SERVICES

Latest Story

Saturday, 27 July 2019

PREMAPATRA【ପ୍ରେମପତ୍ର】

Story No:-7

#ପ୍ରେମପତ୍ର

***********
ଏକ ସତ୍ୟ ଘଟଣା ଉପରେ ଆଧାରିତ.
ମୁଁ ଗାଁ କୁ ଯାଇଥାଏ .2019 ନୂଆବର୍ଷ ଦିନ ମୋ ମନ ଭଲ ବି ଭଲ ନଥାଏ .ଇଛା ହେଉଥିଲା କୌଣସି ଏକ ସୁନ ସାନ ଜାଗାରେ ଯାଇ ବସିବାକୁ .
ଯିବା ରାସ୍ତା ରେ ଦେଖିଲି ମନୋଜ ମନ ଦୁଃଖ ରେ ବସିଛି .ମୁଁ ଯାଇ ତା ପାଖକୁ ପଚାରିଲି .ଆଜି ନୂଆ ବର୍ଷ ରେ କୁଆଡେ ବୁଲିବାକୁ ଯାଇନୁ ?
ହଟାତ ମୁଁ ତା ଆଖି ର ସେ କରୁଣ ଚାହାଣି ଦେଖି ଜାଣିପାରିଲି  ସେ ହୃଦୟ ଭିତରେ କାହାକୁ ବହୁତ ଝୁରୁଛି ଆଉ ତା ମନ ବ୍ୟାକୁଳ ହେଉଛି ତା ସହ କଥା ହେବା ପାଇଁ.
WR- କଣ love problem.
ମନୋଜ-(ନିଜ ଆଖିର ଲୁହ ଆଉ ସମ୍ଭାଳି ପାରିଲା ନାହିଁ .ବୋଧ ହୁଏ ସେ ମୋ ଠୁ କିଛି ଆଶ୍ୱସନା ପାଇବା ପାଇଁ ତା ମନ କଥା ସବୁ ଖୋଲି କହିବାକୁ ଇଛା କଲା.)
କଣ ଟିକେ ରାଗିକି ସେ ପାଗିଳି କୁ କହିଦେଲି ଜେ ସେ ଗୋଟେ ମାସ ହେଇଗଲାଣି .ମୋ ପାଖକୁ କଲ କରୁନି କି ମୋ ଫୋନ କୁ ରିସିଭ ବି କରୁନି.
ମୁଁ କଣ ତାଙ୍କୁୁ ଏତେ କଷ୍ଟ ଦେଇଦେଲି
ତାଙ୍କର କଣ ମୋ କଥା ଜମାରୁ ମନେ ପଡୁନି .
ଏମିତି ବହୁତ କିଛି ତା ମନ ର ଦୁଃଖ କୁ ସେ ମୋ ଆଗରେ ପ୍ରକାଶ କଲା .
WR- ହୋଉ ବେସ୍ତ ହୋନୀ .ଗୋଟେ ରାସ୍ତା ଅଛି .ଗୋଟେ ଚିଠି ଲେଖ ତା ପାଖକୁ ..
                            ପ୍ରେମପତ୍ର
ପ୍ରେମ ତୋର ମିଛ ପ୍ରିୟା
                                ସତ ତୋ ଛଳନା
ପାଇଗଲୁ  ଖେଳିବାକୁ
                                ମୋ ପରି ଖେଳନା
ଚାଲିଗଲୁ ଛାଡି ତୁ ଲୋ
                                ଏ ମନ ମନ୍ଦିର
ଆଉ ଖୋଜି ପାଇବୁନି
                                 ହୃଦୟ ମୋହର .
ଏହା ଥିଲା ଶେଷ ଭାଗ
କାହାଣୀ ର ଆରମ୍ଭ ଏବେ କରୁଛି ଶୁଣ.
କିଛି ପ୍ରେମ ଏମିତି ବି ହେଇଥାଏ .2012 ମସିହା ର କଥା .ମନୋଜ ଦିଲ୍ଲୀ ରେ କୌଣସି ଏକ କମ୍ପାନୀ ରେ ଚାକିରୀ କରିଥାଏ. ନୂଆ ନୂଆ Facebook ବ୍ୟବହାର କରୁଥାଏ.ଧିରେ ଧୀରେ ଫେସବୁକ ରେ ତାର  ନୂଆ ସାଙ୍ଗ ହେଇଯାନ୍ତି .
କିଛି ଦିନ ପରେ..
ମନୋଜ ସକାଳୁ ସକାଳୁ ଫେସବୁକ ଖୋଲି ଦେଖେ ତ ତା ସାଙ୍ଗ ର ପୋଷ୍ଟ ରେ ଗୋଟେ ଝିଅ ଭଲ କମେନ୍ଟ ଦେଇଛି .
ମନୋଜ ତା ପରେ ସେ ଝିଅ ( ଅନ୍ନି)  ପାଖକୁ ଫ୍ରେଣ୍ଡ ଋକୁଏସ୍ଟ ପଠାଏ .
ଅନ୍ନି ବି ମନୋଜ ର ବନ୍ଧୁତ୍ୱ କୁ ସ୍ୱୀକାର କରେ.
ଦୁହେଁ ଦୁହିଁକର ପରିଚୟ ପ୍ରଥମେ ଜାଣନ୍ତି .ଧୀରେ ଧୀରେ ପସନ୍ଦ ନାପସନ୍ଦ ସବୁକିଛି ଜାଣନ୍ତି.
ମନୋଜ- ଆଛା ଗୋଟେ କଥା ପଚାରିବି ?
ଅନ୍ନି-  ହଁ ପଚାର .
ମନୋଜ- ନାଇଁ ମାନେ ...ସେ କିଛି ନୁହଁ ଛାଡ .
ଅନ୍ନି-  କୁହ ତ କଥା ଟା କଣ .
ମନୋଜ- ତମର କେହି bf ଅଛନ୍ତି.ମାନେ ତମେ କାହାକୁ ଭଲପାଅ କି?
ଅନ୍ନି- (ହସି କହିଲା)  ନା କେହି ନାହାନ୍ତି .ତମେ କଣ ମଧ୍ୟସ୍ଥି କି?
ମନୋଜ- ହେ ନା ମ .ମୁ ଏମିତି ରେ ପଚାରିଦେଲି ନା .
ଅନ୍ନି- ମୁ କିଛି ଜାଣିନି .ତମେ କହିଲା କଣ ପାଇଁ .ମତେ ଏବେ ଗୋଟେ bf ଆଣି ଦିଅ.
ମନୋଜ- କଣ ଏତେ ଶୀଘ୍ର ?ଆଛା ହୋଉ. ହେଲେ .ମୋର ଗୋଟେ ସର୍ତ ଅଛି.
ଅନ୍ନି- କଣ?
ମନୋଜ- ମୋ ପାଇଁ ବି ଗୋଟେ ଝିଅ ଠିକ କର.
ଅନ୍ନି- ତମ ର କିଭଳି ଝିଅ ପସନ୍ଦ.
ମନୋଜ-ପ୍ରଥମେ ତମର ପସନ୍ଦ କୁହ .
ଅନ୍ନି- ଯେମିତି ମତେ ବହୁତ ଭଲ ପାଉଥିବା .ମୋ ମନ କଥା ବୁଝିପାରୁଥିବ.ଆଉ ତା ବାପା ମା ଙ୍କୁ ଯେମିତି ସଂମାନ ସେତିକି ମୋ ବାପା ମା ଙ୍କୁ ଦେଉଥିବ.
ମନୋଜ- ବାସ ଏତିକି .ଆଛା ପିଲାଟା ଭିକାରି ହେଲେ ଚଳିବାତ 😂😂😂😂😂.
ଅନ୍ନି- ସେମିତି କେମିତି ହେବ.କିଛି ରୋଜ଼କର କରୁଥିବ ନା.
ମନୋଜ-  କାଇଁ ସେ କଥା କହିଲନି.
ଅନ୍ନି- ତମେ ବି ନା .
ଆଛା ତମର କେମିତି ଝିଅ ପସନ୍ଦ.
ମନୋଜ-  କହିବି .
ଅନ୍ନି- ହଁ .
ମନୋଜ-  କହିବି ତ.
ଅନ୍ନି- ହଁ କୁହ .
ମନୋଜ- ନକହିଲେ ହୁଅନ୍ତାନି .
ଅନ୍ନି- ମୁଁ ଯାଉଛି .
ମନୋଜ-😂😂😂 ଆରେ ରୁହ .ଶୁଣ ଶୁଣ ହେଇ ଦେଖ କହିବା ଆରମ୍ଭ କଲି .
ଅନ୍ନି- କହୁନା .
ମନୋଜ- ସେ ଦେଖିବାକୁ ଟିକେ ସୁନ୍ଦର ହେଇଥିବ.ମୋବାପା ମା ଙ୍କୁ ଭଲ ପାଇବା ଦରକାର.
ଅନ୍ନି-  ହୋଉ ମୁ ଖୋଜୁଛି .ପାଇଲେ କହିବି .ତମେ ବି ମୋ ପାଇଁ ଖୋଜ .
ଏମିତି କିଛି ଦିନ କଥା ହେଲା ପରେ..
ଅନ୍ନି ମନେ ମନେ ମନୋଜ କୁ ବହୁତ ପସନ୍ଦ କରୁଥିଲା ହେଲେ ସେ ଚାହୁଁଥିଲା ମନୋଜ ପ୍ରଥମେ କହୁ .
ଏମିତି ତାଙ୍କର ଫ୍ରେଣ୍ଡସିପ ଧୀରେ ଧୀରେ ଘନିଷ୍ଠ ହେଲା ଓ କିଛି ଦିନ ପରେ ପୁଣି ସେ ପ୍ରସଙ୍ଗ ଉଠିଲା.
ଅନ୍ନି- ତମେ ମୋ ପାଇଁ bf ଠିକ କଲ କି ନାହିଁ.
ମନୋଜ- ହଁ ହେଲେ ମୋ gf ତମେ ଠିକ କରିଛ କି ନାହିଁ.
ଅନ୍ନି- ହଁ ସେମିତି ମୋ ନଜର ରେ ଜଣେ ଅଛି .
ମନୋଜ- କିଏ ତାଙ୍କ ନାଁ କଣ କୁହ ପ୍ଲିଜ଼ କୁହ କୁହ .
ଅନ୍ନି- ତମେ ଆଗ କୁହ .
ମନୋଜ- ନାଇଁ ନାଇଁ ପ୍ଲିଜ଼ ତମେ ଆଗ କୁହ .
ଅନ୍ନି- କହିବି .
ମନୋଜ- ହଁ.
ଅନ୍ନି- ସେ ହେଉଛି .
ମନୋଜ- ( ବହୁତ ଆଗ୍ରହ ର ସହ)  ହଁ କୁହ.
ଅନ୍ନି- ସେ ହେଉଛି ମୁ.
ମନୋଜ- ହେ ନାଇଁ ତମେ ମାଜ଼ାକ କରୁଛ.
ଅନ୍ନି- ସତ କହୁଛି.
ମନୋଜ- ମୋର କାଇଁ ବିଶ୍ୱାସ ହେଉନି .
ଅନ୍ନି- ରୁହ .ଏ ନଂ ରେ କଲ କର ମନୋଜ - କାହା ନଂ ? କଣ ହେବ .
ଅନ୍ନି-  ଆରେ ବାବା କଲ ତ କର.
ତା ପରେ ମନୋଜ କଲ କରେ
ଅନ୍ନି-  ତମେ ମନୋଜା .
ମନୋଜ-  ତମେ ମତେ ସତରେ ଭଲପାଅ .
ଅନ୍ନି- (ହସି)  ହଁ .
ମନୋଜ-  ମୁଁ ବି ତମ ପାଇଁ bf ନିଜକୁ ଠିକ କରିଥିଲି ହେଲେ ଡର ଲାଗୁଥିଲା ତମେ ଯଦି ମନା କରିଦେଇଥାନ୍ତ ତ.
ହେଲେ ମୁ ଆଜି ବହୁତ ଖୁସି .ମୁ ବିଶ୍ୱାସ କରିପାରୁନି ଏଟା ସତ ନା ସ୍ବପ୍ନ .
ଅନ୍ନି- ମୁ ବି ବହୁତ ଖୁସି .ମୁଁ ଅପେକ୍ଷା କରିଥିଲି ତୁମେ କହିବ ବୋଲି.
ମନୋଜ-  ମୁଁ ତୁମକୁ ଦେଖା କରିବାକୁ ଚାହେଁ .କେବେ ଦେଖା କରିପାରିବ .
ଅନ୍ନି- ତମେ ଏବେ କୋଉଠି ଅଛ.
ମନୋଜ- ଦିଲ୍ଲୀ ରେ .
ଅନ୍ନି- ତେବେ ତମେ ଏବେ ଦେଖାକର  ଯେତେଶୀଘ୍ର  ହି ହି .
ମନୋଜ-  ଏବେ କେମିତି .
ଅନ୍ନି-  ଆରେ ବାବା ମୁଁ କୁଆଡେ ପଲୋଉନି  .ତମେ ତମ କାମ ସାରି ଆସ .
ମନୋଜ- ଏଇ ଦଶହରା ଛୁଟି ରେ ଯିବି .
ତମେ ଆସିବ.
ଜାଗା ବି ସ୍ଥିର ହେଇଗଲା .
ଦଶହରା ଦିନ 11 ଟା ରେ
ଅନ୍ନି ପ୍ରଥମେ ଆସିଯାଇଥିଲା  ତାଙ୍କ ମା ଙ୍କ ସହ ମନ୍ଦିର .
ଅଧ ଘଣ୍ଟା ଅପେକ୍ଷା ପରେ ମଧ୍ୟ ମନୋଜ ଆସୁନଥାଏ କି ଫୋନ ରିସିଭ  କରୁନଥାଏ .
ଏପଟେ ମା ବି ପୂଜା ସାରି ଘରକୁ ଯିବାକୁ ଡାକିଲେଣି.
ଅନ୍ନି ମନେ ମନେ ଭାବୁଥାଏ ମନୋଜ ମତେ ଠକି ଦେଲେନି  ତ ପୁଣି ଭାବୁଥାଏ ନା ସେ ସେମିତି ନୁହଁ .
ଫୋନ ବାରମ୍ବାର କରୁଥାଏ .
                             ............. To Be Continued...........
©CREDIT - Kumar FF Muna

No comments:

Post a Comment