SERVICES

Latest Story

Tuesday, 6 August 2019

AKHI RA LUHA[ଆଖି ର ଲୁହ]

Story No:-18
AKHI RA LUHA

ଆଖି_ର_ଲୁହ

***********
ରମେଶ ବାବୁଙ୍କର ଗୋଟେ ଛୋଟ ସୁଖୀ ପରିବାର ଥିଲା . ପୁଅ ଚିଣ୍ଟୁ (ବୟସ-7),ଝିଅ ଲିନା (ବୟସ-10)ଓ ତାଙ୍କ ପତ୍ନୀ ପ୍ରମିଳା ଙ୍କ ସହ ତାଙ୍କ ପରିବାର ବହୁତ ଖୁସି ରେ ରମେଶ ବାବୁ ଥିଲେ.
ଦିନେ ରମେଶ ବାବୁ ଅଫିସ ରୁ ଆସିବା ଡେରି କରିଦେଲେ .
ରମେଶ ବାବୁ- ଚିଣ୍ଟୁ ଓ ଲିନା କଣ ଖାଇସାରିଲେଣି .
ପ୍ରମିଳା- ତମ ପୁଅ ଝିଅ ଙ୍କୁ ତମେ ବୁଝ.
ସେମାନେ ଜ଼ିଦ ଧରି ବସିଛନ୍ତି ମେଳଣଯାତ୍ରା ଦେଖିବାକୁ ମୁଁ ବୁଝଇ ବୁଝେଇ ଥକି ଗଲିନି.
.
ଚିଣ୍ଟୁ ସେ ଘରୁ ଦୌଡ଼ି ଆସି ବାପା ଙ୍କ ଗୋଡ କୁ କୁଣ୍ଢେଇ କାନ୍ଦି ପକାଏ- ସମସ୍ତେ ମେଳଣ ଯାତ୍ରା ଦେଖିବାକୁ ଯାଉଛନ୍ତି ମୁଁ ବି ଯିବି
ହେଲେ ମମି ମତେ ଗାଳି କରୁଛି .
.
ରମେଶ ବାବୁ ଚିଣ୍ଟୁ କୁ କୋଳେଇ ଗେଲ କରି କୁହନ୍ତି - ହୋଉ ବାବା ଆମେ କାଲି ସନ୍ଧ୍ୟା ରେ ଯିବା .
ଚିଣ୍ଟୁ- ବାପା ବାପା ,ମମି ଦିଦି କୁ ଗାଳି କରିଛି ,ଦିଦି କାନ୍ଦି କାନ୍ଦି ସୋଇପଡିଛି .
ବାପା ଦିଦି କୁ ସାଙ୍ଗରେ ନେବ.
ନହେଲେ ମୁଁ ଯିବିନି .
ରମେଶ- ପ୍ରମିଳା, କଣ ଦରକାର ଥିଲା ଲିନା କୁ ମାରିବାର.
ପ୍ରମିଳା- ଚିଣ୍ଟୁ ତ ଛୋଟ ପିଲା ହେଲେ ସେ ତ ବଡ ହେଲାଣି .ତାକୁ ବୁଝେଇ ବୁଝେଇ ମୁଁ ଥକି ଗଲି .
.
ରମେଶ ବାବୁ ସଙ୍ଗେ ଲିନା ପାଖକୁ ଗଲେ .ଆଉ ଦେଖିଲେ
ଲିନା ସେପଟ କୁ ମୁହଁ କରି କଇଁ କଇଁ ହେଇ କାନ୍ଦୁଛି .
ରମେଶ ବାବୁ- ମୋ ମା ଟା ପର .କଣ ହେଇଛି ତୋର ,ଶୁଣ ଆମେ କାଲି ମିଶି କି ମେଳଣ ଦେଖିବାକୁ ଯିବା .
ଏବେ ମୋ ମା ଲୁହ ପୋଛି ଦେବ.
.
ଲିନା ବାପା ଙ୍କ କଥା ଶୁଣି ଖୁସି ରେ ବାପା ଙ୍କୁ କୁଣ୍ଢେଇ ପକେଇଲା.
ହୋଉ, ପ୍ରମିଳା ଖାଇବା ବଢ଼ା ବଢି କର.
.
ଚିଣ୍ଟୁ ଆଉ ଲିନା ର ଆଖି କୁ ନିଦ ନଥାଏ .
ଚିଣ୍ଟୁ ଭାବୁଥାଏ ସେ ଖେଳନା ଆଣିବି ସେ ଚାବିଡଦିଆ ଗାଡି ଆଣିବି.
ଲିନା ବି ସେମିତି ତା ପସନ୍ଦ ର ମେକ ଅପ ଜିନିଷ ଭାବୁଥାଏ କିଣିବ ବୋଲି .
କେମିତି ସକାଳ ପାଇଁ ସନ୍ଧ୍ୟା ହେବ ମେଳଣ ଦେଖିବାକୁ ଯିବେ .
ରମେଶ ବାବୁ ଅଫିସ ବାହାରିଲେ
ଚିଣ୍ଟୁ ଓ ଲିନା ବାପା ଙ୍କୁ ନ୍ତି ଶୀଘ୍ର ଆସିବାକୁ .
ସେହି ସମୟରୁ ହିଁ ଚିଣ୍ଟୁ ଓ ଲିନା ଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଇଯାଏ .
ଝଗଡା ବୋଲି ଲିନା କଣ କଣ ଆଣିବ ସେ କଥା ଚିଣ୍ଟୁ ମମି କୁ କହିଦିଏ .
ମମି ସେଠୁ ଲିନା ଉପରେ ରାଗିକି କୁହନ୍ତୁ ଏ ସବୁ ଜିନିଷ ପରା ତୋର ଅଛି .
ଲିନା ସେଇ ରାଗ ରେ ଚିଣ୍ଟୁ କୁ ମାରେ.
ଚିଣ୍ଟୁ- ମମି ମତେ ମାରୁଛି .
ଲୀନ- ମାରିବିନି କଣ ତତେ ପୂଜା କରିବି .
ଚିଣ୍ଟୁ- (କାନ୍ଦିକି)ହୋଉ ହୋଉ ବାପା ଖାଲି ଆସନ୍ତୁ .ମୁଁ ବାପା ଙ୍କୁ କହିବି ତତେ ଆଉ ମେଳଣ ନେବେନି .
ଲିନା- ବାପା ମତେ ବେଶୀ ଭଲ ପାଆନ୍ତି.
ଚିଣ୍ଟୁ- ଆଉରି କିଛି ନା.
ଲିନା- ଯା ଭଲ ହେଲା.ମୁଁ ଯଦି ନଯିବି ତେବେ ତୁ କିଛି ଜିନିଷ କିଣି ପାରିବୁନି .କାହିଁକି ନା ମୁଁ ଜାଣିଛି ତୋ ଖେଳନା କୋଉଠି କୋଉ ଜାଗା ରେ ବିକ୍ରି ହୁଏ.
ଚିଣ୍ଟୁ- ହୋଉ ହୋଉ ତୁ ଯିବୁ .ଆମେ ମିଶି କି ଯିବା.ବାପା ତୁ ମୁଁ ମିଶିକି ଯିବା .
ସନ୍ଧ୍ୟା ପୂର୍ବରୁ ରମେଶ ବାବୁ ଘରକୁ ଚାଲିଆସିଲେ .
ରମେଶ ବାବୁ ଆସିକି ଦେଖିଲେ ପିଲା ମାନେ ମେଳଣ ଯିବା ପାଇଁ ପ୍ରସ୍ତୁତ ହେଇସାରିଛନ୍ତି .
ରମେଶ- ପ୍ରମିଳା ତମେ ଚାଲୁନ.
ପ୍ରମିଳା- ନା ,ମୋର ଦୁନିୟା କାମ ପଡିଛି .ତମେ ରାତି ହେବା ପୂର୍ବରୁ ଫେରିଆସିବ .
ରମେଶ- ମେଳଣ କଣ ଏଠି କୋଉଠି ହୋଉଛି ନା କଣ ରାତି ପୂର୍ବରୁ ଫେରିଆସିବି .
ରାତି 10 ହେଇଯିବ ଫେରୁ ଫେରୁ ତମେ ଖାଇଦେବ .
.
ବାପା,ପୁଅ ଓ ଝିଅ ବାହାରି ପଡିଲେ ମେଳଣ ଯାତ୍ରା ଦେଖି .
ମେଳଣ ରେ ପହଁଚି ଦେଖିଲେ ବହୁତ ଭିଡ .
ରମେଶ ବାବୁ ପୁଅ କୁ କାନ୍ଧରେ ବସେଇ ଝିଅ ହାତକୁ ମୁଠାରେ ଧରି ମେଳଣ ଭିତରେ ପଶିଲେ .
.
ମେଳଣ ବୁଲୁ ବୁଲୁ ଲିନା ର ଗୋଟେ ଜିନିଷ ନଜର କୁ ଆସିଲା
ସେ ତା ବାପା ଙ୍କୁ ଟାଣି ଆଣିବାକୁ ଚେଷ୍ଟା କଲେ ହେଲେ ଭିଡ ଭିତରେ ହାତ ଟି ଖସିଗଲା .
ଏତେ ଭିଡ ଭିତରେ 10 ବର୍ଷ ର ଛୋଟ ଝିଅ ଟି କୁ ଖୋଜି ପାଇବା ବହୁତ କଷ୍ଟ ଥିଲା .
ରମେଶ ବାବୁ ବହୁତ ଖୋଜିଲେ ହେଲେ ପାଇଲେନି.
ଲିନା ବି ବାପା ବାପା ଡାକି ତାର କଂଅଳ ଚିତ୍କାର ଶୁଣିବାକୁ କେହି ନଥିଲେ .
ରମେଶ ବାବୁ ଦୀର୍ଘ 3 ଘଣ୍ଟା ପର୍ଯ୍ୟନ୍ତ ଖୋଜି ଖୋଜି ଯେବେ ନପାଇଲେ ସେ ପୋଲିସ ପାଖକୁ ଯାଇ ବହୁତ ଅନୁରୋଧ କରି କହିଲେ .
ହେଲେ କିଛି ଫାଇଦା ହେଲାନି .
ଲିନା କାନ୍ଦି କାନ୍ଦି ଗୋଟେ ଜାଗାରେ ଚୁପ ହେଇ ବସି ପଡିଲା .
ସେହି ରାତି 1 ରେ ଗୋଟେ ମଦୁଆ ଆସି ତା ପାଖରେ ବସେ .
ମଦୁଆ- ଏ କାନ୍ଦୁଛୁ କାହିଁକି .ଚୁପ ଏକଦମ ଚୁପ .
ଲିନା ଟିକେ ଡରି ଯାଇ ଛାନିଆ ହେଇଯାଏ .
ଆଉ ବାପା ବାପା କହି କାନ୍ଦିବାକୁ ଲାଗେ .
ମଦୁଆ- ତୋ ବାପା କୁ ତୁ ଖୋଜୁଛୁନା.
ତୋ ବାପା ଆମ ଘରେ ଅଛି .
ଲିନା-( ଭୟରେ ) ସତରେ.
ମଦୁଆ- ହଁ ,ତୁ ଆସେ ଆମ ଘରେ ତୋ ବାପା ବସିଛି .
.
ଲିନା ସେ ମଦୁଆ ର କଥା କୁ ସତ ଭାବି ତା ସହ ତା ଘର କୁ ଚାଲିଗଲା .
ଏପଟେ ରମେଶ ବାବୁ ଙ୍କ ମନ ମାନିଲାନି ସେ ପୋଲିସ ପାଖରୁ ଫେରି ସେହି କାକର ରେ ଝିଅ କୁ ଖୋଜିବାକୁ ଲାଗିଲେ .
ରମେଶ ବାବୁ ଙ୍କର ଆଖିରୁ ଲୁହ ଝରି ପଡୁଥାଏ ହେଲେ ସେ ଆଶା ହରେଇନଥାନ୍ତି .ସେ ଭାବିଲେ ସକାଳ ହେଲେ ମେଳଣ ଭାଙ୍ଗିବ ମୁଁ ନିଶ୍ଚୟ ମୋ ଝିଅ କୁ ପାଇଯିବି .
ସେହି ଆଶା ନେଇ ଟିକେ ବସିପଡୁଥାନ୍ତି ପୁଣି ଖୋଜୁଥାନ୍ତି ପୁଣି କାନ୍ଧରେ ତାଙ୍କର ପୁଅ କେତେ ଆଉ ଖୋଜିବେ .
ଶେଷରେ ସକାଳ ର ଅପେକ୍ଷା କରିଥାନ୍ତି .
ପୁଣି ସକାଳେ ସମସ୍ତ ଦୋକାନୀ କୁ ପଚାରନ୍ତି ହେଲେ କାହାରି ପାଖରେ ଉତ୍ତର ନଥାଏ .
ଶେଷରେ ପୁଣି ଥରେ ପୋଲିସ ପାଖକୁ ଯାନ୍ତି.
ପୋଲିସ- ତମେ ବହୁତ ଥକି ଗଲାଣି .ଯାଅ ଆମେ ତମ ଝିଅ କୁ ଖୋଜିବୁ .
ରମେଶ ବାବୁ ଘର କୁ ପଳିଆସନ୍ତି.
ପ୍ରମିଳା- ତମର ଏ କି ହାଲ.ଆଉ ଝିଅ କାଇଁ.
ରମେଶ ବାବୁ ଙ୍କ ପାଖରେ ଉତ୍ତରହି ଲୁହ ହିଁ ଥିଲା .
ପ୍ରମିଳା- ମୁଁ ପଚାରୁଛି ପରା ମୋ ଝିଅ କାଇଁ.
ରମେଶ- ସେ ହଜିଯାଇଛି .ବହୁତ ଖୋଜିସାରିଲିଣି ହେଲେପାଇଲିନି.
.
ମା ଲୁହ ଝରେଇ କି ବା କଣ କରିପାରିବ.
.
ଗୋଟେ ଘଣ୍ଟା ପରେ ଫୋନ ଆସିଲା ପୋଲିସ ଷ୍ଟେସନ ରୁ .
ପ୍ରମିଳା ଫୋନ ରିସିଭି କରି
ସଙ୍ଗେ ରମେଶ ବାବୁ ଙ୍କୁ କହିଲା ଯିବା ପାଇଁ .
ମା ମନ ଏତେ ସହଜ ରେ ଗ୍ରହଣ କରି ପାରୁନଥାଏ .
ମନରେ ଗୁଣୁ ଗୁଣୁ ହେଇ କହୁଥାଏ
କହୁଛନ୍ତି ମୋ ଝିଅ ମରିଯାଇଛି .ଏମିତି କେମିତି ମୋର ଭଲ ଛୁଆଟା କିଛି ରୋଗ ଫୋଗ ନାହିଁ .
ଏ କଥା ଶୁଣି ରମେଶ ବାବୁ ରାସ୍ତାରେ ଅଟକି - କଣ କହିଲ ପ୍ରମିଳା ଆମ ଝିଅ .
ରମେଶ ବାବୁ ପୁରା ଭାଙ୍ଗି ପଡିଲେ .
ତଥାପି ପ୍ରମିଳା ତାଙ୍କୁ ଭାଙ୍ଗିବାକୁ ଦେଉନାହାନ୍ତି .
ନା ନା ମୋ ଝିଅ ବଂଚିଛି .
ରମେଶ ବାବୁ ଓ ତାଙ୍କ ପତ୍ନୀ ପ୍ରମିଳା ପୋଲିସ ଷ୍ଟେସନ ରେ ପହଂଚି ଦେଖନ୍ତି ତ ତାଙ୍କ ଝିଅ ଲିନା ଏ ଦୁନିୟା ରେ ଆଉ ନାହିଁ .
ବାପା ମନ ସମ୍ଭାଳି ପାରିଲାନି ଝିଅ ମରିଯାଇଛି ଜାଣି ବି ତାକୁ ଡାକି ଉଠଉଛନ୍ତି - ଏ ମା ସୋଇଛୁ କଣ ଉଠ ଆମେ ଘର କୁ ଯିବା .
ବାରମ୍ବାର ଡାକିବା ସତ୍ୱେ ଲିନା ଯେମିତି ନ ଉଠିଛି ତାଙ୍କ ଆଖି ରୁ ଲୁହ ଥୋପା ଥୋପା ଝରି ପଡିଛି .
ଉଠିଯା ତୋ ପାଇଁ ମେଳଣ ରୁ କେତେ ଜିନିଷ ଆଣିଛି .ତୋ ପସନ୍ଦ ର ଉଠ ମା ଉଠିପଡ଼.
ବାପା ମା ଙ୍କର ସେ କରୁଣ ଚିତ୍କାର ସେଠି ସମସ୍ତଙ୍କ ଆଖିରେ ଲୁହ ଭରିଦେଇଥିଲା .
ହେଲେ ପୋଲିସ ଯେତେବେଳେ କହିଲା ତମ ଝିଅ କୁ ଧର୍ଷଣ ପରେ ହତ୍ୟା କରାଯାଇଛି .
ରମେଶ ବାବୁ ଙ୍କ ଛାତିରେ ପୁରା ନିଅ ଲାଗିଗଲା .
ପୋଲିସ ବାବୁ ମାନେ ରମେଶ ଓ ତାଙ୍କ ପତ୍ନୀ ଙ୍କୁ ବୁଝେଇବାରେ ଲାଗିଲେ .
.
ଲୋକମାନେ କହୁଥାନ୍ତି
ସତରେ ସେ ଝିଅ ସାଥିରେ କେତେ ଅନ୍ୟାୟ ହେଲା ବିଚାରି ଟା କେତେ ଲୁହ ଝରେଇ ନେହୁରା ହେଇଥିବ .
ପୁଣି କିଛି ଲୋକ କହୁଥାନ୍ତି
ମଦ ପିଇଲେ ସେମାନଙ୍କୁ ଭୁଲ ଠିକ ଜଣା ପଡ଼େନି .
କିଛି ଘଣ୍ଟା ପରେ ରମେଶ ବାବୁ ଓ ତାଙ୍କ ପତ୍ନୀ ଲିନା ମୁହଁରେ ଅଗ୍ନି ଦେଇ ଘରକୁ ଫେରି ଆସନ୍ତି .
.
ଚିଣ୍ଟୁ ପଡିଶା ଘରୁ ବାପା ମମି ଆସିବା ଦେଖି ସେ ଦୌଡ଼ି ପଳିଆସେ.
ଚିଣ୍ଟୁ- ବାପା ବାପା, ଦିଦି କୁଆଡେ ଗଲା .
ବାପା ଙ୍କ ମୁହଁରେ କଣ ବା ଉତ୍ତର ଅଛି .
ମମି-ତୋ ଦିଦି ହଜିଯାଇଛି .ସେ ଫେରି ଆସିବ.
ଚିଣ୍ଟୁ- ମମି , ହଜି କୋଉଠି ,ସେଠିକି ସେ କଣ ପାଇଁ ଯାଇଛି .
7ବର୍ଷ ର ପିଲା କଣ ଜାଣିବ ହଜିଯାଇଛି ର ଅର୍ଥ .ସେ ମନେ ମନେ ଭାବୁଛି ହଜି ଗୋଟେ ଜାଗା ର ନାଁ.
.
କିଛି ଦିନ ପରେ
ଚିଣ୍ଟୁ କୁ ଆଉ କିଛି ବି ଭଲ ଲାଗୁନି .
ସେ ତା ଦିଦି କୁ ମନେ ମନେ ବହୁତ ଝୁରି ହେଉଛି.
ଆଖିରେ ଆଖିଏ ଲୁହ ଢଳି ହେଇ ଆସୁଛି
ମମି ଦିଦି କୁ କହ ନା ମତେ ଭଲ ଲାଗୁନି .
ମୁଁ ସତ କହୁଛି ଦିଦି ସହ ଆଉ ଝଗଡା କରିବିନି
ମମି ତୁ ତାକୁ କହ ନା ସେ ମତେ ବହୁତ ଭଲ ପାଏ .
ତୁ ଯଦି ନକହିବୁ
ମୁଁ ବି ହଜି କୁ ପଳେଇବି ଦିଦି କୁ ଏକାଥରେ ନେଇଆସିବି
ଆଉ ତାକୁ କହିବି ତୋର କଣ ଭାଇ କଥା ମାନେ ପଡୁନଥିଲା .
.
ମମି ବି କଣ କରିବ ଯେମିତି ହେଲେ ଇୟାଡୁ ସିଆଡ଼ୁ କହି ଚୁପ କରିଦେଉଥାଏ ଗୋଟେ କରୁଣ ନିରୀହ ଛୋଟ ହୃଦୟ କୁ.
.
ହେଲେ ସେ ଦିନ ତା ମମି ଚିଣ୍ଟୁ ର ନିରୀହ ଚାହାଣି ଓ ତାର ଦିଦି ପ୍ରତି ଏତେ ଭଲ ପାଇବା ଦେଖି ଚୁପ ରହିଗଲା .
ଯେଉଁଦିନ ରାକ୍ଷୀ ପୂର୍ଣ୍ଣମୀ ଥିଲା.
ଚିଣ୍( କାନ୍ଦିକି) ମମି ମୋ ସାଙ୍ଗମାନେ ରାକ୍ଷୀ ପିନ୍ଧି ମତେ ଚିଡାଉଛନ୍ତି କହୁଛନ୍ତି ତୋର ଭଉଣୀହିଁ ଭଉଣୀ ନାହିଁ .
ମମି ତୁ କହିଲୁ ମୋ ଦିଦି ହଜି କୁ ଯାଇଛି ବୋଲି କଣ ମୋ ଭଉଣୀ ନାହିଁ .
ମମି ତୁ ଦିଦି କୁ କହ ଏବେ ଆସୁ ମୋ ହାତରେ ରାକ୍ଷୀ ବାନ୍ଧୁ.
ମମି ଚିଣ୍ଟୁ ର ଏମିତି କଥା ଶୁଣିକି ଆଖି ରେ ଲୁହ ଆସିଯାଏ .
ହେଲେ ଚିଣ୍ଟୁ ଦାଣ୍ଡ ରେ କାନ୍ଦି କାନ୍ଦି ଗଡିଯାଏ ରାକ୍ଷୀ ପିନ୍ଧିବ ବୋଲି .
ତାର ସେ କଁଅଳ ଆଖି ର ଲୁହ ନା କିଏ ଦେଖି ପାରୁଥିଲେ ନା ତାର ହୃଦୟ ର କଷ୍ଟ କୁ ସେ କହିପାରୁଥିଲା .
ସତରେ ଭଗବାନ କେତେ ନିଷ୍ଠୁର ..
.
ରହିଯାଅ, କାହାଣୀ ସରିନି ବନ୍ଧୁ .
କେବଳ ଦୁନିୟା କୁ ଗୋଟେ ବାର୍ତ୍ତା ଦେବା ପାଇଁ ମୋର ଏତେ ଘଣ୍ଟା ଗଳ୍ପ ର ପରିଶ୍ରମ .
                                                         ************The End************
Msg for u -
କଣ ଭୁଲ ଥିଲା ସେ ନିରୀହ ଛୋଟ ଝିଅ ଟି ର.
କଣ ପାଇଁ ତାକୁ ଏଭଳି ଯନ୍ତ୍ରଣା ଦାୟକ ମୃତୁ ମିଳିଲା.
ସବୁର କାରଣ ସେଇ ମଦ.
ମଦ ପାଇଁ ଗୋଟେ ମଣିଷ ମଣିଷ ରୁ ରାକ୍ଷସ ପାଲଟି ଗଲା.
ମଦ ପାଇଁ ଗୋଟେ ଝିଅ ର ଜୀବନ ଚାଲିଗଲା .
ମଦ ପାଇଁ ଗୋଟେ ଛୋଟ ଭାଇ ର ହାତ ସାରା ଜୀବନ ଖାଲି ରହିଗଲା.
ମଦ ପାଇଁ ଗୋଟେ ବାପା ର ସ୍ବପ୍ନ ଭାଙ୍ଗି ଚୁରମାର ହେଇଗଲା
ମଦ ପାଇଁ ଗୋଟେ ମା ତା ଝିଅ କୁ ହରେଇଲା .
ଏତେ ସବୁ ଜାଣିଲା ପରେ ବି ସରକାର ମଦ ଦୋକାନୀ ଙ୍କୁ ପୁରସ୍କାର ଦେବାରେ ବାହାରିଛନ୍ତି .
କଣ ଓଡିଶା କୁ ଲୁପ୍ତ କରିବାକୁ ଲାଗିପଡିଛନ୍ତି .
ଆପଣ ମାନଙ୍କୁ ମୁଁ ଅନୁରୋଧ କରି କହୁଛି ମଦ୍ୟପାନ ,ଧୁମ୍ରପାନ ଠୁ ଦୁରେଇ ରୁହନ୍ତୁ ନିଜର କ୍ଷତି ହେବା ସହ ନିଜର ଲୋକ ଙ୍କୁ ବି କ୍ଷତି ପହଞ୍ଚୁଛି .
ଏବେ ତ ଝିଅ ମାନେ ମଦ ପିଇବା ଆରମ୍ଭ କରିଦେଲେଣି
କାହାକୁ କେତେ ବୁଝେଇବ.
କେତେକ bf ମାନେ ମଦ ପିଇ ତାଙ୍କ gf କୁ ବି ଗାଳି ଦେବା ଦ୍ୱାରା break up ହେଊଛି.
ପୁଣି break up ପରେ ସେମନେ ଆହୁରି ମଦୁଆ ହେଇ ନିଜ ପରିବାର କଥା ବି ଭୁଲିଯାଉଛନ୍ତି .
ଭଗବାନ ତମର ମଙ୍ଗଳ କରନ୍ତୁ .
                  ଗଳ୍ପ ଟି ଭଲ ଲାଗିଥିଲେ ସେୟାର କରିବେ .

No comments:

Post a Comment