SERVICES

Latest Story

Monday, 29 July 2019

PUSTAKA【ପୁସ୍ତକ】

Story No:-8

#ପୁସ୍ତକ
**********
ଏକ ଶିକ୍ଷା ପ୍ରଦାନକାରି କାହାଣୀ.
ସୁରେଶ 14 ବର୍ଷ ର ହେଇଥାଏ .ସ୍କୁଲ ରୁ ଫେରି ଘରେ ପହଁଚିଲା ପରେ ବାପା -  ତୋର ମାର୍କ ସିଟ ଦେଖା .
ସୁରେଶ-  (ଡରିକି)  ଦେଇନାହାନ୍ତି .
ବାପା- ପଡିସା ଘର ସୌରଭ ସେ କେମିତି ପାଇଲା .ସେ ସ୍କୁଲ ରେ ଫାଷ୍ଟ ହେଇଛି .
ସୁରେଶ- ତା ବାପା ସାର ଙ୍କ ଚିହ୍ନା ସେଥିପାଇଁ ତାକୁ ଫାଷ୍ଟ କରିଦେଇଛନ୍ତି.
ବାପା- ଏବେ ପରା କହୁଥିଲୁ ମାର୍କ  ସିଟ ଦେଇନାହାନ୍ତି.
ସୁରେଶ- (ଆହୁରି ଡରିଗଲା  ଆଉ ଚୁପ ରହିଲା)
ବାପା-  କାଲି ଯେମିତି ମାର୍କ ସିଟ ମୋ ହାତରେ ଥାଏ .
ମା- ଓଃ ହୋ ଟିକେ ରୁହ ପିଲା ଟା ଖାଇସାରି ତାକୁ ପଚାରିବା .
ସୁରେଶ ମା ପାଖକୁ ଦେଖି ଦୌଡ଼ି ପଳାଏ .
ସୁରେଶ ରାତିରେ ଭାବୁଥାଏ କଣ କରିବି ବାପା ମୋ ମାର୍କ ଦେଖିଲେ ମତେ ମାରିକି ଛେଚି ପକେଇବେ .
କଣ ଏବେ କରିବି.
ତା ପର ଦିନ ବାପା ଙ୍କ ସାମ୍ନା କୁ ଭୟ ରେ ଯାଉନଥାଏ .
ତା ପରେ ବାପା ସୁରେଶ କୁ ପୁଣି ଥରେ ମାର୍କ ସିଟ କଥା ପଚାରନ୍ତି .
ସୁରେଶ ଡରି ଡରି ମାର୍କ ସିଟ ବାପା ଙ୍କ ହାତକୁ ଦିଏ .
ମାର୍କ ଦେଖି ବାପା ବହୁତ ରାଗିଯାଆନ୍ତି ଆଉ ସୁରେଶ କୁ ବହୁତ ମାରନ୍ତି .
ସେହି ସମୟ ରେ ସୌରଭ ଲୁଚି କରି ସୁରେଶ ର ମାଡ ଖାଇବା ଦେଖି ହସୁଥାଏ.
ସୁରେଶ କାନ୍ଦି କାନ୍ଦି ଗଡିଯାଏ ଆଉ ତାର ମାଡ ପ୍ରତି ଭୟ ଆସିଯାଏ.
ମା ମନ ଅସମ୍ଭାଳ ହେଉଥାଏ .
ମା- ପିଲା ଟା କୁ ଏତେ ମାରୁଛ .
ବାପା- ମାରିବିନି , ଦେଖା କେତେ ମାର୍କ ଆଣିଛି ସେ କୁଳାଙ୍ଗାର .ଯେତେବେଳେ ଯାହା ମାଗିଲା ସବୁ ଦେଇଛି .ଖାଇବା ପିନ୍ଧିବା ରେ କେବେ ଉଣା କରିନି .
ସବୁବେଳେ ତ ବୁଲିଲା ସେ ଖେଚେଡିଆ  ପିଲା ଙ୍କ ସାଙ୍ଗରେ ଆଉ ପାଠ ହେବ କଣ .
ସୁରେଶ ମା କୁ ଦେଖି ଆହୁରି ଅଧିକ କାନ୍ଦେ ଓ ମା ର ପଛ ପଟେ ଲୁଚି ଯାଏ.
ମା- ତୁ ପଢୁନୁ ବୋଲି ଏତେ ମାଡ଼ ଖାଉଛୁ .ଏଥର ମନ ଦେଇ ପଢ଼ିବୁ ହେଲା.
ସୁରେଶ-  ହଁ ମୁଣ୍ଡ ରେ ବସାଅ.
ସେଦିନ ରାତି ହେଲା
ବାପା ବଜାର  ରୁ ଘରକୁ ଫେରି ଦେଖନ୍ତି ତ ସୁରେଶ ସୋଇପଡିଛି .
ବାପା- ସୁର କିଛି ଖାଇଛିନା. ପିଲା ଟା କୁ ଆଜି ବହୁତ ମାରିଲି .
ମା- ପିଲା ଟା କୁ ଏତେ ମାରିବା କଣ ଦରକାର ଥିଲା.
ବାପା- କଣ କରିବି ଯଦି ଏବେ ଠିକ ରାସ୍ତା ନଦେଖେଇଲି ସେ ଭୁଲ ରାସ୍ତା କୁ ଚାଲିଯିବ.ଆମର ସ୍ବପ୍ନ ଅଛି ଆମ ପୁଅ ଗୋଟେ ବଡ ଡାକ୍ତର ହେବ .
ସେ ଏବେ ଠାରୁ ମନ ଦେଇ ପଢିଲେ ସିନା ସ୍ବପ୍ନ ପୁରଣ ହେବ.
ମା- ଦେଖିବ ସେ ଦିନେ ନା ଦିନେ ବଡ ଡାକତର ହେବ.
ପର ଦିନ ....
ସୁରେଶ ମାଡ଼ କଥା ଯେତିକି ଭାବୁନଥାଏ ସୌରଭ ର ହସ ଦେଖି ତା ରାଗ ଉପରକୁ ଚଢିଯାଉଥାଏ . ସେ ମନ ରେ ସ୍ଥିର କରିଥାଏ ସୌରଭ ଠୁ ପାଠ ପଢା ରେ ଆଗେଇବ.
ଦଶମ ପରୀକ୍ଷା ରେ ସୁରେଶ ସୌରଭ ଠୁ ଅଧିକ ମାର୍କ ଆଣିଲା .
ହେଲେ ଦୁଃଖ ର କଥା ବାପା ଙ୍କ ଯୋଉ ବ୍ୟବସାୟ  ଥିଲା ତାହା ବୁଡିଗଲା .
ତଥାପି ବାପା ,ସୁରେଶ କୁ ଡାକ୍ତର କରିବାର ସବୁ ଖର୍ଚ କରିବାରେ ଲାଗିଲା ଶେଷରେ ଜମି ବି ବିକ୍ରି କରିଦେଲା .
ସୌରଭ ବି ଡାକ୍ତର ହେବା ପାଇଁ ତା ବାପା ତାକୁ ପଢେଇଲା .ତା ବାପା ର ବି ବହୁତ ପଇସା ଥିଲା . ସୌରଭ କୁ ବଡ ସହର କୁ ପଠେଇଲା ପଢିବା ପାଇଁ .
ଧୀରେ ଧୀରେ
ସୁରେଶ ତା ପାଠ ପଢା ରେ ଉନ୍ନତି କରୁଥିଲା ତାର ଶିଖିବା ପାଇଁ ଇଚ୍ଛା ଥିଲା .
ଆଉ ଏପଟେ
ସୌରଭ ର ପଇସା ଅଧିକ ଥିବାରୁ  ମୋୖଜ଼  ମଜଲିସ ରେ ଦିନ କାଟୁଥିଲା .ଆଉ ପଢା ରେ ଅଳ୍ପ ସମୟ ଦେଉଥିଲା .
ସୌରଭ ଜାଣିଥିଲା ସବୁ କିଛି ପଇସା ଦ୍ୱାରା ସମ୍ଭବ .
ସେଇ ପଇସା ଉପରେ ନିର୍ଭର କରି ପାଠ ରେ ଦୁର୍ବଳତା ଆସିଗଲା.
ଆଉ ପରୀକ୍ଷା ରେ ଫେଲ ହେବା ଭୟ ରେ ସେ ଲାଞ୍ଚ ଦେଇ କପି କରି ପାସ ହେଇଗଲା .
ପ୍ରାକଟିକାଲ  ରେ ବି ସେ ଲାଞ୍ଚ ଦେଇ ପାସ ହେଇଗଲା .ଆଉ ସେ ଲାଞ୍ଚ ରେ ଲାଞ୍ଚ ରେ ଗୋଟେ ଡାକ୍ତର ହେଇଗଲା.
.
ଏପଟେ
ସୁରେଶ କଠିନ ପରିଶ୍ରମ କରି ସେ ଆଗକୁ ଯାଇ ପାରୁନଥିଲା
କାହିଁକି ନା ବାପା ଙ୍କ ପାଖରେ ଆଉ କିଛି ନଥାଏ ବିକିବାକୁ .
ହେଲେ ସୁରେଶ ହାର ମାନିନଥିଲା ତାର ଇଛା ଥିଲା ଡିଗ୍ରୀ  ନପାଇଲେ ନାହିଁ ହେଲେ ପ୍ରାଟିକାଲ କରି ତ କିଛି ଶିଖିପାରିବ .
ସୌରଭ ର ବାପା ସୌରଭ କୁ ନିଜ ସହର ରେ ଡାକ୍ତର ଖାନା ଖୋଲିବାକୁ କହିଲା.
ସୌରଭ ବି ବାପା ଙ୍କ କଥା ମାନି ଡାକ୍ତର ଖାନା ସେଇ ପାଖରେ ଖୋଲିଲା .
କିଛି ଦିନ ପରେ ...
ସୌରଭ ର ବାପାଙ୍କର  ବଡ ଦୁର୍ଘଟଣା ଟେ ହେଲା .ସେହି ସମୟ ରେ ସୁରେଶ ଓ ଗାଁ ଲୋକେ ସୌରଭ ର ବାପା କୁ ଉଠାଇ
 ତାଙ୍କୁ ସୌରଭ ଡାକ୍ତରଖାନା  କୁ ନେଇଗଲେ .
ବାପା ଙ୍କର ଏମିତି ଅବସ୍ଥା ଦେଖି ସୌରଭ ବହୁତ ଚିନ୍ତା ରେ ପଡିଗଲା .
ସେ ଜାଣିପାରୁନଥାଏ କଣ କରିବ.
ସେ ଅପରେସନ ର ପ୍ରାଟିକାଲ ବି କେବେ ଦେଖିନି ଏବେ କରିବ କେମିତି .
ସେ ଅନ୍ୟ ସବୁ ଡାକ୍ତର ସାଙ୍ଗ ମାନଙ୍କୁ ଫୋନ କରି ଆସିବାକୁ କୁହେ .
ହେଲେ ସେନେ ମନା କରିଦିଅନ୍ତି.
ସୌରଭ ମୁଣ୍ଡ ରେ ହାତ ଦେଇ କାନ୍ଦିବାକୁ ଲାଗିଲା -  କଣ କରିବି ମୋ ବାପା ଙ୍କୁ କେମିତି ଠିକ କରବି .
ସୁରେଶ  ରୁ ଆସି ସୌରଭ କୁ କହିଲା- ଆରେ ଶୀଘ୍ର ଅପରେସନ  କରୁନ.
ସୌରଭ- ହେ ମୁଁ ଡାକ୍ତର ମୁଁ ଜାଣିଛି କେତେବେଳେ ଅପରେସନ କରିବା କଥା କରିବି .
ସୁରେଶ- ମୁଁ ତୋ ଆଖି ଦେଖି ଜାଣିପାରି .ତୁ କଣ କରିପାରିବୁ .ଲାଞ୍ଚ ଦେଇ ସବୁକିଛି କିଣାଯାଇପାରେ  ହେଲେ କାହା ଜୀବନ ନୁହେ .
ସାଟିଫିକେଟ କୁ ବି ଶେଷରେ ଛାଡ଼ିଲୁଣି .
ସୌରଭ- କଣ କରିଥାନ୍ତି .ପଇସା ଥିଲା ସେଥିପାଇଁ ସହଜ  ରେ ଡାକ୍ତର ହେବା ପାଇଁ ଲାଞ୍ଚ ଦେବା ନିହାତି ଆବଶ୍ୟକ  ଥିଲା .ନହେଲେ ଏବେ ତୋ ଭଳି ବୁଲୁଥାନ୍ତି .
ସୁରେଶ- ତୁ ଭୁଲ କହୁଛୁ ଅବଶ୍ୟ ମୋ ପାଖରେ ସାଟିଫିକେଟ ନାହିଁ ହେଲେ ମୁ ଏବେ ବି ପ୍ରାଟିକାଲ କରୁଛି .
ଥରେ ତୁ କହ ତୋ ବାପା ଙ୍କ ଅପରେସନ କରିପାରିବି .
ସୌରଭ ର ପାଖରେ ଆଉ କିଛି ଉପାୟ ବି ନଥିଲା .
ଶେଷରେ ସୁରେଶ ହିଁ ସୌରଭ  ବାପା ର ଅପରେସନ କଲା .
ଆଉ ସଫଳ ବି ହେଲା .
ଶେଷରେ ସୌରଭ ନିଜ ଭୁଲ କୁ ବୁଝିପାରିଲା .
ନିଜକୁ ଠକିବା କେତେ ବଡ ବିପଦ ସେ ଅନୁଭବ କରିପାରିଲା .
ଲାଞ୍ଚ ଦେଇ କାମ ହାସଲ କରିବା ର ଫଳ ଆଜି ତାକୁ ଉଚିତ ଶିକ୍ଷା ଦେଇଗଲା .
ଏହା ଏକ ସତ ଘଟଣା ନହେଇପାରେ
ହେଲେ ଦୁନିଆରେ ମୂର୍ଖ ଲୋକ ବଡ ପଦବୀ  ରେ ବସିଛନ୍ତି ଆଉ ଯାହାଙ୍କର ଭବିଷ୍ୟତ ଉଜ୍ବଳ ସେମନେ ଲାଞ୍ଚ ନଦେବାରୁ  ବଂଚିତ ଅଛନ୍ତି .
                                *******The End*******
Msg for you- ଡିଗ୍ରୀ ର ଲୋଭ ରେ ତୁମେ ତୁମ ପୁସ୍ତକ  କୁ ଭୁଲିଯାଅନି .ପୁସ୍ତକ ରୁ ଯାହା ମିଳିବ ତାହା ଡିଗ୍ରୀ ରୁ ପାଇବନି .
"Pratical ଜଣା ଥିଲେ ଡିଗ୍ରୀ ର ଆବଶ୍ୟକତା  ନାହିଁ"
ହେଲେ ଏହି ଦୁନିୟା କୁ ଡିଗ୍ରୀ  ଦରକାର ସେ କଠିନ ପରିଶ୍ରମ କରି ପାସ ହେଉ କି ଲାଞ୍ଚ ଦେଇ .
ମୋ ମତ ରେ -  ତମେ ପାସ ହେବ ପାଇଁ ନ ପଢି concept ପ୍ରତି ଧ୍ୟାନ ଦିଅ .
ସାଟିଫିକେଟ ତୁମକୁ ପାଇବା ପାଇଁ ଗୋଡ଼େଇବ ତମେ ନୁହଁ "
ଭଲ ଲାଗିଥିଲେ ସେୟାର କରିବେ.

No comments:

Post a Comment