SERVICES

Latest Story

Sunday, 3 November 2019

ADINA BARSA【ଅଦିନ ବର୍ଷା】PART-3

ଅଦିନ ବର୍ଷା


(PART-3) Continued........
ଝିଅ-(କାନ୍ଦିକି) କାହିଁକି ତୁମଠୁ ମତେ ଦୂରେଇବାକୁ ଚାହୁଁଛ.
ତମକୁ ହାତ ଯୋଡୁଛି ମତେ ସେମିତି କଷ୍ଟ ଦିଅନି.
.
ପୁଅ- ଜଣା ନାହିଁ ,ସମୟ କାହାକୁ କେତେବେଳେ କେଉଁଠି ପହଂଚାଇ ଦିଏ .
ଏତିକି କହି ପୁଅ ଟି ସେଠୁ ଚାଲିଆସିଲା .
( ବୋଧ ହୁଏ ଆପଣମାନେ ￰ନାଁ କୁ ନେଇ confuse ￰ହେଇପାରନ୍ତି
ଝିଅ ର ନାଁ - ରୁପା
ପୁଅ ର ନାଁ - ସୁରଜ .)
ରୁପା ର ସେ ଲୁହ ଢଳ ଢଳ ଆଖି ତା ମନ ର କଥା ନା କେହି ବୁଝିପାରୁଥିଲେ ନା ସେ କାହାକୁ କହିପାରୁଥିଲା .
ରୁପା ଭିତରେ ଭିତରେ ବହୁତ ଭାଙ୍ଗି ପଡିଥିଲା .ସବୁ ଭୁଲ ନିଜ ମୁଣ୍ଡ କୁ ନେଇ କାନ୍ଦିବାକୁ ଲାଗେ .
ଯଦି ମୁଁ ତାଙ୍କୁ କୋର୍ଟ ବିବାହ କରିଦେଇଥାନ୍ତି
ତେବେ ସେ ମତେ ଛାଡି ଯାଇନଥାନ୍ତେ.
ଏମିତି ଝୁରି ଝୁରି ଖାଇବା ପିଇବା ବି ଭୁଲି ଗଲା .
ରୁପା କଥା ହେବାକୁ ବହୁତ ବିକଳ ହେଉଥାଏ .
ଖାଲି ବସିବାରୁ ତା କଥା ସବୁବେଳେ ମନେ ପଡିଲା.
ସେ ଫେସବୁକ ଖୋଲି ଦେଖେ ତ ଗୋଟେ ଝିଅ ମେସେଜ ସହ ଗୋଟେ ଫୋଟୋ ଦେଇଛି .
ରୁପା ସେ ଫୋଟୋ ଦେଖି ଆଶ୍ଚର୍ଯ୍ୟ ହେଇଗଲା .
ଆଉ ସେ ଝିଅ ଯିଏ ମେଜେଜ ଦେଇଥିଲା ତା ନାଁ ଚିନୁ .
ଚିନୁ- ଏ ଫୋଟୋ ରେ ଯାହାକୁ ଦେଖୁଛ ସେ ମୋ bf ଆଉ ମୁଁ.
ରୁପା- ସେ ତ ମତେ ଭଲ ପାଉଥିଲେ .
ଚିନୁ- ସେ ବହୁତ ବଡ ଧୋକାବାଜ
.
ସୁରଜ ର ଆଉ ଚିନୁ ର ଦୈହିକ ସମ୍ପର୍କ ଥିବା ସତ୍ୱେ ବି ତାକୁ ବାହା ହେବାର ମିଛ ପ୍ରତିଶୃତି ଦେଇ ତାକୁ ଧୋକା ଦେଇଦେଲା .
ସେ ଏକା ସମୟରେ ତମକୁ ଆଉ ମତେ ଭଲ ପାଉଥିଲା.
ମୁଁ ଯେବେ ଜାଣିଲି
ତମକୁ ବହୁତ ଥର ମେସେଜ ରେ କହିଲି ତମେ ତାକୁ ବୁଝି ସୁଝି ବାହା ହେବା ପାଇଁ .
ଭଲ କରିଛ ତମେ ବାହା ହେଇନ ସେ ଧୋକାବାଜ କୁ .
ହେଲେ ମୋ ଜୀବନ ଯିଏ ବର୍ବାଦ କରିଛି ତାକୁ ବି ସେମିତି ବର୍ବାଦ କରିଦେବି .
ସେ ଏମିତି ଧୋକାବାଜ ବୋଲି ମୁଁ ତା ପରିବାର ,ତା ସାଙ୍ଗ, ତାଙ୍କ ଅଫିସ ପିଲା ସମସ୍ତ ଙ୍କୁ କହିସାରିଛି .
ତମକୁ ସେ ଧୋକା କଣ ପାଇଁ ଦେଲା ଜାଣିଛ ?
ରୁପା- କଣ ପାଇଁ?
ଚିନୁ- ତାଙ୍କ ଘର ଲୋକେ ତା ବାହାଘର ଠିକ କରିଦେଇଛନ୍ତି .ସେ ବି ସେ ଝିଅ କୁ ବାହା ହେବା ପାଇଁ ରାଜି .
ସେଥିପାଇଁ ସେ ତମକୁ ଛାଡିଦେଲା .
.
ଏ କଥା ରୁପା ଶୁଣି ତା ଆଖି ରୁ ଲୁହ ଝରିଆସିଲା .
ତଥାପି ରୁପା କଥା କୁ ବିଶ୍ୱାସ କରୁନଥାଏ .
ସେ କାନ୍ଦି କାନ୍ଦି ସୁରଜ କୁ ଫୋନ କଲା .
ସୁରଜ- ମୁଁ ଟିକେ ବ୍ତ ଅଛି .ପରେ କଥା ହେବି .
ରୁପା-(କାନ୍ଦିକି) ନା ତମେ ଏବେ କଥା ହୁଅ ପ୍ଲିଜ଼ .
ତମେ ଚିନୁ କୁ ଜାଛ .
ସେ କଣ ଏମିତି କହୁଛି .
ସୁରଜ- ସେ ମତେ ଫସେଇବାକୁ ଚେଷ୍ଟା କରୁଥିଲା
ମୋ ଚାକିରୀ ଲୋଭ ରେ ଭଲ ପାଉଥିଲା .ସେଥିପାଇଁ ସେ ଏମିତି କହୁଛି .
.
ମୁଁ ପରେ କଥା ହେଉଛି .
.
କିଛି ଦିନ ସୁରଜ ବହୁତ କିଛି ଭାବି ସେ ରୁପା ସହ ଦେଖା କରିବାକୁ କହିଲା .
ଦୁଇ ଜଣ ଙ୍କର ଦେଖା ହେଲା .
ସୁରଜ- (ମୁହଁକୁ ତଳକୁ କରି) ମୁଁ ତୁମକୁ ମିଛ କହିଥିଲି . ସବୁ ଭୁଲ ମୋର ଥିଲା .ସରି କ୍ଷମା କରିଦେବ
ମୁଁ ବହୁତ ଖରାପ ପିଲା .
ରୁପା- (ଆଖି ଲୁହ କୁ ପୋଛି କହିଲା ) ହୋଉ ଠିକ ଅଛି .ଏବେ ତମେ ଖୁସି ରେ ରୁହ .
.
ଏତିକି କହି ରୁପା ସେଠୁ ଚାଲି ଆସିଲା .
ଭାବିଥିଲା ତା ଜୀବନ ରୁ ଦୁରେଇ ଯିବ.
ହେଲେ ଯେବେ ରୁପା ଘରେ ପହଞ୍ଚିଲା ସେତେବେଳେ ତାର ସବୁ ପୁରୁଣା କଥା କୁ ମନେ ପକେଇ ପୁଣି କାନ୍ଦିଲା .
ଖାଇବା ପିଇବା ବି ଭୁଲିଗଲା .
ରୁପା କୁ ଖାଲି ତା ଭଲ ପାଇବା କଥା ମନେ ପଡୁଥିଲା .
ଏତେ ସବୁ ହେଲା ପରେ ବି ସେ ସୁରଜ କୁ ପାଇବା ପାଇଁ ଝୁରି ଝୁରି ମରୁଛି.
ସେ ଏବେ ବି ତା ଅପେକ୍ଷା ରେ ଅଛି ଆଉ ଜ଼ିଦ ଧରି ବସିଛି .
ବାହା ହେବ ତ ସୁରଜ ସହ କରିବ.
ରୁପା ତାର ସବୁ ଭୁଲ କୁ ଭୁଲି ପୁଣି ତାକୁ ନିଜର କରିବାକୁ ଚାହୁଁଛି
ହେଲେ 2 ବର୍ଷ ହେବ ସୁରଜ କୁଆଡେ ଗଲା ତାର କିଛି ଠିକଣା ନାହିଁ .
.
                                                          *********The End**********
Msg for u - ତିନି / ଚାରି ଟା gf/bf ଧରି କଣ ପାଉଛ .
ସମୟ ନଷ୍ଟ  ଚରିତ୍ର ନଷ୍ଟ    ପଇସା ନଷ୍ଟ
ତା ସହ ମାନ ବିକତା ବି ନଷ୍ଟ .
ତମ ଏ time pass ପାଇଁ କେଟେ ନିରୀହ ହୃଦୟ ଭାଙ୍ଗି ଯାଉଛି
କେତେ ଆଶା ସ୍ବପ୍ନ ଭାଙ୍ଗି ଯାଉଛି .
.
ଏବେ ସାମାନ୍ୟ ଖୁସି ପାଇଁ ସାରାଜୀବନ ଦୁଃଖ ରେ ରହିବ ପାଇଁ ଅପେକ୍ଷା କର .
ଏ ଦୁନିୟା ରେ ସମସ୍ତେ ଭଲ ଓ ସମସ୍ତେ ଖରାପ .
କାହିଁକି ନା ଗୋଟେ ମଦୁଆ କୁ ହିଁ ଗୋଟେ ମଦୁଆ ଭଲ କହିବ .
ଗୋଟେ ଚୋର କୁ ହିଁ ଆଉ ଗୋଟେ ଚୋର ଭଲ କହିବ.
କାହିଁକି ନା ଏଠି ସମସ୍ତ ଙ୍କର ଭିର୍ଣ୍ଣ ଭିର୍ଣ୍ଣ ଚିନ୍ତାଧାରା .
ଆଉ ସେଇ ଚିନ୍ତାଧାରା ହିଁ ଆମ ମନରେ ସେ ଲୋକ ର ଚରିତ୍ର କୁ ଜନ୍ମ ଦେଇଥାଏ .
ହେଲେ ତାହା ସବୁ ସମୟରେ ସତ ହେଇନଥାଏ ସେଥିପାଇଁ ଲୋକ ମାନେ ସହଜ ରେ ଧୋକା ଖାଇଯାନ୍ତି .
                            ଗଳ୍ପ ଟି ଭଲ ଲାଗିଥିଲେ ହୃଦୟ ରୁ ସେୟାର କରିବେ .

No comments:

Post a Comment