Story No:-19
ଆପଣମାନେ ମା ଙ୍କ ବିଷୟରେ ବହୁତ ଗଳ୍ପ ପଢ଼ିଥିବେ .ଏବେ ମୋ ଭାବନା ବି ଦେଖିନିଅନ୍ତୁ .
ମା ଏକୁଟିଆ ଘର ଚଲେଇବା ଆଉ ସରୋଜ କୁ ଶିକ୍ଷିତ କରିବା ପାଇଁ ଘରେ ଗାଈ ଛେଳି ରଖିଲେ .
ମା ପୁଅ କଷ୍ଟେ ମାଷ୍ଟେ ଚଳୁଥିଲେ .
ଏମିତି ବି ବେଳେ ବେଳେ ଖାଇବା ପାଇଁ ନଥାଏ ହେଲେ ମା ତା ଛୁଆ କୁ କେବେ ବି ଭୋକିଲା ଦେଖିପାରେନି .
ସରୋଜ- ବୋଉ ଭୋକ କଲାଣି .କଣ ଅଛି ନା ଦେ .
ବୋଉ ସେଠୁ ଘରେ ଯଦି କିଛି ଥାଏ ଦିଏ ନହେଲେ ପଡିସା ଘରୁ ମାଗି ଆଣି ଦିଏ .
ଅଭାବ ସବୁବେଳେ ଲାଗିରହିଥାଏ .ପଡିସା ଘର ବାରମ୍ବାର ଦେବା ପାଇଁ ମନା କରୁଥାନ୍ତି .ବହୁତ କଥା କୁହନ୍ତି .
ସରୋଜ ଧୀରେ ଧୀରେ ବଡ ହେଲା
ସେ ସେହି ଗାଁ ର ଗୋଟେ ଝିଅ କୁ ଭଲ ପାଇଲା .
ଦୁଇ ଜଣ ଙ୍କ ଭିତରେ ନିବିଡ ପ୍ରେମ ସମ୍ପର୍କ ଗଢି ଉଠିଥିଲା.
ଏ ସବୁ ବୋଉ ଜାଣିପାରି ସରୋଜ କୁ ଗାଳି କଲା .
ସରୋଜ ରାଗିଯାଇ ଖିଆ ପିଆ କଲାନି.
ବୋଉ - ମୋ ଧନ ଟା ପରା .ଉଠ ଖାଇବୁ .ତୋର ଏବେ ପଢିବା ବୟସ ତୁ ସେ ପ୍ରେମ ଚକ୍କର ରେ କାଇଁ ପଡୁଛୁ ..
ଉଠ ବାବା ଖାଇଦେ .
ସରୋଜ- ମୁଁ ଖାଇବିନି ମତେ ଭୋକ ନାହିଁ .ତୁ ଯା
ବୋଉ - ଆଛା ସେ ଝିଅ କିଏ .
ସରୋଜ (ଉଠିପଡ଼ି) - ସେ ଝିଅ ଆମ ଗାଁ ର ସେ ବହୁତ ଭଲ .ସେଇ ସାମଲ ଘର ପାଖରେ
ବୋଉ- ବାବା ସେ ଝିଅ ତାଙ୍କ ପରିବାର ଙ୍କୁ ଜାଣିଛି ସେମାନେ ଭଲ ଲୋକ ନୁହନ୍ତି .
ତୁ ଏବେ ପାଠ ପଢା ରେ ମନ ଦେ .
ସରୋଜ( ଚିଡ଼ିମିଡି )- ମୁଁ ଜାଣିଥିଲି ତୁ ଏମିତି କହିବୁ .
ସରୋଜ ଭୋକ ରେ ରହିପାରୁନଥାଏ .
ବୋଉ - ଆ ବାବା ଖୋଇଦେବି.
ସରୋଜ - ନା ଥାଉ ଦରକାର ନାହିଁ.
ସରୋଜ ସେ ଦିନ ଠୁ ମା ଉପରେ ବହୁତ ଚିଡି ଚିଡି ହୁଏ .ମା ସବୁ ସାହିଯାଏ .
ବୋଉ- ତତେ ମନା କରିଥିଲି .ତୁ କଣ ପାଇଁ ସେ ଝିଅ ସହ ମିଳା ମିଶା କରୁଛୁ .
ସରୋଜ- ମୁଁ ଜାଣିଥିଲି ତୁ ଏଇୟା କହିବୁ .ମୁଁ ବାରମ୍ବାର କହୁଛି ସେ ଝିଅ ଭଲ .ତାଙ୍କ ପରିବାର ଖରାପ ହେଲା ସେଠୁ ମୋର କଣ ଗଲା.
ତୁ କେବେ ମୋ ଖୁସି ଚାହୁଁନୁ .କଣ ମତେ ଦେଇଛୁ ପିଲା ବେଳେ .
ମୋ ସାଂଗ ମାନେ ବାଇକ ଧରି ବୁଲୁଛନ୍ତି
ଆଉ ମୋର ସେଇ ଭଙ୍ଗା ସାଇକେଲ .ମୁ ସେଇ ଝିଅ କୁ ହିଁ ବାହା ହେବି.
ଏ ସବୁ କହି ସରୋଜ ରାଗିଯାଇ ଚାଲିଗଲା.
ବୋଉ ପାଖରେ କିଛି ଉତ୍ତର ନଥିଲା .
ତା ପରେ ବୋଉ ପଡିସା ଘରୁ କିଛି ଧାର ଆଣି ଆଉ ଗାଈ ବିକ୍ରି କରି ପୁଅ ପାଇଁ ବାଇକ ଆଣିଲା .
କିଛି ଦିନ ପୁଅ ମା କୁ ବହୁତ ଭଲପାଇଲା
କିଛି ଦୀନ ପରେ ସରୋଜ ପରିକ୍ଷା ରେ ଉତ୍ତୀର୍ଣ୍ଣ ହୋଇ Bank ରେ PO ହେଇଗଲା.
ବୋଉ (ବହୁତ ଖୁସି ହେଇ)- ପୁଅ ପାଇଁ ପସନ୍ଦ ଖିରି କରିଥିଲା .ହେଲେ ସରୋଜ ଆଉ ତା ପ୍ରେମିକା କୁ ନେଇ ସାଙ୍ଗ ମାନଙ୍କ ସହ ଭୋଜି ର ଆୟୋଜନ କରିଥିଲା .
ରାତି ଅଧ ରେ ପୁଅ ଘରକୁ ଫେରିଲା .
ବୋଉ - ଏତେ ବେଳ ହେବ କୁଆଡେ ଯାଇଥିଲୁ ବାବା .ତୋ ପାଇଁ ଖିରି କରି ରଖିଛି.
ସରୋଜ - ବୋଉ ମୁଁ ଖାଇକି ଆସିଛି .
ବୋଉ- ପେଟ ପୁରୀ ନଥିବା .ଟିକେ ଖାଇଦେ .
ସରୋଜ(ରାଗିଯାଇ)- ତତେ କଣ ଥରେ କହିଲେ ଶୁଭା ଯାଉନି .
ବୋଉ କୁ ବି ଆଉ ଭୋକ କରୁନଥାଏ .ସେ ଖାଲି ପେଟରେ ଶୋଇପଡ଼ିଲା .
ସକାଳ ହେଲା
ପୁଣି ସରୋଜ ଚିଡି ଚିଡି ହେଲା
ମା ଜାଣିପାରିଲା ପୁଅ କଥା କି ସେ ଝିଅ କୁ ବିବାହ କରିବାକୁ ଚାହୁଁଛି.
ଶେଷରେ ମା ମନ ଦୁଃଖରେ ପୁଅ କଥା ରେ ରାଜି ହେଇଗଲା.
ସରୋଜ ର ବାହାଘର ହେଇଗଲା ଆଉ ତାର ସହର ରେ posting କରାଗଲା.
ସ୍ତ୍ରୀ- ହେଇ ମୁଁ ବି ତମ ସହ ଯିବି.
ସରୋଜ- ଯିବା ତ କିଛି କଥା ନାହିଁ .ବୋଉ ଏକଲା ହେଇଯିବ ତାର ଦେଖା ଶୁଣା କିଏ କରିବ.
ସ୍ତ୍ରୀ- ଆଜିକାଲି ଟଙ୍କା ଥିଲେ ସବୁ କିଛି ସମ୍ଭବ ହେଇଯାଉଛି.ତମେ ମାସ କୁ ମାସ ଟଙ୍କା ପଠେଇଦେବ .
ରୁହ ବୋଉ ରାଜି ହେଲେ ଯିବା ମିଶିକି .
ବୋଉ ସବୁ ଶୁଣି ସାରିବା ପରେ ଏକା ରହିବାକୁ ରାଜି ହେଇଗଲା .
ସରୋଜ ଆଉ ତା ସ୍ତ୍ରୀ ମା କୁ ଏକଲା ଛାଡି ସହର କୁ ଚାଲିଗଲେ .
କିଛି ଦିନ ସ୍ୱାମୀ ସ୍ତ୍ରୀ ଭିତରେ ଭଲ ସମ୍ପର୍କ ରହିଲା
ତା ପରେ ଝଗଡା ଆରମ୍ଭ ହେଇଗଲା .
ଏମିତି ବେଳେ ବେଳେ ଅଭାବ କିଛି ନଥାଇ କି ସରୋଜ କୁ ଭୋକ ଶୋଇବାକୁ ପଡେ .ବାସ ସେତେବେଳେ ତା ମା କଥା ବହୁତ ମାନେ ପଡେ .
କିଛି ଦୀନ ପରେ ସରୋଜ ଆଉ ତା ସ୍ତ୍ରୀ ର ଗୋଟେ ପୁଅଟେ ହେଲା .
ସରୋଜ ର ବୋଉ ନାତି ଜନ୍ମ ହେବାର ଖବର ଶୁଣି ପୁଅ ପାଖକୁ ଧାଇଁଲା .
ସରୋଜ ତାଙ୍କ ଷ୍ଟାଫ୍ଫ ଆଉ ସାଙ୍ଗ ମାନଙ୍କୁ ଖୁସି ରେ ମିଠା ବାଣ୍ଟୁଥାଏ.
ସେହି ସମୟରେ ତା ମା ଆସି ପହଁଚିଲା.
ସ୍ତ୍ରୀ ତାର ଶାଶୁ କୁ ଦେଖି
ସରୋଜ କୁ କହିଲା ଆମ ସାଙ୍ଗ ମାନେ ଯାଇ ସାରନ୍ତୁ ତମ ମା ଙ୍କୁ ଘର କୁ ଆଣିବ.
ଏ ସବୁ କଥା ବୋଉ ଶୁଣି ସାରି
ତା ଆତ୍ମା କୁ ବହୁତ କଷ୍ଟ ହେଲା
କେତେ ଖୁସି ରେ ଆସିଥିଲା ନାତି କୁ ଦେଖିବ ବୋଲି ହେଲେ ଆଖିରୁ ଲୁହ ଝରିଗଲା .
ସରୋଜ ର ମନ ମାନୁନଥାଏ ତଥାପି ସ୍ତ୍ରୀ କଥା ପଡି ସବୁ ସାଙ୍ଗ ଗଲା ପାରେ ବାହାର କୁ ଆସି ଦେଖେ ତ ମା ନାହିଁ .
ସେ ସଂଗେ ସଂଗେ ଖୋଜି ବୁଲିଲା ମା କୁ ହେଲେ ପାଇଲା ନାହିଁ .
ପରଦିନ ସରୋଜ ଗାଁ କୁ ବାହାରିଲା ମା କୁ ଆଣିବ ବୋଲି .
ଗାଁ ରେ ଯାଇ ଦେଖେ ତ
ସେ ଘର ଆଉ ନାହିଁ .
କେହି ଜଣେ ସେ ଘରୁ ବାହାରିଲା
ସରୋଜ - ଏ ତ ଆମ ଘର. ତମେ କଣ ପାଇଁ ଦଖଲ କରୁଛ.
ଲୋକ - ତମ ମା ମୋ ଠୁ ଏହି ଘର ବାଡ଼ି ବନ୍ଧକ ପକେଇ ଟଙ୍କା ନେଇଥିଲେ .ସମୟ ହିସାବରେ ସୁଝିପାରିଲେଣି ସେଥିପାଇଁ ଏ ଘର ମୋର .
ସରୋଜ (,ଆଖି ରେ ଲୁହ)- ମୋ ମା କଉଠି ରହୁଛି .
ଲୋକ - କିଛି ଠିକ ଠିକଣା ନାହିଁ କେବେ କାହା ଘରେ ତ କେବେ ମନ୍ଦିର ରେ .
ପଡିସା ଘର ମାଉସୀ ଆସି କହିଲା
ଆରେ ସରୋଜ ତୁ ପରା ତୋ ମା କୁ ଡ଼ାକିଥିଲୁ .ସେ ତ ତୋ ଘରକୁ ଯାଇଛି ତୋର ପୁଅଟେ ହେଇଛି କହୁଥିଲା ତୋ ମା .
ଏତେ ସବୁ କଥା ଶୁଣି ସରୋଜ ନିଜକୁ ଧିକ୍କାର କଲା .
ମା କୁ ଖୋଜି ବୁଲିଲା
ଶେଷରେ ମା କୁ ପାଇଗଲା .
ସରୋଜ ( ଆଖି ରେ ଲୁହ)- ବୋଉ ମୁ ବହୁତ ବଡ ଭୁଲ କରିଛି ତୋ କଥା ନମାନି .ତତେ ମୁ ବହୁତ କଷ୍ଟ ଦେଇଛି ମତେ ଭଗବାନ ବି କ୍ଷମା କରିପାରିବେନି ହେଲେ ତୁ କରିପାରିବୁ .
ଯେବେ ପର୍ଯ୍ୟନ୍ତ ତୁ ମୋ ସହ ଥିଲୁ ଅଭାବ ଥିଲେ ବି ମୁ ଭୋକ ରେ ରହୁନଥିଲି .ହେଲେ ଏବେ ଅଭାବ ନଥାଇ ମୁଁ ଭୋକ କଣ ଅନୁଭବ କରିସାରିଛି .ମତେ କ୍ଷମା କରିଦେ ବୋଉ .
ବୋଉ - କାଂଦେନି .ପାଗଳା ଟା .ମୋ ପୁଅ ମୋ ପାଖକୁ ଫେରିଆସିଛି ତାହା ମୋ ପାଇଁ ସବୁକିଛି .
ତୁ ଏତେ ଦୂରରୁ ଆସିଛୁ ଭୋକ କରୁଥିବ.
ନେ ମୁଁ ତୋ ପାଇଁ ଫଳ ଆଣିଛି .
ଖାଇଦେ ବାବା.
ସେହି ସମୟ ରେ ସ୍ତ୍ରୀ ର ଫୋନ ଆସିଲା
ସ୍ତ୍ରୀ - ଥାଉ ବହୁତ ଖୋଜିଲଣି .ଏବେ ଘରକୁ ଆସ .ପୁଅ ଦେହ ଭଲ ନାହିଁ.
ସରୋଜ- ମୁଁ ଯିବିନି .ତମେ ପୁଅ କୁ ମେଡିକାଲ ନେଇଯାଅ .ଆଜି କାଲି ଟଙ୍କା ରେ ସବୁ ସମ୍ଭବ .
Paytm କରିଦେଉଛି.
ବୋଉ - ଏମିତି କଣ ବୋହୁ ଟା କୁ କହୁଛୁ .ମୁଁ ଯାଉଛି ମୋ ନାତି ଦେହ ଖରାପ .
************The End*************
Msg for you- ସମସ୍ତଙ୍କୁ ଭଗବାନରୂପୀ ମା ମିଳିଛି ହେଲେ ସ୍ଵ ସ୍ୱାର୍ଥ ରେ ଅନ୍ଧ ହୋଇ ଭଗବାନ ଆମକୁ ଦେଖାଯାନ୍ତି ନାହିଁ .
ତମ ସ୍ୱାର୍ଥ ପାଇଁ ତମେ ଯେତିକି ନଭାବି ଥିବା ତମ ମା ତା ଠୁ ଅଧିକା ଭାବିଥିବେ .
ବାପା ମା ଙ୍କୁ ଖୁସି ଯଦି ନଦେଇ ପାରିଲ ତେବେ ମୁ ଅନୁରୋଧ କରୁଛି ଦୁଃଖ ତାଙ୍କୁ କେବେ ଦିଅନାହିଁ.
ଗଳ୍ପ ଟି ଭଲ ଲାଗିଥିଲେ ସେୟାର କରିବେ .
ଆପଣମାନେ ମା ଙ୍କ ବିଷୟରେ ବହୁତ ଗଳ୍ପ ପଢ଼ିଥିବେ .ଏବେ ମୋ ଭାବନା ବି ଦେଖିନିଅନ୍ତୁ .
#ଜନନୀ
***********
ସରୋଜ ଯେତେବେଳେ 5 ବର୍ଷ ର ହେଇଥିଲା ତାଙ୍କ ବାପା ଆରପାରି କୁ ଚାଲିଗଲେ.ମା ଏକୁଟିଆ ଘର ଚଲେଇବା ଆଉ ସରୋଜ କୁ ଶିକ୍ଷିତ କରିବା ପାଇଁ ଘରେ ଗାଈ ଛେଳି ରଖିଲେ .

No comments:
Post a Comment