#ମୁଁ_ଅଧୁରା_ତୋ_ବିନା
କାହାଣୀ ର ମୁଖ୍ୟ ଚରିତ୍ର ଥିଲା ହିଟୁ ଓ ଲିସା .ହିଟୁ ର ପିଲା ଦିନର କଥା.
ସେ ତା ମା କୁ ବହୁତ ଭଲପାଉଥିଲା .ସେ କେବେ ବି ତା ମା ମନ ରେ କଷ୍ଟ ଦେବାକୁ ଚାହୁଁନଥିଲା ସେଥିପାଇଁ ସେ ମା ର ସବୁ କଥା ମାନିଥାଏ.
ହିଟୁ ଛୋଟ ରୁ ବଡ ହେଲା.
ସାଙ୍ଗ ମାନେ ଲଭ କରିବା ଦେଖି ତା ମନରେ ବି ସେମିତି ଇଛା ହେଲା
ମୋର ବି ଏମିତି କେହି ଥାନ୍ତା ମୁ ବି ମୋ ମନ ର କଥା ତାକୁ କୁହନ୍ତି .
ଏମିତି ସେ ଭାବୁଥାଏ .
ହେଲେ ହିଟ କୁ ଝିଅ ପଟେଇବା ତ ଆସେନି .
କେମିତି କାହାକୁ ନିଜର ଜୀବନ ସାଥି କରିବ .
ସେ ଜାଣିପାରୁନଥାଏ . ସେତେବେଳେ ଫେସବୁକ ନୂଆ ନୂଆ ଚଲୋଉଥାଏ.
ସେ ମନେ ମନେ ଠିକ କରିଲା ଏଇ ଫେସବୁକ ର ମୋ ଜୀବନ ସାଥି କୁ ଖୋଜିବି .
କିଛି ଦିନ ପରେ...
ହଟାତ ଦେଖିଲା ତା ସାଙ୍ଗ ମନ ଦୁଃଖ ରେ ବସିଛି .
ହିଟୁ- କଣ ହେଇଛି ?ଏମିତି ମନ ଦୁଃଖ ରେ ବସିଛୁ .
ସାଙ୍ଗ- (କାନ୍ଦିବାକୁ ଲାଗିଲା)
ହିଟୁ- ଆରେ କାନ୍ଦୁଛୁ କଣ ପାଇଁ .କଣ ହେଇଛି କହ.ମୁ ଅଛି ତୋ ସାଥିରେ.
ସାଙ୍ଗ- ନାଇ ରେ ସାଙ୍ଗ .ଯାହାକୁ ମୁ ଏତେ ଭଲପାଉଥିଲି .ତା ଘରଲୋକ ଜାଣିଦେଲେ ଆଉ ସେ ବି ମୋ ସହ କଥା ବାର୍ତା ବନ୍ଦ କରିଦେଲା .ସେ ବି ମତେ କହିଲା ଭୁଲିଯିବା ପାଇଁ.
ହିଟୁ- ତାଙ୍କ ଘରେ ରାଜି କଣ ପାଇଁ ନାହାନ୍ତି.
ସାଙ୍ଗ- ତାଙ୍କର ଉଚ୍ଚ ଜାତି .ଆମର ନୀଚ ଜାତି ସେଥିପାଇଁ .
ହିଟୁ - ତୁ ମନ ଦୁଃଖ କରନି .ତୋ ପାଇଁ କଣ ଝିଅ ଅଭାବ .ଆହୁରି କେତେ ଆସିବେ .
ସାଙ୍ଗ- ମୁ ତା ବିନା ବଞ୍ଚି ପାରିବିନି ସାଙ୍ଗ. ସେ ହିଁ ମୋ ସବୁକିଛି ମୋର ସେଇ ଦରକାର .ତା ଠୁ ଭଲ ନୁହେଁ.
ହିଟୁ- ତୁ ବୁଝିବାକୁ ଚେଷ୍ଟା କର.
ସାଙ୍ଗ- ତୁ ଯେବେ କାହାକୁ ଭଲପାଇବୁ ସେବେ ଜାଣିପାରିବୁ .
ହିଟୁ ତା ସାଙ୍ଗ ର ଏମିତି ଅବସ୍ଥା ଦେଖି ତାର ଆଉ ଇଛା ହେଉନଥାଏ ଲଭ କରିବାକୁ .
ହେଲେ ଜୀବନରେ ଥରେ ତ ସେ ପ୍ରେମ ନିଶା ଚାଖିବା ର ଇଛା ରହିଥାଏ .
କିଛି ଦିନ ପରେ ...
ହିଟୁ କୁ ଫେସବୁକ ରେ ଲିସା ର comment ଆସିଲା .ତା ପରେ ଦୁହେଁ ଦୁହିଁ ଙ୍କ ସହ ପରିଚିତ ହେଲେ .
ଦୁହେଁ ରାତି ଦିନ ସବୁ ବେଳେ chatting ରେ ବାର୍ତା ଆଳାପ କଲେ .
ହଟାତ ଦିନେ ଲିସା କହିଦେଲା କି ମୁଁ ତୁମକୁ ମୋର Bf ଭାବୁଛି.
ହିଟୁ- ମାଜ଼ାକ କରୁନ ତ?
ଲିସା- ଆଛା ଯଦି ମାଜ଼ାକ ହେଇଥାଏ ତ କଣ କରିବ.
ହିଟୁ - ମୁ ତୁମକୁ ପ୍ରପୋଜ କରିବି.
ଲିସା- ଆଛା ଯଦି ସତ ହେଇଥାଏ ତ.
ହିଟୁ- ତେବେ ମୋ ଠୁ ଜୀବନ ରେ ସୁଖୀ ଆଉ କିଏ ହେବ.
ପ୍ଲିଜ଼ କୁହ ସତରେ ମତେ ଭଲପାଉଛନା ଏମିତି ମାଜ଼ାକ ରେ କହିଲ .
ଲିସା- ତମକୁ ଯାହା ଲାଗିବ ତାହା ଠିକ.
ହିଟୁ- ସତରେ ମୁଁ ତୁମକୁ କେବେ ଠୁ କହିବି କହିବି ବୋଲି ଭାବୁଛି ହେଲେ ଡର ଥିଲା ମୋ ଭଲପାଇବା କୁ ମନା କରିଦେବନୀ ତ.
ମୁଁ ଆଜି ବହୁତ ଖୁସି .
କେବେ ଦେଖା କରିବା କୁହ
ଲିସା- କାଲି ଆସିପାରିବ .
ହିଟୁ- (ଖୁସି ରେ ପାଦ ତଳେ ଲାଗୁନଥାଏ)
ହଁ କଲି ଯିବି .
ହିଟୁ ରାତିରେ ବି ଶୋଇଲା ନାହିଁ ମନ ରେ ଅସୁମାରୀ ସ୍ବପ୍ନ ଆଉ ଇଛା
ଖାଲି ଲିସା କଥା ଭାବୁଥାଏ .
ବାରମ୍ବାର ସମୟ ଦେଖୁଥାଏ କେତେବେଳେ ସକାଳ ହେବ .
ସକାଳ ହେବା ପୂର୍ବ ରୁ ଗାଧେଇ ready ହେଇଗଲା .
ସକାଳୁ ବାହାରି ପଡିଲା ଲିସା କୁ ଦେଖିବା ପାଇଁ .
ଫୋନ ମାଧ୍ୟମ ରେ ସେମାନଙ୍କର ଦେଖା ହେଇଗଲା .
ଦୁହେଁ ଦୁଇ ଜଣ ଙ୍କ ମୁହଁ କୁ ଆଖି ରେ ଆଖି ମିଶେଇ ଚାହିପାରୁନାହାନ୍ତି .
ହିଟୁ- ତମେ ଲାଜ କରୁଛ କଣ ପାଇଁ.
ଲିସା- ମତେ ବହୁତ ଲାଜ ଲାଗୁଛି ତମେ ମୋ ଆଡେ ଚାହନି.
ହିଟୁ- ମୁଁ ଆଜି ପ୍ରଥମ ଥର ପାଇଁ ଗୋଟେ ଝିଅ ସାମ୍ନା ରେ ଆଖି ମିଶେଇ କଥା ହେଉଛି.ଏତେ ଶକ୍ତି ମୋ ଭିତରେ ଆସିଲା କେମିତି ମୁ ଜାଣିପାରୁନି .
ମତେବି ଝିଅ ମାନଙ୍କ ସାମ୍ନା ରେ ଲାଜ ଲାଗେ .
ଲିସା- ତମେ ପୁଅଟେ ହେଇ ଲାଜ କଣ କରୁଛ.
ହିଟୁ- ମୋର କେହି ଝିଅ ସାଙ୍ଗ ନାହାନ୍ତି ନା .ଆଉ କୋଉ ଝିଅ କୁ ବି କଥା କୁହେନି .
ଆଛା ଗୋଟେ କଥା ପଚାରିବି.
ଲିସା- ପଚାର.
ହିଟୁ- ମୁଁ ତୁମକୁ ମୋର ସବୁଦିନ ପାଇଁ ମୋର ଜୀବନ ସାଥି କରିବାକୁ ଚାହେଁ.
ଲିସା- ମୁଁ ବି ରାଜି ଅଛି ହେଲେ
ହିଟୁ- ହେଲେ କଣ .
ଲିସା- fb ରେ ଯୋଉ ନାଁ ରେ ମତେ ଜାଣିଛ .ସେ ନାଁ ମୋର ନୁହଁ .ସେ fake id ଗୋଟେ ଖୋଲିଥିଲି .
ହିଟୁ- ତାହେଲେ ତୁମର କଣ ଛୋଟ ଜାତି .
ଲିସା- ହଁ.
ହିଟୁ- ଆଗରୁ କହିଲନି .ଦେଖ ମୁଁ କାହାକୁ ଭଲପାଇ ଧୋକା ଦେବାକୁ ଚାହୁଁନି .ପ୍ଲିଜ଼ ଆମ ଘରେ ବାହାଘର ପାଇଁ ରାଜି ହେବେନି .ତୁମେ ମତେ ଭୁଲିଯାଅ .ଏଇଗୋଟେ ଦିନ ତ ଭଲ ପାଇବା ଆରମ୍ଭ ହେଇଛି .ଖୁବ ଶୀଘ୍ର ଭୁଲିଯିବ.
ଲିସା- ପ୍ଲିଜ଼ ସେମିତି କୁହନି .ମୁଁ ତୁମକୁ ବହୁତ ଭଲ ପଇସାରିଛି .
ହିଟୁ-(ଆଖି ରେ ଲୁହ) ଆରେ ପାଗିଳି ମୁଁ ବି ତତେ ବହୁତ ଭଲ ପାଇସାରିଛି ରେ .ହେଲେ ଏବେ ଠୁ ଆମ ଭବିଷ୍ୟତ ଅନ୍ଧାର .ଆମ ବାହାଘର କୁ ସ୍ୱୀକୃତି ଦେବେନି.
ଲିସା- ପ୍ଲିଜ଼ ତମେ କାନ୍ଦନି .ସେତେବେଳକୁ ଦେଖାଯିବ .
ହିଟୁ- ତୁ ବୁଝୁନୁ କାହିଁକି ରେ .ପ୍ଲିଜ଼ ମତେ ଆଉ କଲ .
ଏତିକିକହି ହିଟୁ ଚାଲିଆସିଲା.
ଲିସା ସେଦିନ ବହୁତ କାନ୍ଦିଲା ଆଉ ରାତି ଅଧ ରେ ହାତ ର ଶିର କାଟିଦେଲା.
ତାଙ୍କ ଘର ଲୋକ ଡାକ୍ତରଖାନା ନେଇଗଲେ .
ଭାଗ୍ୟବଶତ ଲିସା ବଞ୍ଚି ଗଲା.
ହିଟୁ ପାଖକୁ ଯେବେ ଖବର ଗଲା ଲିସା ଏମିତି କରିଛି ବୋଲି .ସେ ସବୁ କିଛି ଛାଡି ଡାକ୍ତରଖାନା କୁ ଦୌଡିଲା ସେ ଏତେ ବେସ୍ତ ଆଉ ଅଧର୍ଯ୍ୟ ଥିଲା ଜେ ପାଦ ରେ ଚପଲ ବି ଭୁଲିଗଲା.
ଲିସା ଡାକ୍ତରଖାନା ରୁ ବାହାରିବାର ଦେଖି ଟିକେ ମନ କୁ ଶାନ୍ତ କରିଲା .ଆଉ ପାଖକୁ ଗଲା. ଗାଲରେ ଗୋଟେ ଚାପୁଡ଼ା ମାରି ତାକୁ ଜାବୁଡି ଧରି କାନ୍ଦିବାକୁ ଲାଗିଲା .
ହିଟୁ - କାହିଁକି ଏମିତି କଲୁ ପାଗିଳି .ତୋ ମୁଣ୍ଡ କଣ ଖରାପ ହେଇଯାଇଛି.
ଲିସା-(ଧୀର ସ୍ୱର) ତମେ ପା ମତେ ଛାଡି ଯିବାକୁ କହିଲ .ତମେ କଣ ଜାଣିନ ତମ ବିନା ବଂଚିପାରିବିନି ବୋଲି.
ଭଲ ପାଇବା ଗୋଟେ ମୁହୂର୍ତ ରେ ବହୁତ ହେଇଯାଏ.
ତମେ ମୋ ଭାଗ୍ୟ ରେ ଥିଲେ ମୁ ତୁମର ହେବି .ମଭାଗ୍ୟ ଦେଖି ଭଲ ପାଉନି କାହିଁକି ନା ମୁଁ ତୁମକୁ ମୋର ଭାଗ୍ୟ କରିସାରିଛି.
ହିଟୁ- ଆଉ ସେମିତି କରିବୁନି ପାଗିଳି.
ଲିସା- ତମେ ମତେ ନ ଭଲ ପାଇଲେ ମୁ ସେମିତି କରିବି .ମୁଁ କିଛି ଶୁଣିବିନି.
ହିଟୁ- ଏ ପାଗିଳି କୁ ପାରିହେବନି.
ଏମିତି ତାଙ୍କର ସମ୍ପର୍କ ଧୀରେ ଧୀରେ ବଢିବାକୁ ଲାଗିଲା .
ହେଲେ ତାଙ୍କ ଭଲ ପାଇବା ବେଶୀ ଦିନ ରହିନଥିଲା .
ହିଟୁ ତା ମା କୁ ଏ ବିଷୟରେ କହିଲା .
ହେଲେ ମା ମନା କରିଦେଇଥିଲା
ଦେଖ ପୁଅ ତୋ ବାପା ର ଏ ସମାଜ ରେ ଇଯତ ଅଛି .ତୁ ଯଦି ଚାହୁଁଛୁ ଅଲଗା ଜାତି ର ଝିଅ କୁ ବାହା ହେବାକୁ ଚାହୁଁଛୁ ତେବେ ତୋ ଇଛା ତୁ ଯାହା କରୁଛୁ.
ସେହି ଦିନ ଠାରୁ ତା ମା ତା ସହ ଆଗ ଭଳି କଥା ହେଲାନି .
ହିଟୁ ଜାଣିପାରୁନଥିଲା କଣ କରିବ.
ତା ମା ର ଭଲ ପାଇବା ଆଉ ତାକୁ ମିଲିଲାନି ଭଲ ସେ ବି କଥା ହେଲାନି.
ଏପଟେ ସେ ପାଗିଳି କୁ ଛାଡିଦେଲେ ସେ ଆତ୍ମ ହତ୍ୟା ର ଭୟ .
ଶେଷରେ ସେ ଲିସା କୁ ଛାଡିବାର ନିଷ୍ପତି ନେଇଗଲା .
ଲିସା କୁ ସିନା ହିଟୁ ଛାଡିଦେଲା ସିନା ହେଲେ ସେ ପ୍ରତିଦିନ ରାତିରେ ଲୁଚି ଲୁଚି କାନ୍ଦୁଛି .
ସେ ଏବେ ବି ଜାଣିପାରୁନି ତା ନିଷ୍ପତି ଠିକ ଥିଲା ନା ଭୁଲ .
ଏବେବି ସେ ବହୁତ ଭଲ ପାଉଛି ଆଉ ପାଗଳ ଙ୍କ ଭଳି ତାର ଛବି ସହ କଥା ହେଉଛି .ସେଇଟାହିଁ ତାର ସ୍ମୃତି ଆଉ ସବୁକିଛି .
ନା ସେ ଆଉ କାହାକୁ ଭଲ ପାଇପାରୁଛି ନା ଆଉ ଖୁସି ଚାହୁଁଛି .
***********The End************
Msg for you- ସମାଜ ର ଭୟ ରଖୁଥିବା ବ୍ୟକ୍ତି ଦୟାକରି Love ଠୁ ଦୁରେର ରୁହନ୍ତୁ .
ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.
No comments:
Post a Comment