SERVICES

Latest Story

Saturday 10 August 2019

PREMA[ପ୍ରେମ]



#ପ୍ରେମ

ହିନ୍ଦୁ ଝିଅ ଓ ମୁସଲିମ ପୁଅ ର ଏକ ନିଆରା ପ୍ରେମ କାହାଣୀ .
ସମୀର ଗୋଟେ ମୁସଲିମ ଘରର ପୁଅ .ମୋନା ହିନ୍ଦୁ ଘର ର ଝିଅ .
ଭଲପାଇବା କେତେବେଳେ କାହାକୁ କେଉଁଠି ହେଇଯାଏ କେହି କହିପାରନ୍ତିନି .
2014 ମସିହା ର କଥା .
ମୋନା ଧୀରେ ଧୀରେ ଫେସବୁକ ର ବ୍ୟବହାର କରୁଥାଏ .ତା ପାଖକୁ ସମୀର ର frnd rqst￰ଆସିଥିଲା.
ମୋନା ସମୀର ର frnd rqst କୁ ଗ୍ରହଣ କରିନିଏ .
ସେମାନେ ନିଜ ନିଜ ବିଷୟରେ କଥା ବାର୍ତା ହୁଅନ୍ତି .
ତାଙ୍କ friendship ବି ବଢିବାକୁ ଲାଗେ .
ମୋନା ର ଭାଇ ମୋନା କୁ ଏତେ ଫେସବୁକ ଚଲାଇବାକୁ ମନା କରିଦିଏ .
ମୋନା ବହୁତ ଚିନ୍ତା ରେ ପଡ଼ିଯାଏ .
ମୋନା କିଛି ଦିନ ଫେସବୁକ ଗଲାନି.
ଏପଟେ ସମୀର ବି ମୋନା କୁ ବହୁତ ମନେ ପକଉଥାଏ ହେଲେ ସେ ବା କଣ କରିପାରିବ .
କିଛି ଦିନ ପରେ ...
ମୋନା ତା ଭାଇ ର ଅଜାଣତ ରେ ଅନ୍ୟ ଗୋଟେ fb ରେ id ￰ଖୋଲେ.
ମୋନା- ମୁଁ ମୋନା କହୁଥିଲି .ତମେ କେମିତି ଅଛ .
ସମୀର- ତୁମେ ଏମିତି କିଛି ନକହି କୁଆଡେ ଗାଏବ ହେଇଗଲ. ଜାଣିଛ ମୁଁ କେତେ ଚିନ୍ତା ରେ ଥିଲି .
ମୋନା - ସରି .ମୁଁ କଣ କରିଥାନ୍ତି ଜେ ଭାଇ ଫେସବୁକ ଚକେଇବାକୁ ମନା କରିଛି .
ସମୀର- ସେ କଥା ଛାଡ .ତମେ କେମିତି ଅଛ? ଠିକ ସେ ଖିଆ ପିଆ କରୁଛ କି ନାହିଁ ? 
ମୋନା - ହଁ ବାବା ମୁଁ ଠିକ ଅଛି .ଆଉ ତମେ ?
ସମୀର- ମୁଁ ଠିକ ନଥିଲି କିନ୍ତୁ ତମ ସହ କଥା ହେଲା ପରେ ମୋ ମୁଣ୍ଡ ରୁ ଚିନ୍ତା ଗଲା .
..ଏମିତି ତାଙ୍କର ଧୀରେ ଧୀରେ କଥା ବଢ଼ିଲା ଦୁହେଁ ଦୁହିଁଙ୍କୁ ଭଲପାଇ ବସିଲେ .
ହେଲେ କହିବାକୁ ଡରୁଥିଲେ .
ସମୀର- ମୋର କିଛି କହିବାର ଥିଲା ତମକୁ ହେଲେ ଶୁଣି ସାରିବା ପରେ ମତେ block ￰କରିଦେବନି ତ?
ମୋନା-( ଉତ୍କଣ୍ଠା ର ସହ ) ହଁ କୁହ ମୁଁ block କରିବିନି.
ସମୀର - ନାଇଁ ମାନେ ମୁଁ ଲୋଭେ 
ମୋନା - ହଁ କୁହ 
ସମୀର - ମୁଁ love movie ବହୁତ ଦେଖେ .
ମୋନା - ତ .
ସମୀର - i love you 
ମୋନା - ଏତିକି କଥା କହିବା ପାଇଁ କେତେ ଦିନ ଲଗେଇଦେଲା ବୁଧୁ .
ମୁଁ ବି ତୁମକୁ ବହୁତ ଭଲପାଏ .
.
ଧିରେଧୀରେ ତାଙ୍କର ପ୍ରେମ ଆହୁରି ନିବିଡ ହେବାକୁ ଲାଗିଲା .
ଏ କଥା ଯେବେ ସମୀର ର ବାପା ଜାଣିପାରିଲା ସେ ସମୀର ଫୋନ ରୁ ମୋନା କୁ କଲ କଲା.
ସମୀର ର ବାପା - ମୁ ସମୀର ର ବାପା କହୁଥିଲି.
ମୋନା- ଅଙ୍କଲ ପ୍ରଣାମ .
ସମୀର ର ବାପା - ସମୀର ର ଟିକେ ମୁଣ୍ଡ ଦୋଷ ଅଛି .ତୁ ତାକୁ ଭୁଲିଯା ମା .
ତା ପାଖକୁ ଆଉ କେବେ କଲ କରିବୁନି .
ଫୋନ କାଟିଦେଲା ପରେ ମୋନା ବହୁତ କାନ୍ଦିଲା .
ସମୀର ବି ଆଉ ଫୋନ କଲାନି .
କିଛି ଦିନ ପରେ ଗୋଟେ ଅଜଣା ନଂ ରୁ କଲ ଆସିଲା .
ମୋନା - କିଏ?
ସମୀର-(ଧୀର ସ୍ୱର ରେ ) ତମେ କେମିତି ଅଛ .
ମୋନା-(ଆଖି ରୁ ଲୁହ ଝରି ପଡିଲା) କୁଆଡେ ଯାଇଥିଲ ଏତେ ଦିନ ହେଲା .ପ୍ରତି ମୁହୂର୍ତ ରେ ତମକୁ ମାନେ ପକାଇ କେତେ କାନ୍ଦିଛି .
ସମୀର- କଣ କରିବି ବାପା ମୋ ଫୋନ ଭାଙ୍ଗି sim ￰ଫୋପାଡ଼ିଦେଇଥିଲେ.
ମୋନା- (କାନ୍ଦିକି) ପ୍ଲିଜ଼ ମତେ କେବେ ଧୋକା ଦେବନି .ମୁଁ ସତ କହୁଛି ମୁଁ ମରିଯିବି .
ସମୀର- ତମେ କାନ୍ଦନି ମୁଁ କେବେ ବି ତୁମକୁ ଏକା ଛାଡି କୁଆଡେ ବି ଯିବିନି .ମୁଁ ବି ତମକୁ ନିଜ ଜୀବନ ଠୁ ଆଧିକ ଭଲପାଏ.
ମୋନା- ସତ କହୁଛ.
ସମୀର- (ବଡ ପାଟିରେ ହସିଲା )
ମୋନା- ଏମିତି ହସୁଛ କଣ ଜେ .
ସମୀର- ମୁଁ ଆମ ଝିଅ ନାଁ କଣ ଦେବି ଭାବିସାରିଲିଣି .ଆଉ ତମେ ପଚାରୁଛ ବାହା ହେବି କି ନାହିଁ .
ମୋନା- ତମେ ବି ନା . ଆଛା କଣ ନାଁ ଦେଇଛ କହିଲ.
ସମୀର - ଆମର ପ୍ରଥମେ ଝିଅ ହେବ .ତା ନାଁ ସମୀରା ଦେବା.
ମୋନା- ନାଁ ଆଗ ମୋର ପୁଅ ହେବ .
ଏମିତି ତାଙ୍କ କଥା ଓ ଭାବନା ବହୁତ ବାଟକୁ ଯାଇସାରିଥିଲା .
.
କିଛି ଦିନ ପରେ ...
ସମୀର ଫୋନ କଲା ମୋନା ପାଖକୁ .
ସମୀର - ମୁଁ ତୁମକୁ ବାହା ହେଇପାରିବିନି .
ମୋା- ( ଆଶ୍ଚର୍ଯ୍ୟ ହେଇ) କଣ ପାଇଁ .ଏ ତମେ କଣ କହୁଛ.
ସମୀର - ବାପା କେବେ ବି ରାଜି ହେଲେନି .ବହୁତ ବୁଝେଇଲି 
ଶେଷରେ ମତେ ଗାଳି କଲେ 
ଆଉ ମୋ ବାହାଘର ଅନ୍ୟ ଜାଗାରେ ଠିକ କରିଛନ୍ତି.
ସେ କହିଲେ କି ଆମେ ମୁସଲିମ ସେ ଝିଅ ହିନ୍ଦୁ ଲୋକ କଣ ଭାବିବେ .
ଏ ବାହାଘର କେବେ ହେଇପାରିବନି.
ମୋନା-( ଆଖିରୁ ଲୁହ ଝରୁଥିଲା )
ସମୀର- ତମେ ଶୁଣୁଛନା.
ମୋନା- ( ଧୀର ସ୍ୱରରେ)ହଁ .
ସମୀର-ତମେ କାନ୍ଦୁଛ ? ପ୍ଲିଜ଼ କାନ୍ଦନି .ମୁଁ ତୁମ ଲୁହ ସାହିପାରୁନି .ତମକୁ ମୋ ଠୁ ଭଲପାଇଲା ପିଲା ମିଳିଯିବେ .ମତେ ଭୁଲି ଆଗକୁ ବଢିବାକୁ ଚେଷ୍ଟା କର.
ମୋନା ( କାନ୍ଦିକି )- କେମିତି ଭୁଲିବି .ମୋ ଦ୍ୱାରା ହେବନି . ମୋ ପାଖରେ ଗୋଟେ ରାସ୍ତା ମୁ ଆତ୍ମହତ୍ୟା କରିବି .
ସମୀର-(କାନ୍ଦିକି ) ପ୍ଲିଜ଼ ସେମିତି କରିବନି .ତମକୁ ହାତ ଯୋଡି ନେହୁରା ହେଇ କହୁଛି .
ମୋ ଦେହ ଆଉ କାହାର ହେଲେ ବି ମୁଁ ତୁମକୁ ଭଲପାଉଥିଲି ଆଉ ପାଉଛି ଆଗକୁ ବି ଏମିତି ଭଲପାଇବି .
ସବୁ ପ୍ରେମ କାହାଣୀ ର happy ending ￰ନଥାଏ .
କିଛି କାହାଣୀ ଅଧୁରା ରହିଯାଏ.
ମୋନା- ( ଚୁପ ହେଇ ବସି ରହିଲା)
ସମୀର - ତମେ କିଛି କହୁନ କଣ ହେଲା ପାଇଁ .
.
ସମୀର ଫୋନ କାଟିଦେଲା .
ସେହି ଦିନ ଠାରୁ ମୋନା ପ୍ରତି ମୁହୂର୍ତ ରେ ସମୀର କୁ ଝୁରୁଛି . ଭାବିନେଇଛି ସମୀର ର ବାହାଘର ଦିନ ସେ ଏ ଦୁନିୟା ଛାଡି ଚାଲିଯିବ.
.
..
ଏହା ଏକ ସତ୍ୟ ଘଟଣା ଥିଲା 
ତାଙ୍କର ପ୍ରେମ କାହାଣୀ ବାସ ଏତିକି ହିଁ ଥିଲା .
                                                              ***********The End************
Msg for u- ଏ ଦୁନିୟା ରେ କେବଳ ଗୋଟେ ଜାତି ସେ ହେଉଛି ମଣିଷ ଜାତି . ଏ ହିନ୍ଦୁ,ମୁସଲିମ,ଶିଖ ଓ ଜୈନ ଏ ସବୁ ଆମ ମନର ଘୃନ୍ୟ ଭାବନା ଦ୍ୱାରା ସମାଜ କୁ ଖଣ୍ଡ ବିଖଣ୍ଡିତ କରିଦେଉଛି .ଦଙ୍ଗା ଦ୍ୱାରା କେତେ ଜୀବନ ଯାଉଛି .କେତେ ପ୍ରେମ ସମ୍ପର୍କ ମରିଯାଉଛି .

ମୋର ଗୋଟେ ପ୍ରଶ୍ନ 
ଜାତି ପ୍ରଥା ରୁ ଆମେ ପାଉଛ କଣ? 
ବରଂ କେତେ ଧନ ଜୀବନ ନଷ୍ଟ ହେଉଛି .
ଏହାର ସମାଧାନ କେବଳ ଆମେ ହିଁ ଠିକ କରିପାରିବା .
ଆମକୁ ନେଇ ସମାଜ ସେଥିପାଇଁ ବଦଳେଇବା ଶକ୍ତି ଆମ ହାତରେ ଅଛି .
ଏବେ କିଛି ଗୁରୁ ଓ ଗୁରୁଜନ ମାନେ ସେଇ ଜାତିପ୍ରଥା କୁ ଧରିକି ବସିଛନ୍ତି .
ତାଙ୍କୁ ପ୍ରତିବାଦ କରିବା ତା ଠିକ ହେବନି .ଆଉ କିଛି ବର୍ଷ ଅପେକ୍ଷା କରିବାକୁ ପଡିବ .
ଯେବେ ଆମ କାନ୍ଧକୁ ଆସିବ ସେତେବେଳେ ଆମେ ଆମ ସମାଜ କୁ ବଦଳେଇବା .
ଦେଶର ଶକ୍ତି ବଢିବାକୁ ହେଲେ ଦେଶର ଏକତା ନିତ୍ୟାନ୍ତ ଆବଶ୍ୟକ .

ଭଲ ଲାଗିଥିଲେ ସେୟାର କରିବେ.

1 comment: