SERVICES

Latest Story

Monday, 12 August 2019

ADINA BARSA【ଅଦିନ ବର୍ଷା】PART-1


#ଅଦିନ_ବର୍ଷା

ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ.
ବହୁତ ଦିନ ତଳର କଥା .ସେମାନଙ୍କର ପ୍ରେମ ବନ୍ଧୁତ୍ୱ ରୁ ଆରମ୍ଭ ହେଇଥିଲା.ଦୁଇ ଜଣ ପରସ୍ପର କୁ ଭଲ ପାଉଥିଲେ ସତ ହେଲେ କେହି କାହାକୁ ପ୍ରତେକ୍ଷ ଭାବରେ ପ୍ରେମ କୁ କହିନଥିଲେ .
ଏମିତି କିଛି ଦିନ ଗଲା ପରେ ପୁଅ ର କଲେଜ ରେ ପରୀକ୍ଷା ହେଲା.
ଝିଅ ଟି ର ଇଛା ଥିଲା କହିଦେବା ପାଇଁ ହେଲେ ପୁଅ ର ପଢା ପଢି ପରୀକ୍ଷା ପାଇଁ ସେ ଚୁପ ରହିଯାଇଥିଲା କିଛି ଦିନ .
ପୁଣି ସେ ଝିଅ ଭାବୁଥାଏ ଆମ ଘରେ କେହି ରାଜି ହେବେନି କଣ କରିବି .
କିଛି ଦିନ ପରେ ପୁଅ ର ପରୀକ୍ଷା ସରିଯାଏ .
ଦୁଇ ଜଣ ଙ୍କର ଦେଖା ହୁଏ ଗୋଟେ ମନ୍ଦିର ପାଖରେ .
ସେଠି ଉଭୟ ପରସ୍ପର ପ୍ରତି ଭଲ ପାଇବା କୁ ଗ୍ରହଣ କରିନିଅନ୍ତି .
ପୁଅ- ମୁ ବି ତମକୁ ବହୁତ ଭଲ ପାଏ.
ଝିଅ ଟି ଟିକେ ମୁହଁ ତଳକୁ କରି କଇଁ କଇଁ ହେଇ କାନ୍ଦିଲା
ଝିଅ- ଆମ ଘରେ ବୋଧେ ଆମ ସମ୍ପର୍କ ରେ ରାଜି ହେବେନି କଣ କରିବି ମୁ ଜାଣିପାରୁନି.
ପୁଅ- ତୁ ଏଥିପାଇଁ ଜମା ବି ବେସ୍ତ ହୋନୀ.ମୋ ପଢା ସରିଲେ ମୁଁ କୋଉଠି ନା କୋଉଠି ଚାକିରୀ କରି
ଘର ଲୋକ ଙ୍କୁ ରାଜି କରେଇଦେବି .
ଝିଅ- ତମେ ସତ କହୁଛ .
ପୁଅ- ହଁ ଲୋ ପାଗିଳି.ସେ ଲୁହ ପୋଛିଲୁ .ତୁ ଆଜି କାନ୍ଦିଦେଲୁ ହେଲେ ଆଉ କେବେ ବି କାଂଦିବୁନି.
ବୁଝିଲୁ ତ.
ଝିଅ- ତମେ ଜାଣିନ ଆମ ଘରେ ଜାତି , ସଂସ୍କୃତି କୁ ବହୁତ ଗୁରୁତ୍ୱ ଦିଅନ୍ତି.
ପୁଅ- ମୁଁ କହିଲି ନା ଯେମିତି ବି ହେଲେ ଆମେ ବୁଝେଇବା.
କିଛି ବର୍ଷ ପରେ
ଝିଅ ଟି ପ୍ରାଇଭେଟ କମ୍ପାନୀ ରେ ଚାକିରୀ କଲା.
ଦିନେ ଓଡିଶା ବନ୍ଦ ଥିଲା ରାସ୍ତା ଘାଟ ବି ବନ୍ଦ .ହେଲେ ପ୍ରାଇଭେଟ ଅଫିସ ମାନେ ଖୋଲିଥାନ୍ତି .
ଝିଅ ବି ଅଫିସ ଯାଇଥାଏ.
ଏ କଥା ପୁଅ ବି ଜାଣିଥାଏ
ତାର ଚିନ୍ତା କିଛି ବସ କି ଅଟୋ ଚାଲୁନି ସେ ଫେରିବ କେମିତି .
ସେଥିପାଇଁ ପୁଅ ଟି କିଛି ନଜଣେଇ ତା ଅଫିସ କୁ ଗଲା ଝିଅ କୁ ଆଣିବା ପାଇଁ ହେଲେ ସେଠି ଯାଇ ଦେଖେ ତ ତା gf ନାହିଁ .
ପୁଅ ଟି ଫୋନ ଉପରେ ଫୋନ ଲଗେଇଲା .ହେଲେ ଝିଅ ଟି ଭାବିଲା ଘର କୁ ଯାଇ କଥା ହେବି .
.
ଝିଅ ଟି ଘରେ ପହଂଚି ଦେଖେ ତ
ଏତେ missed call
ସେ ସଙ୍ଗେ ସଙ୍ଗେ ଫୋନ କରେ bf
ପାଖକୁ.
ପୁଅ- (ରାଗିକି)ମୁଁ କେତେ ଫୋନ କଲିଣି ତୁ ରିସିଭ କରୁନଥିଲୁ କଣ ପାଇଁ
ଓଃ ଆଉ କାହା ସହ ବୁଲୁଥିଲୁ .
ଝିଅ- କଣ ତମେ କହୁଛ .
ପୁଅ- ମୁଁ ଆଜି ତୋ ଅଫିସ ଯାଇଥିଲି ତତେ ଘରକୁ ଆଣିବା ପାଇଁ ହେଲେ ତୁ କୋଉ ଟୋକା ସହ ଚାଲିଗଲୁ .
ଝିଅ-(କାନ୍ଦିକି) ତମେ ବୁଝିବାକୁ ଚେଷ୍ଟା କର ପ୍ଲିଜ଼ .ମୁଁ ସେମିତିକା ଝିଅ ନୁହଁ. ରାସ୍ତା ବନ୍ଦ ଥିଲା ମୁଁ ଅଫିସ ରୁ ବାହାରୁ ବାହାରୁ ଆମ ଅଫିସ ର ଜଣେ ଦିଦି ସେ ପିଲା କୁ କହିଲେ ମତେ ଘରେ ଛାଡି ଦେବାକୁ .
ମୁଁ କଣ ଜାଣିଥିଲି ତମେ ଆସିବ ବୋଲି .
ଆସିବା ପୂର୍ବରୁ ତ ଫୋନ ଟିକେ କରିପାରିଥନ୍ତ.
ଛି ଶେଷରେ ତମେ ମତେ ଏମିତି ଭାବିଲ .
.
ପୁଅ- ସରି ସରି ,ମୁଁ ଜାଣିନଥିଲି ପ୍ଲିଜ଼ ରାଗନି .
ଝିଅ ଟି ଫୋନ ରଖିଦେଲା.
ପୁଅ ଟି ନିଜ ଭୁଲ ବୁଝିସାରିବା ପରେ ଝିଅ ଟି ପୁଣି ଥରେ ତାକୁ ନିଜର କଲା .
ଏମିତି ତାଙ୍କର ଛୋଟ ଛୋଟ ଝଗଡା ହୁଏ କେବଳ ଝିଅ ଟି ତା ପୁଅ ସାଙ୍ଗ ମାନଙ୍କ ସହ କଥା ହେଲେ bf ସନ୍ଦେହ କରୁଥିଲା
ପୁଣି ତାଙ୍କ ଝଗଡା ସମାଧାନ ହେଇଯାଉଥିଲା .
.
କିଛି ଦିନ ପରେ ପୁଅ ର ଚାକିରୀ ହେଇଗଲା .
ଝିଅ ଟି ଯେତିକି ଖୁସି ଥିଲା ସେତିକି ବି ଦୁଃଖୀ ଥିଲା କାହିଁକି ନା ପୁଅ ସହର ଛାଡି ଅନ୍ୟ ସହର ରେ ଚାକିରୀ କରିବାକୁ ଯିବା .
ଆଉ ଆଗ ଭଳି ଦେଖା ହେଇପାରିବନି .
.
ପୁଅ ଟି ଛୁଟି ସମୟ ରେ ଆସେ ଝିଅ ସହ ଦେଖା ହୁଏ
ଭବିଷ୍ୟତ ବିଷୟରେ ବହୁତ ଭାବନ୍ତି .
ଝିଅ- ଧନ ମତେ ଏକ ଛାଡି ଦେବନି ତ .
ପୁଅ- ଆଲୋ ନା ପାଗିଳି .ମୁଁ ତତେ ହିଁ ବାହା ହେବି .ତୁ ବେସ୍ତ କଣ ପାଇଁ ହେଉଛୁ .
ଝିଅ- ଆଛା ତମ ସେ ଅଫିସ ଫୋଟୋ ଦେଖେଇଲ.
ପୁଅ- ଫୋନ ମତେ ଦେ ,ମୁଁ ଦେଖୋଉଛି .
ଝିଅ- କାଇଁ ଫୋନ ରେ ଏମିତି କଣ ରଖିଛ କି .
ପୁଅ- ନା କିଛି ନୁହଁ .ତୋର କଣ ମୋ ଉପରେ ଭରସା ନାହିଁ .
ଝିଅ- ହୋଉ .
କିଛି ସମୟ ଝିଅ ଟି ଚୁପ ରହିଲା ପରେ
ଚାଲ ଆମେ ଘରେ ଆମ ବିଷୟରେ କହିଦେବା.
ପୁଅ- ହୋଉ ଠିକ ଅଛି .
ଝିଅ ଘରକୁ ଆସି ତାଙ୍କ ଘର ଲୋକ ଙ୍କୁ କହିଲା ହେଲେ ଝିଅ ଘର ଲୋକ ରାଜି ହେଲେନି.
ପୁଅ ଘର ବି ରାଜି ନଥିଲେ ତଥାପି ପୁଅ ରାଜି କରେଇଲା ତାଙ୍କ ପରିବାର ଙ୍କୁ .
.
ଝିଅ ମନ ଦୁଃଖ ରେ ବସିଥାଏ .
ପୁଅ ଫୋନ କଲା .
ଝିଅ- ଆମ ଘରେ କେହି ରାଜି ହେଉ ନାହାନ୍ତି .
ପୁଅ- ହୋଉ ଠିକ ଅଛି .ଚାଲ କୋର୍ଟ ମ୍ୟାରେଜ କରିଦେବା.
ଝିଅ ବି ରାଜି ହେଇଗଲା.
କିନ୍ତୁ ତା ପରେ .....
Continue.......
Part -2 ପଢିବା ପାଇଁ ସେୟାର କର .

No comments:

Post a Comment