SERVICES

Latest Story

Thursday, 1 August 2019

RAKTAMUKHA RAKHYASA【ରକ୍ତମୁଖା ରାକ୍ଷସ】

Story No:-14

#ରକ୍ତମୁଖା_ରାକ୍ଷସ


ଦୁର୍ବଳ ହୃଦୟ ଓ ଝିଅ ମାନଙ୍କୁ ପଢିବା ମନା.ଯଦି ସାହସ ଅଛି ତେବେ ପଢ଼ିପାରନ୍ତି .
**********
1998 ମସିହା ର କଥା.
ପାଖ ଗାଁ ରେ ମୋ ମାଉସୀ ଘର.
ମାଉସି ଝିଅ ର ବାହାଘର ହେବାକୁ ଥାଏ .ସେମାନେ ନିମନ୍ତ୍ରଣ କରିଥାନ୍ତି .
ମତେ 4 ବର୍ଷ ହେଇଥାଏ .
ମୁଁ ଜିଦ ଧରି ବସିଲି ଭୋଜି ଖାଇବାକୁ ଯିବା ପାଇଁ .
ସେଠୁ ବାପା ମୋ ଜିଦ ଦେଖି ରାଜି ହେଲେ ମତେ ସାଙ୍ଗରେ ନେବା ପାଇଁ. ସନ୍ଧ୍ୟା 7 ରେ ଆମେ ବାହାରିଲୁ .
ପାଖ ଗାଁ ସେଥିପାଇଁ ଚାଲି ଚାଲି ଗଲୁ .
ଆଗରୁ ବହୁତ ବଣ ଜଙ୍ଗଲ ଥିଲା ରାସ୍ତା ର କଢ଼େ କଢ଼େ ବାଉଁଶ ଗଛ ,ତେନ୍ତୁଳି ଗଛ ଏମିତି ବହୁତ ବଡ ବଡ ଗଛ .ତା ଠୁ ଟିକେ ଦୂରରେ
ବିଲ ରାସ୍ତା ବି ଥାଏ .
ବାଉଁଶ ଗଛର କଡମଡ ଶବ୍ଦ ଶୁଭୁଥାଏ ଭୟଙ୍କର ଥାଏ.
ମାଉସୀ ଙ୍କ ଘର ଗାଁ ର ଶେଷ ମୁଣ୍ଡ ରେ ଥିଲା ଆଉ ସେଠି ପହଂଚିବାକୁ ଆମକୁ 45 ମିନିଟ ଲାଗିଯାଏ .
.
ଗଲା ବେଳେ ତ କିଛି ଅସୁବିଧା ହେଲାନି .
ସେଠି ପହଂଚି ଅତିଥି ଚର୍ଚ୍ଚା ହେଲା .
ତା ପରେ ବର ରୋଷଣୀ କରି ପାଲିଙ୍କି ରେ ବସି ଆସିଲା.
ବାହାଘର ଦେଖୁଥିଲି ମାଉସୀ ଖାଇବାକୁ ଡାକିଲେ .
ବାପା ବି ଖାଇଲେ .
ତା ପରେ ବାପା ମାଉସୀ କୁ କହିଲେ ତା ବୋଉ ଏକା ଘରେ ଅଛି.
ଆମେ ଯାଉଛୁ .
ମାଉସୀ ରୁହ କହି
ଗୋଟେ ଟିପିନ ରେ ସବୁ ଖାଇବା ଜିନିଷ ରୁ ସେଥିରେ ଦେଲେ.
ସେତେବେଳେ ବାହାଘର ସରି ଆସିଥାଏ.
ରାତି 11 ବି ହେଇଯାଇଥାଏ .
ବାପା ମତେ କାନ୍ଧରେ ବସେଇ
ଟିପିନ କୁ ହାତରେ ଧରି ଆସୁଥାନ୍ତି .
ଆଉ ଗୋଟେ ହାତରେ ଟ୍ରଚ ଧରିଥାନ୍ତି .
ଜହ୍ନ ରାତି ହେଇଥାଏ
କିଛି କିଛି ଦେଖାଯାଉଥାଏ .
ପବନ ବି ସୁଲୁସୁଲିଆ ବୋହୁଥାଏ .
କିଛି ବାଟ ଆସିଲା ପରେ
ଗୋଟେ ବିଲ ରାସ୍ତା ପଡିଲା .
ହଟାତ ମୋର ନଜର ପଡ଼ିଲା ସେ ବିଲ ପାଖ ନଇଁ କୁଳ କୁ .
କିଛି ଡାହାଣୀ ବିଷ୍ଟା ଚରୁଥିଲେ .
ମୁ ଭାବିଲି ଛୋଟ ଛୋଟ ଗଛ
କାହିଁକି ନା ତାଙ୍କ ଗୋଡ ଉପରକୁ ଆଉ ମୁଣ୍ଡ ତଳକୁ ଥିଲା .
ମୁଁ ପୁଣି ଥରେ ଦେଖିବାକୁ ଚେଷ୍ଟା କଲି
ତା ପରେ ଯେବେ ମୁ ଜାଣିଲି ସେମାନେ ହଲଚଲ ଚାଲବୁଲ କରୁଛନ୍ତି.
ମୁ ବହୁତ ଡରିଗଲି .
ମୋ ରୁମ ଟାଙ୍କୁରୀ ହେଇ ଉଠିଲା .
ମୁ ବାପା ଙ୍କୁ କିଛି କହିପାରୁନଥାଏ .
ଖାଲି ହାତ ଦେଖେଇଲି .
ଯେମିତି ମୁ ହାତ ଦେଖେଇଛି .
ସେଠୁ ଗୋଟେ ଡାହାଣୀ
ଗୋଟେ ଗୋଡ ରେ ଡେଇଁ ଡେଇଁ ଆସିଲା ଆମ ପାଖକୁ
ମୁ ଆଖି ବୁଜିଦେଲି .
ସେତେବେଳେ ଆମେ କିଛି ଦୁରକୁ ପଳି ଆସିଥିଲୁ .
ମୁ ଆଖି ଖୋଲି ଦେଖିଲା ବେଳକୁ କେହି ଡାହାଣୀ ପାଖରେ ନଥିଲେ .
ବାପା ଙ୍କ କାନ୍ଧ ଉପରେ ବସି ସେମିତି ରେ ମୋ ନିଦ ବି ଉଡିଯାଇଥାଏ .
ହେଲେ ମତେ ଟିକେ ପରେ ଟିକେ ଲାଗୁଥିଲା ଯେମିତି ଆମ ପଛରେ କିଏ ଆସୁଛି .
ହେଲେ ମୋ ବାପା ଙ୍କୁ କିଛି ଫରକ ପଡୁନଥାଏ.
କିଛି ବାଟ ଆସିଲା ପରେ ବାଉଁଶ ଗଛ ପଡିଲା .
ସେଠି ଯୋଉ ବିକଟାଳ ଶବ୍ଦ ଶୁଣିଲି
ମୋ ଦେହ ଥରିଲା.
ଏତେ ଲମ୍ବା ଲମ୍ବା ବାଉଁଶ ଗଛ ଆମ ରାସ୍ତା ରେ ଶୋଇ ପଡୁଥାଏ .
ବାପା ସେତେବେଳେ ଜାଣିସାରିଲେଣି
କେହି ବ୍ରହ୍ମ ରାକ୍ଷସ ଆମକୁ ଦେଖୁଛି.
ସେଠୁ ବାପା ଶୀଘ୍ର ଚାଲିବାକୁ ଚେଷ୍ଟା କଲେ .
ହେଲେ ଗୋଟେ ଗଛ ପରେ ଆଉ ଗୋଟେ ଗଛ କିଏ ଡ଼େଇଁ ଝୁଙ୍କୁଥାଏ.
ଆଉ ଛାତି ଥରା ସେ ବିକଟାଳ ଶବ୍ଦ ଲୋମ ଟାଙ୍କୁରୀ ହେଇଯାଉଥାଏ .
ଯେତେ ଶୀଘ୍ର ଗଲେ ବି ବ୍ରହ୍ମ ରାକ୍ଷସ ଆମ ଆଗରେ ଥାଏ .
କିଛି ବାଟ ଗଲା ପରେ ପୁଣି ବାଉଁଶ ଗଛ ପଡିଲା
ହେଲେ ଏଥର ସେ ବାଉଁଶ ଗଛ ରୁ ବହୁତ ସାରା ପଥର ଆମ ରାସ୍ତା ଆଗରେ କୁଢ଼ ହେଇଯାଉଥାଏ.
ମୁ ବାପା ଙ୍କୁ ଜାବୁଡି ଧରିଥାଏ .
.
ସେ ବ୍ରହ୍ମ ରାକ୍ଷସ ଆମକୁ ଯିବାକୁ ଦେଉନଥାଏ .
ଆମର ବ୍ରାହ୍ମଣ
ମୋ ବାପା ପୂଜା ମନ୍ତ୍ର ସବୁ ଜାଣିଥିଲେ .
ଆଉ ଏ କଥା ବି ଜାଣିଥିଲେ .
ଆମେ ଯାହା ମାଉସୀ ଘରୁ ଟିପିନ ରେ ଖାଇବା ଆଣିଛୁ
ସେ ସବୁ ତାକୁ ନଦେଲା ଯାଏଁ ସେ ଆମକୁ ରାସ୍ତା ଛାଡିବନି .
.
ସେଠୁ ବାପା ଯାହା ଖାଦ୍ୟ ଜିନିଷ ଆଣିଥିଲେ ସବୁ ସେଠି ଢ଼ାଳିଦେଲେ.
ଆଉ ମାନେ ମାନେ କଣ ମନ୍ତ୍ର ପଢ଼ିଗଲେ .
ତା ପରେ ସବୁ କିଛି ଶାନ୍ତ ପଡିଗଲା .
ହେଲେ ମୋ ମନରୁ ସେ ଡାହାଣୀ ଦୂର ହେଇନଥିଲା .
ମତେ ଏବେ ବି ଲାଗୁଥିଲା ସେ ମୋ ପଛରେ ଆସୁଛି.
ମୁ ଆଖି ବୁଝିଦେଲି .
ତା ପରେ ଘରେ ଯାଇ ଆଖି ଖୋଲିଲି .
.
ମୋ ମନ ରେ ସେ ଭୟ ଟା କିଛି ଦିନ ରହିଲା.
କିଛି ଦିନ ପରେ
ଘରେ ମୁଁ ସୋଇଥାଏ
ଖରା ଦିନ ପବନ ବି ବହୁଥାଏ .
କଣ ହେଇଛି ନା
ଝରକା ର କିଡ଼କି କିଏ ଖୋଲିଦେଇଛି
ପବନ ରେ ଯେବେ ଝରକା ହଲିବାକୁ ଲାଗିଲା ସେତେବେଳେ ମୋର ସେଇ କଥା ମାନେ ପଡିଗଲା
କାହିଁକି ନା ଆମ ଘର ପଛରେ ଖାଲି ଗଛ ଥିଲା
ଆଉ ସବୁଠୁ ଭୟଙ୍କର ଶବ୍ଦ ବାଉଁଶ ଗଛ ର ସେ କଡମଡ ଶବ୍ଦ.
ସେତେବେଳେ ରାତି 1
ମତେ ବହୁତ ଡର ଲାଗୁଥିଲା
ଯଦି ମୁଁ କାହାକୁ ଡାକିବି
ଯଦି ସେ ଭୁତ ମୋ କଥା ଶୁଣିଦେଲା .
ସେଥିପାଇଁ ମୁଁ ଚାପୀଗଲି .
କିଛି ହଲ ଚଲ ବି ହେଲିନି.
ତା ପରେ ଆମ ଛାତ ଉପରେ କିଏ ଦୁମ ଦୁମ କରିଲା ଭଳି ଶବ୍ଦ ଶୁଣାଗଲା .
ମୁ କାହାକୁ କିଛି ନକହି ଚୁପ କିଣା ସୋଇପଡିଲି .
.
.
.
.
ହେଲେ ଏବେ ବି ମୁଁ ସେଇ କଥା ଭାବୁଛି
କଣ ସତରେ ସେଦିନ ଭୁତ ଆମ ଛାତ ଉପରେ ଡ଼େଉଁଥିଲା .
ତାର ଉତ୍ତର ମୁ ଏବେ ଯାଏଁ ବି ପାଇନି .
                                        ********The end*********
Msg for u - କେହି ଡରିବନି .ଏବେ ଆଉ ସେ ଡାହାଣୀ କି ବ୍ରହ୍ମ ରାକ୍ଷସ ନାହାନ୍ତି .
ଆଗରୁ ତ ସମସ୍ତେ କହୁଥିଲେ ରାସ୍ତାରେ ମାଦଳ ଗଡନ୍ତି . ଯାହାର ମୁଣ୍ଡ ଆଉ ଗୋଡ ନଥାଏ
ଆଉ ସବୁଠୁ ଭୟଙ୍କର ବ୍ରହ୍ମ ରାକ୍ଷସ ଥିଲା ସେ ବି ଲୋପ ପାଇଗଲେଣି .
ଭୁତ ଫୁତ କିଛି ନାହିଁ .ହେଲେ ବେଶୀ ଝିଅ ମାନଙ୍କୁ ଭୁତ ଆକ୍ରମଣ କରନ୍ତି ତାଙ୍କରି ଛାତ ଉପରେ ଭୁତ ନାଚନ୍ତି .
କେବେ ପଙ୍ଖା ବନ୍ଦ କରି ସୁଅ ସେ ଶବ୍ଦ ତମ କାନ ରେ ବାଜିବ.
.
.
.
ଉପରେ ଯାହା ବି କହିଲି ସେ ସବୁ କାଳ୍ପନିକ ଦୟାକରି ବାସ୍ତବ ର ରୂପ ଦେବାକୁ ଚେଷ୍ଟା କରିବେନି.
ଯଦି ଡରିଯାଇଥିବେ ତେବେ ମତେ ଗୋଟେ ନିରୀହ ପିଲା ଭାବି ଛାଡ଼ିଦେବେ .
              ଗଳ୍ପ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.

No comments:

Post a Comment