SERVICES

Latest Story

Sunday, 4 August 2019

SATHIRE[ସାଥିରେ]

Story No:-15

#ସାଥିରେ

10 ବର୍ଷ ର ମନୁ ଓ 8 ବର୍ଷର ଚୁନୁ ଦୁଇ ଜଣ ବହୁତ ଭଲ ସାଙ୍ଗ ଥିଲେ .ତାଙ୍କର ଏ ଦୁନିୟା ରେ କେହି ବି ନିଜର ନଥିଲେ .
ରାସ୍ତା କଢ ରେ ହିଁ ତାଙ୍କ ଘର .ନା ଭଲ ପିନ୍ଧିବାକୁ ଥାଏ ନା ମୁଠେ ଖାଇବାକୁ ଥାଏ .
ସକାଳୁ ସକାଳୁ ଛିଣ୍ଡା ଚିରା କପଡା ପିନ୍ଧି ବାହାରି ପଡନ୍ତି ରାସ୍ତା କଢ ର ପ୍ଲାଷ୍ଟିକ ଅଳିଆ ଉଠେଇବା ପାଇଁ ଆଉ ସେ ସବୁ ବିକି ନିଜ ପେଟ ପୋଷନ୍ତି .
ମନୁ- ଏଇ ଚୁନୁ ଚୁନୁ ଦେଖ ସେମାନେ ଆଜି ନୂଆ ଡ୍ରେସ ପିନ୍ଧିଛନ୍ତି .ଆଜି କଣ କି?
ଚୁନୁ- ତୁ ଜାଣିନୁ କି .ଆଜି ପ୍ରଥମାଷ୍ଟମୀ .ଆଜି ତାଙ୍କ ଘରେ ନୂଆ ନୂଆ ପିଠା ଖାନ୍ତି.
ମନୁ- (ମନ ଦୁଃଖ ରେ)ମୋର ବି ମୋ ମା ଥିଲେ ମତେ ଏମିତି ନୂଆ ନୂଆ ଡ୍ରେସ ଦେଇଥାନ୍ତା .
ଚୁନୁ- ମୋ ମା ବି ମତେ ଦେଇଥାନ୍ତା.
ମନୁ- ହା ହା ତୁ ଚଣ୍ଡୀ ଟେ .ତତେ ଦେଇନଥାନ୍ତେ .
ଚୁନୁ- ତୁ କୋଉ ଭଲ ଟା କି.
ମନୁ- ରାଗିଲୁ କି ଫୁଲେଇ.ମାଜ଼ାକ କରୁଥିଲି ଲୋ.
ମନ ଟା ଦୁଃଖ ଥିଲା ତ ତୋ ସହ ମାଜ଼ାକ କରିଦେଲେ ମନ ଖୁସି ହେଇଯାଏ.
ଚୁନୁ- ତୁ ମନ ଦୁଃଖ କରନି.ମୁ ଅଛି ନା .
ମନୁ- ତୁ କଣ ଟା କରିବୁ.ନିଜେ ତ ସେଇ ଚିରା କପଡା ପିନ୍ଧୁଚୁ .
ଚୁନୁ- କୋଉଠି .ଏଇ ଟିକେ ଚିରି ଯାଇଛି ନା .
.
କିଛି ସମୟ ପରେ..
ମନୁ କୁ ବହୁତ ଭୋକ ଲାଗୁଥିଲା ହେଲେ ନା କିଛିଖାଇବା କୁ ଥିଲା ନା ପାଖରେ ପଇସା ଥିଲା.
ମାଠିଆ ରୁ ପାଣି ପିଇଲା .
ଚୁନୁ ମନୁ କୁ ଏତେ ପାଣି ପିଇବା ଦେଖି ଜାଣିପାରିଲା ମନୁ କୁ ବହୁତ ଜୋରସେ ଭୋକ ଲାଗୁଛି.
ଚୁନୁ- ତତେ ବହୁତ ଭୋକ ଲାଗୁଛି ନା . ମୋ ପାଖରେ ଦୁଇ ପ୍ୟାକେଟ ବିସ୍କୁଟ ଅଛି.ନେ ତୁ ଖାଇଦେ
ମନୁ ପ୍ୟାକେଟ ରୁ କିଛି ବିସ୍କୁଟ ଖାଇଛି ଚୁନୁ କୁ ପଚାରିଲା - ତୋ ବିସ୍କୁଟ କାଇଁ?
ଚୁନୁ- ମୁ କେତେବେଳ ରୁ ଖାଇସାରିଛି .ଦେଖୁନୁ ଏଇଠି କୋଉଠି ଜରି ପଡିଥିବ.
.
ହେଲେ ସେଦିନ ଚୁନୁ ଓପାସ ରହିଯାଇଥିଲା .
ରାତି ଅଧ ରେ ଉଠି ପାଣି ପିଇ ସୋଇପଡିଥିଲା .
ପର ଦିନ ସକାଳୁ ସକାଳୁ ଉଠି ମନୁ ପ୍ଲାଷ୍ଟିକ ଅଳିଆ ଖୋଜି ବାହାରିଲା 
ରାସ୍ତା ରେ ଯାଉ ଯାଉ 
ଚକ ମକ କରୁଥିବା ଏକ ମୁଦି ପାଇଲା .
ମନୁ ମୁଦି କୁ ନେଇ ଚୁନୁ ପାଖକୁ ଦୌଡି ବାକୁ ଲାଗିଲା .
ଚଣ୍ଡୀ ଚଣ୍ଡୀ ଜୋରସେ ଡାକ ଛାଡିଲା 
ଦେଖ ତୋ ପାଇଁ କଣ ଆଣିଛି.
ଚୁନୁ- କଣ ଆଣିଛୁ .
ମନୁ- ତୁ ଆଖି ବନ୍ଦ କରି ତୋ ହାତ ଦେଖା.
ଚୁନୁ- ହୋଉ ଆଖି ବନ୍ଦ କଲି.
ମନୁ- ତା ହାତରେ ମୁଦି ପିନ୍ଧେଇ ଦେଲା .ଏ ସୁନା ମୁଦି ଯତ୍ନ ରେ ରଖିବୁ .
ତା ପର ଦିନ 
ମନୁ ପୁଣି ଖୋଜି ବୁଲୁଥିଲା ଆଉ କିଛି ସୁନା ଜିନିଷ ପାଆନ୍ତି କି ତା ଚଣ୍ଡୀ କୁ ଆଣି ଦିଅନ୍ତି.
ତଳକୁ ଚାହିଁ ଯାଉ ଯାଉ ଗୋଟେ ଗାଡି ତାକୁ ଧକ୍କା ଦେଲା 
ଆଉସେ ବୋଉଲୋ ବାପା ଲୋ କହି ତଳେ ଯନ୍ତ୍ରଣା ରେ ଚିତ୍କାର କରୁଥାଏ .
ଧକ୍କା କରିଥିବା ଲୋକ ଟି ତାକୁ ଡାକ୍ତର ଖାନା ନେଇଗଲା.
ଦୁର୍ଘଟଣା ଶୁଣି ଚୁନୁ ସଂଗେ ସଂଗେ ଡାକ୍ତର ଖାନା କୁ ଗଲା .ଆଖିରେ ଆଖିଏ ଲୁହ ସତେ ଯେମିତି ସେ ତା ନିଜର.
ଡାକ୍ତର- ମୁଣ୍ଡ ରେ ବହୁତ ଆଘାତ ଲାଗିଛି .ଅପରେସନ କରିବାକୁ ପଡିବ . ଟଙ୍କା ଡିପୋଜିଟ କରିଦିଅ.
ଲୋକ- ଏ ଝିଅ ଟଙ୍କା ଆଣିଛୁ .
ଚୁନୁ (କାନ୍ଦି କାନ୍ଦି)- ଟଙ୍କା ନାହିଁ ମୋ ପାଖରେ ଏ ସୁନା ମୁଦି ଅଛି ବାବୁ.
ବାବୁ ମୋ ମନୁ ଭଲ ହେଇଜିବନା?
ମୁଁ ଟିକେ ତାକୁ ଦେଖିବି .
ତାକୁ ଯେତେବେଳେ କଷ୍ଟ ହୁଏ ସେ ମୋ ସହ କଥା ହେଲେ ତା କଷ୍ଟ ଦୁରେଇ ଯାଏ.
ଲୋକ- ଏ ମୁଦି ବେଶୀ ପଇସା ହେବନି .ତୁମର କେହି କଣ ବାପା ମା ନାହାନ୍ତି.
ଚୁନୁ - ନା ବାବୁ ଆମେ ଦୁନିୟା ରେ ଏକା.ଆମର କେହି ନାହାନ୍ତି .
ଲୋକ- ହୋଉ ମୁ ଯାଉଛି.
ଚୁନୁ- ବାବୁ ଶୁଣନ୍ତୁ ବାବୁ ମୋ ମନୁ କୁ ବଂଚେଇ ଦିଅନ୍ତୁ .
ଲୋକ ଟି କିଛି ନଶୁଣିଲା ପରି ଚାଲିଯାଉଥାଏ .
ଚୁନୁ କାନ୍ଦି କାନ୍ଦି ଯାଇ ସେ ଲୋକଟି ର ଗୋଡ କୁ ଜାବୁଡି ଧରି ଅଟକାଇ ବାକୁ ଚେଷ୍ଟା କଲା .
ହେଲେ ସେ ନିର୍ଦୟ ମଣିଷ ଚୁନୁ କୁ ଗୋଡ ରେ ଘୋଷାଡ଼ି ଘୋଷାଡ଼ି ଗୋଡ କୁ ଛାଟି ପଳେଇଲା .
ଚୁନୁ ଆହୁରି ଜୋରସେ କାନ୍ଦିବାକୁ ଲାଗିଲା .ସେଠୁ ଆଉ ଗୋଟେ ଲୋକ ଦୌଡ଼ି ଆସି ସେ ଝିଅ କୁ ଉଠାଇ କହିଲା .
କଣ ହେଇଛି ମା ତୋର 
ଚୁନୁ ସବୁକିଛି କହିଲା ପରେ .
ଲୋକ- ବହୁତ ପଇସା ଖର୍ଚ ହେବ .
ଚୁନୁ- ବାବୁ ତମେ ଦେଇଦିଅ .ମୁ ତୁମ ଘରେ ସବୁ କାମ କରିବି .
ଯାହା ହେଉ ସେ ଲୋକ ଟି ମନୁ ର ଅପରେସନ ପାଇଁ ଟଙ୍କା ଡିପୋଜିଟ କରିଦେଲା .
ଅପରେସନ ସରିଲା ପରେ ବି ମନୁ ର ହୋସ ଆସୁନଥାଏ .
ଚୁନୁ ରାତି ସାରା ତା ମା ଭଳି ମନୁ କୁ ଜଗି ରହିଥାଏ .
ଲୋକ- ଚେତା କେବେ ଫେରିବ କହି ହେବ ନାହିଁ .
ତୁ ଚାଲ ଆମ ଘରକୁ .
ଚୁନୁ ବି କଣ କରି ପାରିବ.ସେ ବାଧ୍ୟ ହେଇ ସେ ବାବୁ ଙ୍କ ଘରକୁ ଗଲା କରଜ ସୁଝେଇବା ପାଇଁ ଘରେ କାମ କଲା .
ଚୁନୁ ଦିନ ରେ କାମ କରି ରାତିରେ ଡାକ୍ତର ଖାନା ଯାଏ .
ପୁଣି ସକାଳୁ ଫେରିଆସେ କାମ କରିବାକୁ .
ହଟାତ ଦିନେ ମନୁ ର ଚେତା ଫେରେ ଆଉ ସେ ତା ଚୁନୁ କୁ ଖୋଜିବାକୁ ଲାଗେ .
ହେଲେ ଚୁନୁ ତ ବାବୁ ଙ୍କ ଘରେ କରଜ ସୁଝୋଉଛି .
ମନୁ ଚୁନୁ କୁ ପାଗଳ ହେଇ ଖୋଜି ବୁଲିଲା ସବୁଠି ଖୋଜିଲା ହେଲେ ପାଇଲା ନାହିଁ .ମନ ଦୁଃଖ ରେ ଘରକୁ ତା ରାସ୍ତା କଢ଼କୁ ଫେରିଲା .
.
.
ଚୁନୁ ରାତି ରେ ଡାକ୍ତରଖାନା ଯାଇ ଦେଖେ ତ ମନୁ ଆଉ ନାହିଁ .
ସେ ବି ରାତି ରେ ଖୋଜିବାକୁ ଲାଗିଲା ପାଗିଳି ଙ୍କ ପରି ହେଲେ ପାଇଲା ନାହିଁ.
ଲୋକ- ଦେଖ ଝିଅ ତୋ ମନୁ ପାଇଁ ମୋର ବହୁତ ଟଙ୍କା ଯାଇଛି .ତୁ ଯଦି ଘର କାମ ଛାଡି ବୁଲିବୁ .ତୁ କହ ମୁ କଣ କରିବି.
ଚୁନୁ-(କାନ୍ଦି କାନ୍ଦି) ବାବୁ ମୁ ତା ସହ ଥରେ କଥା ହେଇଥାନ୍ତି .ସେମତେ ପାଗଳ ଙ୍କ ପରି ଖୋଜୁଥିବା .
ମତେ ଛାଡିଦିଅ.
ଲୋକ- ତୁ ଆଉ 7 ବର୍ଷ କାମ କରି ସରିଲା ପରେ ଏ ଠୁ ପାଦ ବାହାର କରିବୁ.
ଚୁନୁ ର ନିରୀହ ଆଖିରେ ଲୁହ ଦେଖି ତଥାପି ସେ ଲୋକ ର ମନ ବଦଳିଲା ନାହିଁ.
ଚୁନୁ ବି ଆଉ କଣ କରିପାରିଥାନ୍ତା ସେ ଆଖି ର ଲୁହ କୁ ପିଇ 7 ବର୍ଷ 7 ଯୁଗ ଭଳି ଲାଗିଲା ସେଥିରେ ସେ ସହି ଅପେକ୍ଷା କଲା .
ଏପଟେ ମନୁ ବହୁତ ଖୋଜି ଖୋଜି ନପାଇବା ରୁ ସେ ବି ଭାଙ୍ଗି ପଡିଥିଲା ହେଲେ ବଂଚିବା ପାଇଁ ନିଜେ ଗୋଟେ ଦୋକାନ ଟେ କଲା ସେଇ ରାସ୍ତା କଢ ରେ .
ହେଲେ ସେଠି ସବୁବେଳେ ସୁନ ସାନ ଏତେ ଲୋକ ବି ଯିବା ଆସିବା କରନ୍ତିନି .
ଗୋଟେ ଗୋଟେ ଲୋକ ଆସି ପଚାରନ୍ତି 
ଭାଇ ଆଖ ପାଖରେ କୋଉଠି ବି ଘର ନାହିଁ ତମେ ଏଠି ଦୋକାନ କରିଛ କଣ ପାଇଁ.
ମନୁ ସମସ୍ତଙ୍କୁ ସେଇ ଗୋଟେ ମନ ଦୁଃଖ ରେ କହେ .
ମୋ ଚଣ୍ଡୀ କେତେବେଳେ କୋଉ ମୁହୂର୍ତ୍ୟ ରେ ଆସିବ ଆଉ ଯଦି ମୁଁ ନଥିବି .
ଏ କଥା ଶୁଣି ସବୁ ତାକୁ ପାଗଳ ଭାବନ୍ତି .
7 ବର୍ଷ ବିତି ଗଲା ପରେ 
ଚୁନୁ କିଛି ନଭାବି ସେ ସେଇ ରାସ୍ତା କଢ କୁ ଯାଇ ଦେଖିଲା ସେଠି ଆଉ ସେ ଘର ନାହିଁ ସବୁ କିଛି ବଦଳି ଯାଇଛି .
ଏତେବଡ ଦୁନିୟା ରେ ତା ମନୁ କୁ ସେ କୋଉଠୁ ପାଇବ .ମନୁ ବି ଏବେ କେମିତି ଦେଖା ଯାଉଥିବ.
ହଟାତ ତା ନଜର ପଡିଗଲା ସେ ଦୋକାଡ଼ ଉପରେ .
ସେ ମନୁ ପାଖକୁ ଗଲା ହେଲେ ଜାଣିପାରିଲାଣି ସେ ତା ହଜିଲା ଦିନର ସାଥି .
ମନୁ ଚୁନୁ କୁ ଦେଖି ଜାଣିପାରିଲା ଆଉ ସେ ଦେଇଥିବା ମୁଦି ଦେଖି ନିଶ୍ଚିତ ହେଇଗଲା ସେ ମୋ ଚଣ୍ଡୀ ବୋଲି .
ଚୁନୁ କହିଚାଲିଥାଏ ମନୁ ର ଅତୀତ ବିଷୟରେ 
ମନୁ କିଛି ନଶୁଣି ଆଖିରୁ ଲୁହ ଧାର ଧାର ବୋହିଯାଉଥାଏ .
ମୁ ହିଁ ତୋ ହଜିଲା ଦିନ ର ମନୁ.
ସେ ଦୁଇ ଜଣ ନିଜକୁ ସମ୍ଭାଳି ନପାରି ମନୁ ଜୋର ସେ ଛାତିରେ ଜାବୁଡି ଧରି ତାକୁ କାନ୍ଦିବାକୁ ଲାଗିଲା .
ଯେମିତି ଯୁଗ ଯୁଗ ର ସମ୍ପର୍କ ରହିଛି .
                                                   ************The End************
Msg for you- ପ୍ରେମ ରହିଥିଲା ରହିଛି ଆଉ ରହିଥିବା କେବଳ ସେଇ ମାନଙ୍କ ପାଖରେ ଯିଏ ଅନ୍ୟ ଲୋକ ଙ୍କ ଭିତରେ ନିଜ ଖୁସି ଖୋଜନ୍ତି .
ହେଲେ ଆଜିକା ଦୁନିୟା ରେ ସମସ୍ତେ ନିଜ ଖୁସି ନିଜ ଭିତରେ ଦେଖିଥାନ୍ତି ସେଥିପାଇଁ ସେ ପ୍ରେମ ରେ ଆଶା ରଖିଥାନ୍ତି .ଯୋଉଟା କି ପର ମୁହୂର୍ତ ରେ ଧୋକା ର ନାମ ଦିଆଯାଏ .
                    ଗଳ୍ପ ଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ.

No comments:

Post a Comment