୍ରୀତି ଓ ପ୍ରିତମ ଙ୍କ ମଧ୍ୟରେ.
.
ସେ ଦୁହେଁ ପରସ୍ପର କୁ ଦେଖା କଲେ ଆଉ ବୁଲା ବୁଲି ମଧ୍ୟ କଲେ .
ପ୍ରିତମ- ଜାଣିଛ ତୁମେ ଆସିବା ପୂର୍ବରୁ ମୁଁ ତୁମକୁ ଭଲ ପାଇଆସୁଛି .
ପ୍ରୀତି- କେମିତି .
ପ୍ରିତମ- ହଁ . ମୁ ସବୁବେଳେ ମୋ ମନର ମାନସୀ କଥା ଭାବେ ଆଉ ସେତେବେଳେ ମୁଁ ସ୍ବପ୍ନ ବାନ୍ଧିଥିଲି ମୋ ମନର ମାନସୀ କୁ ପାଇଲେ ତାକୁ ଏତେ ଏତେ ଭଲ ପାଇବା ଦେବି .
ଆଉ କେତେ କଣ ଭାବିଛି କହିଲେ କଥା ସରିବନି .
ପ୍ରୀତି- ତଥାପି କେତେ ବାଟ ପର୍ଯ୍ୟନ୍ତ ଭାବୀଛ .
ପ୍ରିତମ- ପିଲା ଛୁଆ ଜନ୍ମ ହେବ ପର ପର୍ଯ୍ୟନ୍ତ .
ପ୍ରୀତି- ହେ ଭଗବାନ ,ଧୀରେ କୁହ
ଆମେ ବସ ରେ ଅଛନ୍ତି .ଲୋକ ଶୁଣିଲେ ଖରାପ ଭାବିବେନି .
ପ୍ରିତମ- ଆରେ ଖରାପ ଭାବୁ ତମେ ତ ମୋ ଦୁନିୟା .
.
କିଛି ସମୟ ପରେ ..
ପ୍ରୀତି ର ହାତ କଟିଗଲା ବସ ର କାଚ ରେ .
ପ୍ରିତମ ପ୍ରୀତି ର ହାତ କାଟି ଯିବାର ଦେଖି
ପକେଟ ରୁ ରୁମାଲ ବାହାର କରି ପ୍ରୀତି ହାତ ରେ ବାନ୍ଧି ଦେଲା .
ପ୍ରିତମ- ଚାଲ ହସ୍ପିଟାଲ ଯିବା .
ପ୍ରୀତି- ଆରେ ନାଇଁ ବାବା ତମେ ଏତେ ବେସ୍ତ କାଇଁ ହେଉଛ .ଅଳ୍ପ କଟିଛି .
.
ପ୍ରିତମ ସେ ବସ କଣ୍ଡକ୍ଟର ପାଖକୁ ଯାଇ ପାଟି ତୁଣ୍ଡ କଲା .
.
ପ୍ରୀତି ପ୍ରିତମ ର ସେଦିନ ଉଗ୍ର ରୂପ ଦେଖିଥିଲା ହେଲେ ତାକୁ ପ୍ରିତମ ର ଏତେ ଭଲ ପାଇବା ନଜର ଆସିଥିଲା .
.
                           ନିଶ୍ଚୟ ସେୟାର କରିବେ.
PART-2 Coming Soon.

No comments:

Post a Comment